)
ଭୁବନେଶ୍ୱର: ସିଏମଓରୁ ଫାଇଲ୍ ଗାଏବ ଘଟଣାରେ ଗୁରୁତର ଅଭିଯୋଗ ଆଣିଛନ୍ତି ରାଜସ୍ବ ମନ୍ତ୍ରୀ । ନାଇଡୁ କମିଶନ ରିପୋର୍ଟ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଛନ୍ତି । ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି । ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଯିବାର ପ୍ରମାଣ ରହିଛି । ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ତତ୍କାଳୀନଙ୍କ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫେରିଥାନ୍ତା ପ୍ରମାଣ ରହିଥାନ୍ତା । ରାଜ୍ୟ ସରକାରଙ୍କ ହୃଦବୋଧ ହେଲା ଫାଇଲ୍ ଫେରିବା ସମ୍ଭାବନା କମ୍ । ଏହା ଭୁଲବଶତଃ ନୁହେଁ, ଉଦ୍ଦେଶ୍ୟମୂଳକ ଭାବେ ଏପଟସେପଟ ହୋଇଛି । ତେଣୁ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା କରିଛନ୍ତି । ତଦନ୍ତ ଆରମ୍ଭ ହେଲେ ଫାଇଲ୍ ମିଳିବ, ରାଜ୍ୟ ସରକାର ସାର୍ବଜନୀନ କରିବେ ।
CMOରୁ ଫାଇଲ ହଜିବା ଘଟଣାରେ ବିଜେପିକୁ କାଉଣ୍ଟର କରିଛନ୍ତି ପୂର୍ବତନ ସାଂସଦ ମୁନ୍ନା ଖାନ୍ । ‘ବିଜେଡି ସରକାରରେ ଫାଇଲ ହଜିନି, କେବେ ହଜିଛି କିଏ କହି ପାରିବ’ବୋଲି ମୁନା ପ୍ରଶ୍ନ କରିଛନ୍ତି । ‘ଯଦି ଫାଇଲ୍ ହଜିଛି ଏତେ ଦିନ ଧରି ସରକାର ଜାଣି ପାରିନଥିଲେ କି? ଯଦି ଜାଣିଥିଲେ କାହିଁକି ଚୁପ ବସିଥିଲେ, କିଛି ଷଡ଼ଯନ୍ତ୍ର ଥାଇ ପାରେ ? ସରକାର ଅଛନ୍ତି ସେମାନେ ଯାହା ବି କରି ପାରିବେ ବୋଲି ମୁନା ଖାନ୍ କହିଛନ୍ତି ।
CMOରୁ ଫାଇଲ୍ ଗାଏବ ନେଇ ଆଉ ଏକ ସାଂଘାତିକ ଅଭିଯୋଗ କରିଛି ବିଜେପି । ପ୍ରେସମିଟ୍ କରି ବର୍ଷିଛନ୍ତି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ନେଇ ଟାର୍ଗେଟ୍ କରିଛନ୍ତି । ‘୨୦୧୬ ସେପ୍ଟେମ୍ବର ୧୬ ତାରିଖରେ ତଦନ୍ତ କମିଶନ ରିପୋର୍ଟ ଦେଇଥିଲେ’ । ୨୦୧୬ ସେପ୍ଟେମ୍ବର ୧୯ରେ ମୁଖ୍ୟ ସଚିବ ନବୀନଙ୍କୁ ଦପ୍ତରକୁ ପଠାଇଲେ’ । ‘୨୦୨୪ ଜୁନ ୪ ଭୋଟ ଗଣତି ବେଳେ ବିଜେପି ଆଗୁଆ ହେବାରୁ ଫାଇଲ ଗଲା’ । ‘ସବୁ ଫାଇଲ୍ ଗୃହ ବିଭାଗକୁ ଗଲା, ମାତ୍ର ଦୁଇଟି ଫାଇଲ୍ ଗଲା ନାହିଁ’ । ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ତଦନ୍ତ, ସମ ହସ୍ପିଟାଲ ତଦନ୍ତ ରିପୋର୍ଟ ଗଲାନି’ । ଯୋଜନାବଦ୍ଧ ଭାବେ ଏହାକୁ ଲୁଚାଇ ଦିଆଗଲା ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି । ‘ଜଷ୍ଟିସ ନାଇଡୁ କହିଛନ୍ତି ଦେଢ଼ ହଜାରରୁ ଦୁଇ ହଜାର ପୃଷ୍ଠାର ରିପୋର୍ଟ’। ‘ତେଣୁ ଏହାକୁ କେହି ଲୁଚାଇଛି କିମ୍ବା ଚୋରି କରିଛି କୁହାଯାଇ ପାରିବ’ । ‘ଫାଇଲ ନ ମିଳିବାରୁ ୨୦୨୫ ଅକ୍ଟୋବର ୨୩ରେ ନବୀନଙ୍କୁ ଚିଠି ହେଲା’ । ‘ଗୃହ ବିଭାଗ ଚିଠି କରିବା ପରେ ନବୀନ ଏହାର କୌଣସି ଉତ୍ତର ଦେଲେନି’ । ‘୨୦୨୫ ନଭେମ୍ବର ୪ରେ ପୁଣି ଥରେ ନବୀନଙ୍କ ରିମାଇଣ୍ଡର ଗଲା’ । ‘୨୦୨୫ ନଭେମ୍ବର ୧୫ରେ ନବୀନଙ୍କ ବ୍ୟକ୍ତିଗତ ସଚିବ ସରକାରଙ୍କୁ ଚିଠି ଲେଖିଲେ’ । ‘ନବୀନ ବାବୁ ମୋତେ ଫାଇଲ୍ ଖୋଜିବାକୁ କହିଥିବା ଚିଠିରେ ଦର୍ଶାଇଲେ PS’ । ‘ଏଥିରୁ ଜଣାପଡ଼ୁଛି ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି’ । ‘ଏଥିରୁ ନବୀନ ବାବୁଙ୍କ ଅସଲ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଛି’ । ‘ଏଥିରୁ ନବୀନ ବାବୁଙ୍କ ଅସଲ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଛି’ ।
ଅନ୍ୟପଟେ, CMOରୁ ୨ ଫାଇଲ୍ ଚୋରି ଏତଲା ପରେ ଆରମ୍ଭ ହୋଇଛି ତଦନ୍ତ । ଲୋକସେବା ଭବନରେ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ ।