ପାଇଲଟଙ୍କୁ ଏମିତି ଅଫର କରିଥିଲେ ପ୍ରିୟଙ୍କା
Advertisement
Article Detail0/zeeodisha/odisha713361

ପାଇଲଟଙ୍କୁ ଏମିତି ଅଫର କରିଥିଲେ ପ୍ରିୟଙ୍କା

ଉପମୁଖ୍ୟମନ୍ତ୍ରୀ ନୁହେଁ, ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଇଲଟ । ଏନେଇ ଦଳ ପାଖରେ ଦାବି କରିଥିଲେ । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ନୁହେଁ, ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଇଲଟ । ଏନେଇ ଦଳ ପାଖରେ ଦାବି କରିଥିଲେ । ଦଳ ଯଦି ଦାବିକୁ ଗ୍ରହଣ ନକରେ, ତେବେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କ ପାଖରେ ମଧ୍ୟ କଥା ହେବାକୁ ସଫାସଫା ମନା କରିଦେଇଥିଲେ ସଚିନ । ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିକଟତର ସୂତ୍ରରୁ ଏକଥା ଜଣାପଡ଼ିଛି । 

ସୂତ୍ର ଅନୁସାରେ, ସଚିନ ପାଇଲଟ ଚାହୁଁଥିଲେ ଯେ ଦଳ ତାଙ୍କୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କରୁ । ଏନେଇ ସାର୍ବଜନିନ ଭାବେ ଘୋଷଣା କରାଯାଉ । ଯଦି ଦଳ ଏହା କରିପାରିବ ନାହିଁ, ତେବେ ଗାନ୍ଧୀ ପରିବାର ସହ କଥାହେବାର କୌଣସି ମୂଲ୍ୟ ନାହିଁ ବୋଲି କହିଥିଲେ ପାଇଲଟ । 

ସେହିପରି ସୂତ୍ରର ଜଣାପଡ଼ିଛି, ଦୁଇ ଦିନ ପୂର୍ବରୁ ପ୍ରିୟଙ୍କାଙ୍କ ସହ କଥା ହୋଇଥିଲେ ପାଇଲଟ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଚିନ ପାଇଲଟଙ୍କ କଥାକୁ ଗୁରୁତର ଭାବେ ନେଇଥିଲେ । ତେବେ ପାଇଲଟ ଯେତେବେଳେ ନିଜର ତମାମ ଅଭିଯୋଗ ରଖିଥିଲେ, ପ୍ରିୟଙ୍କା ମଧ୍ୟ ଏନେଇ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପାଖରେ ଆଲୋଚନା କରିବାକୁ କହିଥିଲେ । 

ଯେତେବେଳେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ସେତେବେଳେ କଂଗ୍ରେସ କିପରି ସମନ୍ୱୟର କଥା କହୁଛି ? ସଚିନ କୁଆଡ଼େ ଏମିତି କିଛି କହିଥିଲେ । ସୂତ୍ର କହୁଛି, କଂଗ୍ରେସର ଆଶ୍ୱସନା ଉପରେ ସଚିନଙ୍କ ଭରସା ହିଁ ନଥିଲା । କୁହାଯାଉଛି, ଶେଷଥରପ ପାଇଁ ଗତ ବୁଧବାର ସଚିନଙ୍କ ସହ କଥା ହୋଇଥିଲେ ପ୍ରିୟଙ୍କା । ପାଇଲଟଙ୍କୁ ମନାଇବା ପାଇଁ ସେ ବହୁ ଉଦ୍ୟମ କରିଥିଲେ । ଏପରିକି ରାହୁଲ ଓ ସୋନିଆଙ୍କ ସହ ସାକ୍ଷାତ କରାଇବାକୁ ମଧ୍ୟ କହିଥିଲେ । 

;