'BJPରେ ମିଶୁଛନ୍ତି ସଚିନ'; ପାଇଲଟ ନା ତେନ୍ଦୁଲକର?
Advertisement

'BJPରେ ମିଶୁଛନ୍ତି ସଚିନ'; ପାଇଲଟ ନା ତେନ୍ଦୁଲକର?

ବରିଷ୍ଠ କଗ୍ରେସ (Congress) ନେତା ତଥା ରାଜସ୍ଥାର (Rajsthan) ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ ରୀତା ବାହୁଗୁନା ଯୋଶୀ (Rita Bhuguna Joshi), ସଚିନ ପାଇଲଟଙ୍କ ନୁହେଁ ସଚିନ ତେନ୍ଦୁଲକରଙ୍କ ସହିତ କଥା ହୋଇଥିବେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଅସନ୍ତୋଷ ହେତୁ ସଚିନ ପାଇଲଟ ଦଳ ଛାଡିବାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ସେପଟେ ସେ ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶୁକ୍ରବାର ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସଚିନ ପାଇଲଟ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ସେ ଏପର୍ଯ୍ୟନ୍ତ କଂଗ୍ରେସ ବିମାନରୁ ଓହ୍ଲେଇବା ନେଇ ବିଚାର କରି ନାହାନ୍ତି। କେବଳ ଏତିକି ନୁହେଁ, ସେ ବିଜେପି ନେତା ରୀତା ବାହୁଗୁନା ଯୋଶୀଙ୍କ ବିବୃତ୍ତିର ମଧ୍ୟ ଏକ କୌତୁହଳପୂର୍ଣ୍ଣ ଉତ୍ତର ଦେଇଛନ୍ତି। 

ବରିଷ୍ଠ କଗ୍ରେସ (Congress) ନେତା ତଥା ରାଜସ୍ଥାର (Rajsthan) ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ ରୀତା ବାହୁଗୁନା ଯୋଶୀ (Rita Bhuguna Joshi), ସଚିନ ପାଇଲଟଙ୍କ ନୁହେଁ ସଚିନ ତେନ୍ଦୁଲକରଙ୍କ ସହିତ କଥା ହୋଇଥିବେ। ସେ ଯେଉଁ ସଚିନଙ୍କ କଥା କହୁଛନ୍ତି ତାହା ପାଇଲଟ ନୁହଁ ବୋଧହୁଏ ରୀତା, ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ସହ କଥା ହୋଇଥିବେ ନିଶ୍ଚୟ। ମୋ ସହିତ କଥାବାର୍ତ୍ତା କରିବାକୁ ସେମାନଙ୍କର ସାହସ ନାହିଁ।

Also Read: UPରେ ରାଜନୈତିକ ସଂକଟ! ଦିଲ୍ଲୀରେ CM ଯୋଗୀଙ୍କ ମାନସ ମନ୍ଥନ

ସୂଚନାଯୋଗ୍ୟ, ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ କଥା ହେବା ବେଳେ ବିଜେପି (BJP) ନେତ୍ରୀ ରୀତା ବାହୁଗୁନା ଯୋଶୀ କହିଥିଲେ ଯେ, ସେ ସଚିନ ପାଇଲଟଙ୍କ ସହ କଥା ହୋଇଛନ୍ତି ଏବଂ ସେ ଖୁବଶୀଘ୍ର ବିଜେପିର ଏକ ଅଂଶ ହୋଇପାରନ୍ତି। ପୂର୍ବରୁ ଅନେକ ଥର ସଚିନ ପାଇଲଟଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ସେ ପ୍ରତ୍ୟେକ ଥର ଏହାକୁ ଅସ୍ୱୀକାର କରିଛନ୍ତି। କଂଗ୍ରେସର ଭେଟେରାନ ଜିତିନ ପ୍ରସାଦ ଦଳ ଛାଡି ବୁଧବାର ବିଜେପିରେ ଯୋଗଦେବା ପରେ ସଚିନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ବ୍ୟତୀତ ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରଙ୍କ ଉପରେ ଅସନ୍ତୋଷ ଥିବାରୁ ଏହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁଛି ଯେ ସଚିନ ପାଇଲଟଙ୍କୁ ମନାଇବାରେ କଂଗ୍ରେସ ହାଇକମାଣ୍ଡ ସଫଳ ହୋଇଛି। କାରଣ ଶୁକ୍ରବାର ଦିନ ତାଙ୍କ ପିତା ରାଜେଶ ପାଇଲଟଙ୍କ ମୃତ୍ୟୁ ବାର୍ଷିକୀରେ ସେ ଏକ ରାଲିର ଯୋଜନା କରିଥିଲେ, ଯାହାକୁ ବାତିଲ କରାଯାଇଛି। ବର୍ତ୍ତମାନ ତୈଳ ଦର ବୃଦ୍ଧିକୁ ନେଇ ସେ କଂଗ୍ରେସ ଦ୍ୱାରା ପ୍ରଦର୍ଶନରେ ଭାଗ ନେବେ। ୨୦୨୦ ମସିହାରେ ମଧ୍ୟପ୍ରଦେଶ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ମଧ୍ୟ ସଚିନ ପାଇଲଟଙ୍କ ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା। ତେବେ ସେ ସେତେବେଳେ ମଧ୍ୟ ଏହାକୁ ଅସ୍ୱୀକାର କରିଥିଲେ।