)
ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବହୁ ସଂଖ୍ୟାରେ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ବିଧାୟକ ଦଳର ବୈଠକ ସକାଳ ୧୦.୩୦ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ମଧ୍ୟାହ୍ନ ୧୨ ପରେ ଏହା ଆରମ୍ଭ ହୋଇଥିଲା । ବିଧାୟକଙ୍କ ସହ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ପଠାଯାଇଥିବା କଂଗ୍ରେସ ନେତାମାନେ ମଧ୍ୟ ସିଏମ୍ ଗେହଲଟଙ୍କ ସମର୍ଥନ କରିବାକୁ ନଜରକୁ ଆସିଛନ୍ତି । ଗେହଲଟଙ୍କ ସମର୍ଥନରେ ୧୦୯ ବିଧାୟକ ଅଛନ୍ତି ବୋଲି ଦଳ ଦାବି କରୁଛନ୍ତି । ଏନେଇ ବୈଠକରେ ବିଧାୟକଙ୍କ ପ୍ୟାରେଡ ମଧ୍ୟ କରାଯାଇଛି । ବୈଠକରେ ସମସ୍ତ ନେତା ମିଡିଆକୁ ଦେଖାଇ ବିଜୟ ମୁଦ୍ରା ପ୍ରଦର୍ଶନ କରିଛନ୍ତି । କଂଗ୍ରେସ କ୍ରମାଗତ ଭାବରେ ଦାବି କରୁଛି ଯେ, ରାଜସ୍ଥାନରେ ଗେହଲଟ୍ ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ । ଏହା ସଚିନ ପାଇଲଟଙ୍କ ବିରୋଧରେ ସିଏମ ଗେହଲଟଙ୍କ ଶକ୍ତି ପ୍ରଦର୍ଶନ ବୋଲି ମନେ କରାଯାଉଛି ।
#WATCH Rajasthan: Chief Minister Ashok Gehlot, Congress leaders and party MLAs show victory sign, as they gather at CM's residence in Jaipur.
The Congress Legislative Party meeting has begun. pic.twitter.com/FowLM7CAGA
— ANI (@ANI) July 13, 2020
ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚରିୟାବାସ ଏହା ପୂର୍ବରୁ କହିଥିଲେ ଯେ, ଗେହଲଟ ସରକାରଙ୍କ ପାଖରେ ମ୍ୟାଜିକ ନମ୍ୱର ରହିଛି । ରାଜ୍ୟ ସରକାର ଉପରେ କୌଣସି ବିପଦ ନାହିଁ । ଦଳର ନେତାଙ୍କ କହିବାନୁସାରେ, ବିଧାୟକ ଦଳର ବୈଠକରେ ଯୋଗଦେବା ପାଇଁ ବିଟିପିରୁ ଦୁଇଜଣ, ସିପିଆଇ(ଏମ୍)ରୁ ଜଣେ, ରାଷ୍ଟ୍ରୀୟ ଲୋକ ଦଳରୁ ଜଣେ ସ୍ୱାଧୀନ ବିଧାୟକ ଆସିଛନ୍ତି ।