Advertisement
Article Detail0/zeeodisha/odisha698076
Zee OdishaOdisha Politics୧୯ଟି ଆସନ ପାଇଁ ୮ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ

୧୯ଟି ଆସନ ପାଇଁ ୮ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ

  ରାଜ୍ୟସଭାର ଖାଲିଥିବା ୧୯ଟି ଆସନ ପାଇଁ ଆଜି ୮ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଅର୍ଥାତ ଶୁକ୍ରବାର ଗୁଜୁରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଜ୍ୟ ଗୁଡ଼ିକରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ସେପଟେ କୋରୋନା ମହାମାରୀ ପାଇଁ ୧୮ଟି ଆସନର ନିର୍ବାଚନକୁ ସ୍ଥଗିତ କରିଦିଆଯ

୧୯ଟି ଆସନ ପାଇଁ ୮ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ:  ରାଜ୍ୟସଭାର ଖାଲିଥିବା ୧୯ଟି ଆସନ ପାଇଁ ଆଜି ୮ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଅର୍ଥାତ ଶୁକ୍ରବାର ଗୁଜୁରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଜ୍ୟ ଗୁଡ଼ିକରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ସେପଟେ କୋରୋନା ମହାମାରୀ ପାଇଁ ୧୮ଟି ଆସନର ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ତେବେ ଆଜିର ନିର୍ବାଚନରେ ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ଚାରିଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ତିନିଟି ଲେଖାଏଁ, ଝାଡ଼ଖଣ୍ଡରୁ ଦୁଇଟି ଓ ମିଜୋରାମ, ମଣିପୁର ଏବଂ ମେଘାଳୟରେ ଗୋଟିଏ ଲେଖାଏଁ  ଆସନରେ ନିର୍ବାଚନର ହେବାର ରହିଛି। 

ମଣିପୁରରେ ରାଜନୈତିକ ସ୍ଥିତି ବେଶ ରୋଚକ ମୋଡ଼ରେ ରହିଛି। ମେଣ୍ଟ ସରକାରର ୯ ଜଣ ଇସ୍ତଫା ପ୍ରଦାନ କରିବା ପରେ ସଂକଟରେ ସରକାର ରହିଛି। ତେବେ ଏହି ରାଜ୍ୟରେ ବିଜେପି ଲିସେମ୍ବୋ ସାନାଜାଓବେ ଓ କଂଗ୍ରେସ ପକ୍ଷରୁ ମଙ୍ଗୀ ବାବୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ସେହିପରି କର୍ଣ୍ଣାଟକରେ ଚାରିଟି ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବଗୌଡ଼, କଂଗ୍ରେସର ବରିଷ୍ଠ ମଲ୍ଲିକାର୍ଜୁନ ଖଡ଼ଗେ, ବିଜେପି ପକ୍ଷରୁ ଇରନ୍ନା କଡ଼ାଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ପୂର୍ବରୁ ଅଶୋକ ଗସ୍ତୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। 

ସେହିପରି ଅରୁଣାଚଳ ପ୍ରଦେଶରେ ମଧ୍ୟ ଗୋଟିଏ ଆସନ ପାଇ ବିଜେପି ପ୍ରାର୍ଥୀ ନବାମ ରେବିୟାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ କରିସାରିଛନ୍ତି। ସେପଟେ ନିର୍ବାଚନ ଆୟୋଗ କହିଛନ୍ତି କି, ୧୯ ଜୁନ ସନ୍ଧ୍ୟା ସୁଦ୍ଧା ୧୯ଟି ଯାକର ଆସନରେ ନିର୍ବାଚନ ହେବା ସହିତ ଗଣନା କାର୍ଯ୍ୟ ମଧ୍ୟ ଶେଷ ହେବ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମତଦାନ ପାଇଁ କୋରୋନା ନିୟମକୁ ଅନୁସରଣ କରି ଏହି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ମତଦାତା ତଥା ବିଧାୟକଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ। ଏହା ସହିତ ସାମାଜିକ ଦୂରତ୍ୱର ନିୟମକୁ ମଧ୍ୟ ପାଳନ କରାଯିବ ବୋଲି ଆୟୋଗ କହିଛନ୍ତି। 

Add Zee News as a Preferred Source

ସେପଟେ ଗୁଜୁରାଟ ନିର୍ବାଚନ ମଧ୍ୟ ବେଶ ରୋଚକ ହେବାର ସମ୍ଭାବନା ରହିଛି।  ଏଠାରେ ଶାସକ ବିଜେପି ଓ କଂଗ୍ରେସ ନିକଟରେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯଥେଷ୍ଟ ସଂଖ୍ୟା ନାହିଁ। ରାଜସ୍ଥାନରେ ମଧ୍ୟ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟ ସେମାନଙ୍କ ବିଧାୟକଙ୍କୁ ବିଭିନ୍ନ ହୋଟେଲରେ ରଖିଥିବା ନେଇ ସୂଚନା ରହିଛି।ସେହିପରି ଆନ୍ଧ୍ରପ୍ରଦେଶରେ ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। 

 

About the Author