• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

Pegasus Case: ରାଜ୍ୟସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ଚିଠି ଟାଣି ଚିରି ଦେଲେ TMC ସାଂସଦ

Pegasus Case ପ୍ରସଙ୍ଗରେ ଆଜି ଆଇଟି ମନ୍ତ୍ରୀ (IT Minister) ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା (Rajya sabha) ରେ ବିବୃତ୍ତି ରଖିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କୁ ଘେରିଛନ୍ତି।

Pegasus Case: ରାଜ୍ୟସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ଚିଠି ଟାଣି ଚିରି ଦେଲେ TMC ସାଂସଦ
Pegasus Case: ରାଜ୍ୟସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ଚିଠି ଟାଣି ଚିରି ଦେଲେ TMC ସାଂସଦ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ​​ଯାହା ସାଧାରଣତଃ ଦେଖାଯାଏ ନାହିଁ। Pegasus Caseକୁ ନେଇ ଆଜି ରାଜ୍ୟସଭାରେ ହଙ୍ଗାମା ହୋଇଛି। ଯେତେବେଳେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଶ୍ୱିନୀ ବୈଷ୍ଣବ ପ୍ରସଙ୍ଗରେ ଗୃହରେ ତାଙ୍କ ବିବୃତ୍ତି ରଖୁଥିଲେ, ଏହି ସମୟରେ TMC ସାଂସଦ ତାଙ୍କ ହାତରୁ ଚିଠିର ନକଲ ଛଡ଼ାଇ ନେଇ ଚିରି ଦେଇଥିଲେ।

Pegasus Case ପ୍ରସଙ୍ଗରେ ଆଜି ଆଇଟି ମନ୍ତ୍ରୀ (IT Minister) ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା (Rajya sabha) ରେ ବିବୃତ୍ତି ରଖିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କୁ ଘେରିଛନ୍ତି। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅପରାହ୍ନ ୨ଟାରେ ନିଜର ବିବୃତ୍ତି ଦେବା ଆରମ୍ଭ କରିବା ମାତ୍ରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଉତ୍ତେଜନା ମଧ୍ୟ ଆଇଟି ମନ୍ତ୍ରୀ ନିଜର ବିବୃତ୍ତି ଜାରି ରଖିଥିଲେ। ଏହି ସମୟରେ ଟିଏମସି ସାଂସଦ ଶାନ୍ତନୁ ସେନ ମନ୍ତ୍ରୀଙ୍କ ହାତରୁ ବିବୃତ୍ତିର କପି ଛଡ଼ାଇ ନେଇ ଚିରି ଉପରେ ଫୋପାଡି ଥିଲେ।

ଶାନ୍ତନୁ ସେନଙ୍କ ଏହି ପଦକ୍ଷେପ ପରେ ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ ଗୃହ ସ୍ଥଗିତ ରଖିବା ପରେ ସରକାରଙ୍କ ମନ୍ତ୍ରୀ ଏବଂ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ମଧ୍ୟରେ ତର୍କ ହୋଇଥଲା ବୋଲି ସୂତ୍ରରୁ ପ୍ରକାଶ। ବିଜେପି ଏବଂ ଟିଏମସି ସାଂସଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ଶେଷରେ ନିୟନ୍ତ୍ରଣ କରିବା ପାଇଁ ମାର୍ଶଲଙ୍କ ସହାୟତା ନିଆଯାଇଥିଲା।

ଇସ୍ରାଇଲ ଗୁପ୍ତଚର ସଫ୍ଟୱେର Pegasus ମାଧ୍ୟମରେ ଭାରତୀୟଙ୍କ ଫୋନ୍ ଟ୍ୟପିଂ ଅଭିଯୋଗକୁ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (IT Minister Ashwini Vaishnav) ଖଣ୍ଡନ କରିଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ କରିବା ଏକ ସଂଯୋଗ ନୁହେଁ ବରଂ ଏହି ଅଭିଯୋଗଗୁଡିକ ଭାରତୀୟ ଗଣତନ୍ତ୍ରର ଛବିକୁ କ୍ଷୁର୍ଣ୍ଣ କରିବାର ପ୍ରୟାସ। ଦେଶରେ ନିୟନ୍ତ୍ରଣ ଏବଂ ତଦାରଖ ବ୍ୟବସ୍ଥା ଥିବାବେଳେ ଜଣେ ଅନଧିକୃତ ବ୍ୟକ୍ତିଙ୍କ ଦ୍ୱାରା ବେଆଇନ ନୀରିକ୍ଷଣ ସମ୍ଭବ ନୁହେଁ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।