ସମାଜବାଦୀ ପାର୍ଟି ଛାଡି଼ବା ନେଇ ସଙ୍କେତ ଦେଲେ ଆଜମ ଖାନ
ବର୍ତ୍ତମାନ ଉତ୍ତର ପ୍ରଦେଶ ବିଧାନ ମଣ୍ଡଳରେ ଚାଲିଥିବା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅନୁପସ୍ଥିତ ଅଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ
Azam Khan on Samajwadi Party: କଥିତ ରୂପେ ସମାଜବାଦୀ ପାର୍ଟି ଉପରେ ନାରାଜ ହୋଇ ଉଠିଥିବା ଦଳୀୟ ନେତା ତଥା ବିଧାୟକ ଆଜମ ଖାନ ଦଳ ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି। ଅନ୍ୟ ଦଳକୁ ଯିବା ସମ୍ଭାବନା ଉପରେ ଜବାବ ରଖି ସେ କହିଛନ୍ତି ଉପଯୁକ୍ତ ସମୟରେ ଏନେଇ ନିଷ୍ପତ୍ତି ନିଆଯିବ। ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କୁ ମନୋନୀତ କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଜବାବ ରଖି ସେ କହିଛନ୍ତି ଯଦି ତାଙ୍କୁ ରାଜ୍ୟସଭାକୁ ପଠାଯାଏ ତାହେଲେ ମୁଁ ଅଧିକ ଖୁସି ହେବି।
ବର୍ତ୍ତମାନ ଉତ୍ତର ପ୍ରଦେଶ ବିଧାନ ମଣ୍ଡଳରେ ଚାଲିଥିବା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ଅନୁପସ୍ଥିତ ଅଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ। ଗୃହରେ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଜବାବ ରଖି ସେ କହିଛନ୍ତି ମୋର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଆପଣ ନିଶ୍ଚିତ ଭାବରେ ଅନୁମାନ କରୁଥିବେ ଯେ ମୋତେ ଠିଆ ହେବାରେ ମଧ୍ୟ ଅସୁବିଧା ହେଉଛି। ମୁଁ ଗୃହକୁ ନିର୍ବାଚିତ ହୋଇଆସିଛି। ନିଶ୍ଚିତ ଭାବେ ଗୃହକୁ ଆସିବି। ଦଳ ଉପରେ ଅସନ୍ତୁଷ୍ଟ ରହିଥିବା ନେଇ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ରଖି ସେ କହିଛନ୍ତି ମୁଁ ଅନ୍ୟ କେଉଁ ଆଡ଼କୁ ଦେଖି ନାହିଁ। ଅନ୍ୟ ଦଳକୁ ଯିବା ସମ୍ଭାବନା କମ।
ତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ରାଜ୍ୟ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ ପଚାରି ବୁଝିଛନ୍ତି ନା ନାହିଁ ତାହାର ଜବାବ ରଖି ଆଜମ ଖାନ କହିଛନ୍ତି ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ବାବଦରେ ମୁଁ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ।
Also Read: UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା
ସମାଜବାଦୀ ପାର୍ଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ସିବଲଙ୍କୁ ରାଜ୍ୟସଭା ପଠାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜମ ଖାନ କହିଛନ୍ତି ଯଦି ଏହା ତାଙ୍କର ଅଧିକାର ଏବଂ ସେ ଯେଉଁ ପାର୍ଟି ହାତ ଧରିବେ ତାହା ସେହି ଦଳ ପାଇଁ ସମ୍ମାନର ବିଷୟ ହେବ। ସେ ଜଣେ ସମ୍ମାନନୀୟ ବ୍ୟକ୍ତିତ୍ୱ। ଯଦି ତାଙ୍କୁ ରାଜ୍ୟସଭା ପଠାଇବାରେ କିଏ ଅଧିକ ଖୁସି ହୁଏ ତାହେଲେ ସେ ହେଉଛି ମୁଁ। କପିଲ ସିବଲଙ୍କୁ ରାଜ୍ୟସଭା ପଠାଇ ସମାଜବାଦୀ ପାର୍ଟି ଉପରେ ଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରାଯାଉଛି ନା ନାହିଁ ଏହି ପ୍ରଶ୍ନର ଉତ୍ତର ରଖି ସେ ମୁଁ ଅସନ୍ତୁଷ୍ଟ ରହିବା ଅବସ୍ଥାରେ ନାହିଁ। ମୁଁ ଜଣେ ଅସୁସ୍ଥ ଏବଂ ଦୁର୍ବଳ ବ୍ୟକ୍ତି।
ଦୁର୍ନୀତି ଅଭିଯୋଗରେ ସୀତାପୁର ଜିଲ୍ଲା କାରଗାରରେ ବନ୍ଦୀ ଥିଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ। ଗତ ଶୁକ୍ରବାର ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ପରେ ସେ କାରାଗାରରୁ ମୁକ୍ତି ପାଇଛନ୍ତି। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ଲଢୁଥିଲେ। ତାଙ୍କୁ ରାଜ୍ୟସଭା ପଠାଇବା ନେଇ ହେଉଥିବା ଚର୍ଚ୍ଚା ଉପରେ ଜବାବ ରଖି ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।
Also Read: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମର୍ଥନରେ ଆସିଲେ ବିଏସପି ମୁଖ୍ୟ ମାୟାବତୀ
ଉତ୍ତର ପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟି ର ୧୧୧ ବିଧାୟକ ଅଛନ୍ତି। ସଂଖ୍ୟାବଳ ଦୃଷ୍ଟିରୁ ୩ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇ ପାରିବ ଦଳ। ରାଜ୍ୟସଭା ପାଇଁ ନାମାଙ୍କନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଗତ ୨୦୧୬ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କପିଲ ସିବଲ୍ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ କେବଳ ୨ ଆସନ ପାଇଛି। ଏହି କାରଣରୁ ଦଳ ନିଜ ଦମ ବଳରେ କାହାକୁ ରାଜ୍ୟସଭା ପଠାଇବା ସ୍ଥିତିରେ ନାହିଁ।