ସଚିନ ବିଜେପିରେ ସାମିଲ ହେବେ ନାହିଁ ବୋଲି କହୁଥିବା ଖବର ସାମ୍ନାକୁ ଆସୁଛି ।
Trending Photos
ନୂଆଦିଲ୍ଲୀ: ହାତ ଛାଡ଼ି ନାହାଁନ୍ତି, ହେଲେ ପଦ୍ମ ଧରିବା ଚର୍ଚ୍ଚା ଜୋର ଧରିଲାଣି । ଗତକାଲି ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଆଉ ଏହାପରେ ସେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏନେଇ କୁଆଡ଼େ ରୋକଠୋକ୍ ମନା କରିଦେଇଛନ୍ତି ପାଇଲଟ୍ । ସଚିନ ବିଜେପିରେ ସାମିଲ ହେବେ ନାହିଁ ବୋଲି କହୁଥିବା ଖବର ସାମ୍ନାକୁ ଆସୁଛି ।
I’m not joining BJP: Sachin Pilot to ANI pic.twitter.com/DhbVJs2X4b
— ANI (@ANI) July 15, 2020
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ରାଜନୈତିକ ଲଢ଼େଇ ପରେ କଂଗ୍ରେସ ସଚିନ ପାଇଲଟଙ୍କ ଠାରୁ ସବୁ ଛଡ଼ାଇ ନେଇଛି । ଗତ ୬ରୁ ୭ ବର୍ଷ ମଧ୍ୟରେ ପାଇଲଟ ପ୍ରଚୁର ପରିଶ୍ରମ କରି ଦଳ ପାଇଁ ଯାହାସବୁ କରିଥିଲେ, ତାହା ଛଡ଼େଇ ନେଇଛି ଦଳ । ତେବେ ପାଇଲଟଙ୍କୁ ଏପର୍ଯ୍ୟନ୍ତ କଂଗ୍ରେସ ବାହାର କରିନାହିଁ । ସେହିପରି ପାଇଲଟ ମଧ୍ୟ ଦଳ ଛାଡ଼ିବା ନେଇ କୌଣସି ଘୋଷଣା କରିନାହାଁନ୍ତି । ହେଲେ ସଚିନ ପାଇଲଟଙ୍କ ଉପରେ କଂଗ୍ରେସ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି, ତାହାକୁ ନେଇ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ଅସନ୍ତୋଷ ବ୍ୟକ୍ତ କଲେଣି ।
I am sad to see @SachinPilot leave @INCIndia. I consider him one of our best & brightest, and wish it had not come to this. Instead of parting, he should have joined the effort to make the Party a better& more effective instrument for his, and our, dreams.
— Shashi Tharoor (@ShashiTharoor) July 14, 2020
ପାଇଲଟଙ୍କୁ ନେଇ ଦୁଃଖପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ପାଇଲଟଙ୍କୁ ଏକ ଭଲ ଓ ପ୍ରତିଭାଶାଳୀ ନେତା ଭାବେ ଅଭିହିତ କରିଛନ୍ତି ଏହି କଂଗ୍ରେସ ସାଂସଦ । ଦଳ ଛାଡ଼ିବା ଅପେକ୍ଷା ଦଳରେ ରହି କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏପରି କରି ସମସ୍ତଙ୍କ ପାଇଁ ଭଲ ହେବ ବୋଲି ଟ୍ୱିଟ କରି କହିଛନ୍ତି ଶଶୀ ଥରୁର ।
ସେହିପରି କଂଗ୍ରେସ ନେତା ଜିତିନ ପ୍ରସାଦ ମଧ୍ୟ ଏନେଇ ଟ୍ୱିଟ କରିଛନ୍ତି । ସେ କହିଛନ୍ତି, ସଚିନ ପାଇଲଟ ଦୀର୍ଘ ବର୍ଷ ଧରି ସମର୍ପଣ ଭାବ ସହ କାମ କରିଛନ୍ତି । ଆଶା କରୁଛି, ବର୍ତ୍ତମାନର ସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇପାରେ । ଅର୍ଥାତ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟର ସମାଧାନ ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।