• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।
  • ଶିଶୁ ଉଦ୍ଧାର ଦିଗରେ ଓଡ଼ିଶା ପୋଲିସକୁ ସଫଳତା
  • ୮ ଦିନରେ ୮୯୪ ନିଖୋଜ ଶିଶୁ ଉଦ୍ଧାର ନେଇ ପୋଲିସ୍ ଡିଜି ଅଭୟଙ୍କ ସୂଚନା
  • ଜେଲରୁ ବାହାରିଲେ ବହିଷ୍କୃତ AIADMK ନେତ୍ରୀ Sasikala
  • ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର
  • ଦୁଇ ଯୁବକ ହତ୍ୟା କରି ସ୍କୁଟିରେ ଆଣି ଫିଙ୍ଗିଥିବା ସୂଚନା
  • ଝରାଫୁଲଙ୍କ ଘର ମୟୁରଭଞ୍ଜ ଜସିପୁର ଥାନା ତରୁଣ୍ଡେଇପଶି ଗାଁରେ

ରାହୁଲଙ୍କ ବଡ଼ ଘୋଷଣା-ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ, ଡଷ୍ଟବିନରେ ପକାଇବି ଏହି ୩ଟି...

ରାହୁଲ (Rahul Gandhi) କହିଛନ୍ତି ଯେ ସେ ଚାଷୀମାନଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛନ୍ତି ଯେ ଯେଉଁ ଦିନ କଂଗ୍ରେସ (Congress)  କ୍ଷମତାକୁ ଆସିବ, ସେହି ଦିନ ଏହି ତିନୋଟି କଳା ଆଇନକୁ ଶେଷ କରିବେ । ଏବଂ ଏହି ଆଇନଗୁଡ଼ିକୁ ଡଷ୍ଟବିନରେ ପକାଇବେ ।

ରାହୁଲଙ୍କ ବଡ଼ ଘୋଷଣା-ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ, ଡଷ୍ଟବିନରେ ପକାଇବି ଏହି ୩ଟି...

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ ପୁଣି ଥରେ ମୋଦି ସରକାର (Modi Government) ଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ (Congress) ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ୱାୟନାଡ ସାଂସଦ ରାହୁଲ ଗାନ୍ଧୀ (kheti bachao yatra) । ପଞ୍ଜାବର ମୋଗାରେ 'ଖେତି ବଚାଓ' (କୃଷି ବଞ୍ଚାଅ) ଯାତ୍ରା (Kheti Bachao Yatra) କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି ସରକାରଙ୍କୁ ଏହି ବିଲ୍ ପାସ୍ କରିବାର ଥିଲା, ତେବେ ସର୍ବପ୍ରଥମେ ଲୋକସଭା ଓ ରାଜ୍ୟସଭାରେ ଚର୍ଚ୍ଚା କରିବାର ଆବଶ୍ୟକତା ଥିଲା ।

ରାହୁଲ କହିଛନ୍ତି ଯେ ସେ ଚାଷୀମାନଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛନ୍ତି ଯେ ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ, ସେହି ଦିନ ଏହି ତିନୋଟି କଳା ଆଇନକୁ ଶେଷ କରିବେ । ଏବଂ ଏହି ଆଇନଗୁଡ଼ିକୁ ଡଷ୍ଟବିନରେ ପକାଇବେ ।

ଅଧିକ ପଢ଼ନ୍ତୁ:-'ରଣବୀର, ଅର୍ଜୁନ ଏବଂ ଡିନୋ ମୋରିୟାଙ୍କୁ ଫସାଇବା ପାଇଁ ଏନସିବି ମୋ ଉପରେ ଚାପ ପକାଉଛି'

କଂଗ୍ରେସ ନେତା କହିଛନ୍ତି ଯେ, ସେ ପଞ୍ଜାବର କୃଷକମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ କଂଗ୍ରେସ ଦେଶର ଚାଷୀଙ୍କ ସହ ଛିଡା ହୋଇଛି । କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିରୁ ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ । ନରେନ୍ଦ୍ର ମୋଦି ସରକାର ଏମଏସପି ଶେଷ କରିବାକୁ ଚାହୁଁଛନ୍ତି । ଆଉଁ ଚାହୁଁଛନ୍ତି ଯେ କୃଷିର ସମସ୍ତ ବଜାର ଅମ୍ବାନୀ ଏବଂ ଆଡାନୀଙ୍କୁ ଦିଆଯାଉ, କିନ୍ତୁ କଂଗ୍ରେସ ଦଳ ଏହା ହେବାକୁ ଦେବ ନାହିଁ ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍

ରାହୁଲ କହିଛନ୍ତି ଯେ, ଯଦି ଏହି ନୂତନ ଆଇନକୁ ନେଇ ଚାଷୀମାନେ ଖୁସି ଅଛନ୍ତି ତେବେ ଚାଷୀମାନେ ସାରା ଦେଶରେ କାହିଁକି ବିରୋଧ କରୁଛନ୍ତି ? ପଞ୍ଜାବରେ ଚାଷୀମାନେ କାହିଁକି ବିରୋଧ କରୁଛନ୍ତି ? ରାହୁଲ କହିଛନ୍ତି ଯେ କୋରୋନା କାଳରେ ଏହି ତିନୋଟି ଆଇନ କାର୍ଯ୍ୟକାରୀ କରିବାରେ କ’ଣ ପାଇଁ ତତ୍ପରତା ଦେଖାଯାଇଛି ?