ହଟିବେ କି ନିରଞ୍ଜନ ? ରଞ୍ଜୀବ ବିଶ୍ୱାଳ କହିଲେ...
Advertisement

ହଟିବେ କି ନିରଞ୍ଜନ ? ରଞ୍ଜୀବ ବିଶ୍ୱାଳ କହିଲେ...

ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ ବୋଲି କହିଛନ୍ତି ରଞ୍ଜୀବ ବିଶ୍ୱାଳ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଗୁଜୁରାଟରେ ପିସିସିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ଓଡ଼ିଶାରେ ଚର୍ଚ୍ଚା ସରଗରମ । ରାଜ୍ୟରେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ କିଛି ନେତା ମଧ୍ୟ ଲବିରେ ଥିବା କୁହାଯାଉଛି । ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ତେବେ ଆଜି ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ ବୋଲି କହିଛନ୍ତି ରଞ୍ଜୀବ ବିଶ୍ୱାଳ ।

ସେ ଆହୁରି ମଧ୍ୟ କହିଛନ୍ତି, ''ଯାହା ମୋ ପାଖରେ ଖବର ଅଛି, ପିସିସି ପରିବର୍ତ୍ତନ ପାଇଁ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ । ଯେଉଁମାନେ ଭାବୁଛନ୍ତି ଗୁଜରାଟରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ବୋଲି ଓଡିଶାରେ ପିସିସି ପରିବର୍ତ୍ତନ ହେବ, ସେମିତି କିଛି ସମ୍ଭାବନା ନାହିଁ । ଯେଉଁ ନାଁ ସବୁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି, ସେମିତି କେହି କାହାର ଲବି କରୁନାହାଁନ୍ତି କି ଦିଲ୍ଲୀରେ ଯାଇ କେହି ଡେରା ପକେଇନାହାଁନ୍ତି । ତେଣୁ ଏ ସବୁ କଳ୍ପନା ଉପରେ ଆଧାରିତ ।''

ସେହିପରି ବର୍ତ୍ତମାନ ଓଡ଼ିଶା ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ କହିବାକୁ ଉଚିତ ମଣିନାହାଁନ୍ତି ରଞ୍ଜୀବ ବିଶ୍ୱାଳ । ମୋର ବିଶ୍ୱାସ ଯେ ବର୍ତ୍ତମାନ ଯିଏ ପିସିସି ସଭାପତି ଅଛନ୍ତି, ସେ ଆଗକୁ ମଧ୍ୟ ଦାୟିତ୍ୱରେ ରହୁଥିବା କହିଛନ୍ତି ଏହି ପୂର୍ବତନ ସାଂସଦ ।