୫ଶହ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣାକୁ ନେଇ କିଏ କ'ଣ କହିଲେ ?
Advertisement

୫ଶହ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣାକୁ ନେଇ କିଏ କ'ଣ କହିଲେ ?

ମଇ ୨୬ ତାରିଖ ସୁଦ୍ଧା ଚୁଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର ଚୁଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାର ସମ୍ଭାବନା ରହିଛି । 

୫ଶହ କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣାକୁ ନେଇ କିଏ କ'ଣ କହିଲେ ?

ଯଯାତି ମହାନ୍ତି, ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏବେ ଚୁଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟକୁ ଅପେକ୍ଷା । ସାମୁଦ୍ରିକ ଝଡ଼ ଅମ୍ଫାନରେ ଉପକୂଳ ଜିଲ୍ଲାର ୯୦ ବ୍ଲକରେ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୨୬ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାପାଳ ସବୁକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ଓ ପୁନରୁଦ୍ଧାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୭ ତାରିଖରେ ରାଜ୍ୟ ସରକାର ଚୁଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ଦେବେ ବୋଲି ଜଣାପଡ଼ିଛି । କୃଷି ଓ ବିଦ୍ୟୁତ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାସ୍ତାଘାଟ ମଧ୍ୟ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଗ୍ରୀମ ରାଶି ଘୋଷଣାକୁ ନେଇ ବିଜେପି କୃତଜ୍ଞତା ଜଣାଇଥିବା ବେଳେ କଂଗ୍ରେସ ମଧ୍ୟ ଧନ୍ୟବାଦ ଦେଇଛି । ବିଜେଡ଼ି କହିଛି କ୍ଷତିଭରଣା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ।

ମଇ ୨୬ ତାରିଖ ସୁଦ୍ଧା ଚୁଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର ଚୁଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାର ସମ୍ଭାବନା ରହିଛି । ୧ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଛି । ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ଖରିଫ ଚାଷ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରାୟ ୪୦ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ପ୍ରାୟ ୯୦ ପ୍ରତିଶତ ଯାଗାରେ ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ । ରାସ୍ତାଘାଟ ପାଇଁ  ପ୍ରାୟ ୪ କୋଟିର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ୫୦୦କୋଟିର ଅଗ୍ରୀମ ରାଶି ଘୋଷଣାକୁ ନେଇ ରାଜ୍ୟ ବିଜେପି କୃତଜ୍ଞତା ଜଣାଇଥିବା ବେଳେ ପିସିସି ସଭାପତି ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ଗତବର୍ଷ ମଇ ମାସରେ ଆସିଥିବା ଫନି ମହାବାତ୍ୟାରେ ୯ହଜାର ୩୩୬କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ରାଜ୍ୟ ସରକାର ୧୭ହଜାର କୋଟି ଟଙ୍କାର ସହାୟତା କେନ୍ଦ୍ରକୁ ମାଗିଥିଲେ । କେନ୍ଦ୍ର ସରକାର ତିନୋଟି ଦଫାରେ ପ୍ରାୟ ୪ହଜାର ୬୭୯କୋଟି ଟଙ୍କାର ଅନୁଦାନ ଦେଇଥିଲେ । ଏଥର 'ଅମ୍ଫାନ'ରେ କ୍ଷୟକ୍ଷତିର ପରିମାଣ କମ୍ ଥିଲେ ମଧ୍ୟ ଭିତିଭୂମି ପାଇଁ କେନ୍ଦ୍ରୀୟ ସହାୟତାର ଅବାଶ୍ୟକତା ରହିଛି । କୋରୋନା ପାଇଁ କେନ୍ଦ୍ର ଉପରେ ଅଧିକ ବୋଝ ନ ଦେଇ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର ଯେତିକି ପାରୁଛନ୍ତି କରୁଛନ୍ତି ବୋଲି ଗତକାଲି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ଚୁଡ଼ାନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କେନ୍ଦ୍ର ପାଖରେ ଦାବି ଉପସ୍ଥାପନା କରିବେ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ କହିଛନ୍ତି ।

ଅମ୍ପାନରେ ୧୫ଶହ ଗ୍ରାମ ପଞ୍ଚାୟତର ୪୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଗ୍ରାମ୍ୟ ରାସ୍ତା ସାଙ୍ଗକୁ ପାନୀୟ ଜଳ ପ୍ରକଳ୍ପ, ବିଦ୍ୟୁତ ଭିତ୍ତିଭୂମି, ଚାଷୀଙ୍କୁ କ୍ଷତିପୂରଣ ବାବଦକୁ କେନ୍ଦ୍ରର ଅଗ୍ରୀମ ରାଶି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।