'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'
Advertisement

'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'

ମନୋଜ ଝା ନୀତିଶ କୁମାର ଏବଂ ଏନଡିଏକୁ ଟାର୍ଗେଟ କରିଛନ୍ତି । ସେ ନୀତିଶ କୁମାରଙ୍କୁ ଜନସାଧାରଣଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରି କହିଛନ୍ତି ଯେ ନୀତିଶ ୨୦୧୭ରେ ମହାମେଣ୍ଟରୁ ଏନଡିଏକୁ ଆସି ଲୋକଙ୍କ ଆଦେଶକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି ।

'ନୀତିଶଙ୍କ ସଂଖ୍ୟାଗରିଷ୍ଠତା ଦୁର୍ବଳ, ଅଧିକ ଦିନ ରହିପାରିବେନି ମୁଖ୍ୟମନ୍ତ୍ରୀ'

ନୂଆଦିଲ୍ଲୀ: ବିହାରରେ ଏନଡିଏ (NDA) ର ସରକାର ଓ ନୀତିଶ କୁମାର (Nitish Kumar) ଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ନେଇ ବିରୋଧୀମାନେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି । ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ମନୋଜ ଝା (Manoj Jha) ଶନିବାର ନୀତିଶଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ତାଙ୍କୁ ମିଳିଥିବା ସଂଖ୍ୟାଗରିଷ୍ଠତା ଅତ୍ୟନ୍ତ ଦୁର୍ବଳ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏଭଳି ସରକାର ଅଧିକ ଦିନ ରହିବ ନାହିଁ । ସେ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:- ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ

ମନୋଜ ଝା ନୀତିଶ କୁମାର ଏବଂ ଏନଡିଏକୁ ଟାର୍ଗେଟ କରିଛନ୍ତି । ସେ ନୀତିଶ କୁମାରଙ୍କୁ ଜନସାଧାରଣଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରି କହିଛନ୍ତି ଯେ ନୀତିଶ ୨୦୧୭ରେ ମହାମେଣ୍ଟରୁ ଏନଡିଏକୁ ଆସି ଲୋକଙ୍କ ଆଦେଶକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ବିହାରର ଲୋକମାନେ ଏବେ ଜାଗ୍ରତ ହୋଇଛନ୍ତି । ଏନଡିଏ ଏବଂ ବିଜେପି ମଧ୍ୟ ଏହା ଗ୍ରହଣ କରିବା ଉଚିତ ଯେ ଯଦି ଏହା ପରିବର୍ତ୍ତନର ଆଦେଶ ହୋଇନଥାନ୍ତା ତେବେ ନୀତିଶଜୀ ରାଜ୍ୟ ବିଧାନସଭାରେ ପ୍ରାୟ ୪୦ଟି ଆସନ ଜିତି ନଥାନ୍ତେ । ନୀତିଶ କୁମାର ବହୁତ ଦୁର୍ବଳ ସଂଖ୍ୟାଗରିଷ୍ଠତା ଉପରେ ଅଛନ୍ତି । ଏହା ଏକ ଉପାୟରେ ପରିଚାଳିତ । ଏହିପରି ପରିଚାଳିତ ସଂଖ୍ୟାଗରିଷ୍ଠ ସରକାର ଅଧିକ ଦିନ ତିଷ୍ଠି ପାରନ୍ତି ନାହିଁ । '

ଅଧିକ ପଢ଼ନ୍ତୁ:-ଇଟାଲୀରେ ପୁଣି ନିୟନ୍ତ୍ରଣ ବାହାରେ କୋରୋନା, ଶୌଚାଳୟରେ ମିଳିଲା ରୋଗୀଙ୍କ ମୃତଦେହ

ମନୋଜ ଝା କହିଛନ୍ତି ଯେ କମ୍ ଭୋଟ୍ ବ୍ୟବଧାନକୁ ନେଇ ଆରଜେଡି ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇସାରିଛି । ଏଥି ସହିତ ଆଗାମୀ ଦିନରେ ନୀତିଶ କୁମାରଙ୍କ ବିରୋଧରେ ଉତ୍ତରଦାୟିତ୍ୱ ଦାବି କରି ଲୋକମାନେ ରାସ୍ତାରେ ଓହ୍ଲାଇବେ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।