Rajya Sabha Election 2022 Result: କର୍ଣ୍ଣାଟକ ମୁକାବିଲାରେ ବାଜିମାରିଲା ବିଜେପି
Advertisement

Rajya Sabha Election 2022 Result: କର୍ଣ୍ଣାଟକ ମୁକାବିଲାରେ ବାଜିମାରିଲା ବିଜେପି

କର୍ଣ୍ଣାଟକର ୪ ରାଜ୍ୟସଭା ଆସନରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ୩ ଏବଂ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଅନ୍ୟପଟେ ଜେଡିଏସ ଖାତା ଖୋଲି ପାରିନାହିଁ।  

ଫଟୋ ସୌଜନ୍ୟ: Twitter@BJP4Karnataka

Karnataka Rajya Sabha Election 2022: କର୍ଣ୍ଣାଟକର ୪ ରାଜ୍ୟସଭା ଆସନରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବାଜିମାରିଛି ବିଜେପି। ମୋଟ ୪ ସିଟ୍ ମଧ୍ୟରୁ ବିଜେପି ୩ ଏବଂ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଅନ୍ୟପଟେ ଜେଡିଏସ ଖାତା ଖୋଲି ପାରିନାହିଁ। 

ଚଳିତ ବର୍ଷ ଅନୁଷ୍ଠିଚ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଲହର ସିଂହ ସିରୋୟା ଏବଂ ଅଭିନେତା ଜଗେଶ ବାଜିମାତ କରିଛନ୍ତି। ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳୀୟ ପ୍ରାର୍ଥୀ ଜୟରାମ ରମେଶଙ୍କୁ ରାଜ୍ୟସଭାକୁ ରାଜ୍ୟସଭା ପଠାଇବାରେ ସଫଳ ହୋଇଛି କଂଗ୍ରେସ।

ରାଜ୍ୟସଭା ନିର୍ବାଚନରେ ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଲହର ସିଂହ ସିରୋୟା ଏବଂ ଅଭିନେତା ଜଗେଶ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଅନ୍ୟପଟେ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ ବ୍ୟତୀତ ଦଳର ରାଜ୍ୟ ଶାଖା ମହାସଚିବ ମସୁରୀ ଅଲୀ ଖାନ ନିର୍ବାଚନ ଲଢୁଥିଲେ। ସେହିପରି ଜେଡିଏସ ପକ୍ଷରୁ କୃପେନ୍ଦ୍ର ରେଡ୍ଡୀ ନିର୍ବାଚନ ଲଢୁଥିଲେ। ଏଠାରେ ମୁକାବିଲା ଚତୁର୍ଥ ଆସନ ଲାଗି ହେଉଥିଲା।

ଚତୁର୍ଥ ଆସନ ହାତେଇବା ଲାଗି ବିଜେପି ପ୍ରାର୍ଥୀ ଲହର ସିଂହ ସିରୋୟା, କଂଗ୍ରେସ ପ୍ରାର୍ଥୀ ମସୁରୀ ଅଲୀ ଖାନ ଏବଂ ଜେଡିଏସ ପ୍ରାର୍ଥୀ କୃପେନ୍ଦ୍ର ରେଡ୍ଡୀଙ୍କ ମଧ୍ୟରେ ହୋଇଥିଲା। ହେଲେ ମୁକାବିଲାରେ ବିଜେପି ପ୍ରାର୍ଥୀ ଲହର ସିଂହ ସିରୋୟା
ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଥିଲେ।

ମୋଟ ୪ ସିଟ୍ ମଧ୍ୟରୁ ୩ ଆସନରେ ୨ ବିଜେପି ଏବଂ ଜଣେ କଂଗ୍ରେସ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। କାରଣ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାବଳ ଦୃଷ୍ଟିରୁ ଶାସକ ବିଜେପି ୨ ଏବଂ ମୁଖ୍ୟ ବିରୋଧି କଂଗ୍ରେସ ଗୋଟିଏ ଆସନ ଦଖଲ କରିବା ସୁନିଶ୍ଚିତ ଥିଲା। କେବଳ ଚତୁର୍ଥ ଆସନ ଲାଗି ବିଜେପି, କଂଗ୍ରେସ, ଜେଡିଏସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା।  

ଅନ୍ୟପଟେ ରାଜସ୍ଥାନରେ ଅନୁଷ୍ଠିତ ରାଜ୍ୟସଭାର ୪ ସିଟ୍ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ​​କଂଗ୍ରେସ ୩ ଏବଂ ବିଜେପି ଗୋଟିଏ ଆସନ ପାଇଛି। କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀ ରଣଦୀପ ସୂର୍ଜେୱଲା, ମୁକୁଲ ୱାସନିକ ଏବଂ ପ୍ରମୋଦ ତିୱାରୀ ଏବଂ ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀ  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। 

Also Read: Rajya Sabha Election 2022 Result: କର୍ଣ୍ଣାଟକ ମୁକାବିଲାରେ ବାଜିମାରିଲା ବିଜେପି