Rajasthan Politics: ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ହଲଚଲ ଆରମ୍ଭ, ବିଧାୟକଙ୍କୁ ଭେଟିଲେ ସଚିନ ପାଇଲଟ
Advertisement

Rajasthan Politics: ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ହଲଚଲ ଆରମ୍ଭ, ବିଧାୟକଙ୍କୁ ଭେଟିଲେ ସଚିନ ପାଇଲଟ

Rajasthan Next CM: କଂଗ୍ରେସ ଅଧ୍ଯକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା ହେବା ମାତ୍ରେ ରାଜସ୍ଥାନ କଂଗ୍ରେସରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।

Rajasthan Politics: ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ହଲଚଲ ଆରମ୍ଭ, ବିଧାୟକଙ୍କୁ ଭେଟିଲେ ସଚିନ ପାଇଲଟ

Rajasthan Next CM: କଂଗ୍ରେସ ଅଧ୍ଯକ୍ଷ ପଦ (Congress President Post) ପାଇଁ ନିର୍ବାଚନ ଘୋଷଣା ହେବା ମାତ୍ରେ ରାଜସ୍ଥାନ କଂଗ୍ରେସ (Rajasthan Congress)ରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲତ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଏହାପରେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ସଚିନ ପାଇଲଟ୍ ନିଜର ଦାବିଦାର ପାଇଁ କାମ ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ପାଇଲଟ ବିଧାନସଭାରେ ଦଳର ବିଧାୟକଙ୍କୁ ଭେଟିଥିଲେ। କୁହାଯାଉଛି ଯେ, ସେ ଅଶୋକ ଗେହେଲତ ଗୋଷ୍ଠିର ବିଧାୟକଙ୍କୁ ମଧ୍ୟ ଫୋନ୍ କରିଥିଲେ। ସଚିନ ପାଇଲଟ ୨୦ ସେପ୍ଟେମ୍ବରରେ କୋଚି ଯାଇଥିଲେ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ। କୁହାଯାଉଛି ଯେ, ଉଭୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଥିଲା। ପାଇଲଟ ସୋନିଆ ଗାନ୍ଧୀଙ୍କ ସହ ଭେଟିବାକୁ ମଧ୍ୟ ସମୟ ମାଗିଛନ୍ତି।

ତେବେ ପାଇଲଟଙ୍କ ପାଇଁ ସିଏମ୍ ପଦବୀ ପାଇଁ ଦଉଡ଼ ସହଜ ହେବ ନାହିଁ। ବିଶ୍ୱାସ କରାଯାଏ ଯେ, ଗେହେଲତ, ପାଇଲଟଙ୍କୁ ପସନ୍ଦ କରନ୍ତି ନାହିଁ। ଗେହେଲତ ଚାହୁଁଛନ୍ତି ଯେ, ତାଙ୍କ ଗୋଷ୍ଠିର ବରିଷ୍ଠ ନେତା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କୁହାଯାଉଛି ଯେ, ଗେହେଲୋତ ସିପି ଯୋଶୀ, ବିଡି କଲ୍ଲା ଏବଂ ଗୋବିନ୍ଦ ସିଂ ଡୋଟାସରାଙ୍କ ମଧ୍ୟରୁ କେହି ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ଅଛନ୍ତି।

ଏହାପୂର୍ବରୁ ଶୁକ୍ରବାର ଦିନ କୋଚିରେ ଗେହେଲତ କହିଛନ୍ତି ଯେ, ''ମୁଁ କେରଳରୁ ରାଜସ୍ଥାନ ଫେରିବା ପରେ ତାରିଖ (ନାମାଙ୍କନପତ୍ର ଦାଖଲ ପାଇଁ) ସ୍ଥିର କରିବି, କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଯେ, ମୋତେ ନିର୍ବାଚନ ଲଢିବାକୁ ପଡ଼ିବ। ଏହା ଗଣତନ୍ତ୍ରର ପ୍ରଶ୍ନ ଅଟେ ଏବଂ ଆସନ୍ତୁ ଆମେ ଏକ ନୂତନ ଆରମ୍ଭ କରିବା।" ତେବେ ରାଜସ୍ଥାନରେ ତାଙ୍କର ଉତ୍ତରାଧିକାରୀ ବିଷୟରେ ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ବର୍ତ୍ତମାନର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାଜ୍ୟରେ ଦଳର ପ୍ରଭାରୀ ଥିବା ଅଜୟ ମାକେନ୍ ଗ୍ରହଣ କରିବେ। 

ତେବେ ଦୁଇ ଦିନ ପୂର୍ବେ ପରୋକ୍ଷରେ ରାହୁଲ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପାଇଁ ଗେହେଲତଙ୍କୁ ଇଙ୍ଗିତ କରିଥିଲେ। ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ନଛାଡ଼ିବାକୁ ଜିଦ ଧରିଥିଲେ ଅଶୋକ ଗେହେଲତ। ଉଭୟ ପଦରେ ରହିବା ପାଇଁ ଗେହେଲତ ଇଚ୍ଛା ପ୍ରକାଶ କରିଥିଲେ। ରାହୁଲ ଏକ ସାମ୍ବାଦିକ ସମ୍ମିଳନୀ କରି 'ଜଣେ ବ୍ୟକ୍ତି ଗୋଟିଏ ପଦ' ନିଷ୍ପତ୍ତିକୁ ମନେ ପକାଇ ଦେଇଥିଲେ। ରାହୁଲଙ୍କ ଏଭଳି ଇଙ୍ଗିତରେ ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ମଧ୍ୟ ସଫା ହେବା ପରି ଜଣାପଡୁଛି। ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି କିଛି କହିଥିଲେ। ଏହା ପରେ ଅଶୋକ ଗେହେଲତଙ୍କ ପାଇଁ ଝଟକା ଭଳି ଆଲୋଚନା ହେଉଛି। ରାହୁଲ ଗାନ୍ଧୀ କହିଛନ୍ତି କି ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିପାରିବେ। ଏହାକୁ ଦଳର ସମସ୍ତ ନେତା ମାନିବେ ବୋଲି ଆଶା କରାଯାଉଛି।