'ହେ ବାପୁ! କଂଗ୍ରେସକୁ ସଦବୁଦ୍ଧି ଦିଅ'
Advertisement

'ହେ ବାପୁ! କଂଗ୍ରେସକୁ ସଦବୁଦ୍ଧି ଦିଅ'

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପିର କଂଗ୍ରେସକୁ ସଦବୁଦ୍ଧି ପାଇଁ ମୌନବ୍ରତ ଧାରଣ କରିଛି। ଗତ ପାଞ୍ଚ ତାରିଖ ଦିନ ପଞ୍ଜାଵରେ ପ୍ରଧାନମନ୍ତ୍ରୀଙ୍କର କାରକେଡକୁ ପ୍ରାୟ ୨୦ ମିନିଟ ଅଟକାଇ ହତ୍ୟାର ଷଡଯନ୍ତ୍ର ରଚା ଯାଇଥିବା ଦଳ ଅଭିଯୋଗ କରିଛି।

'ହେ ବାପୁ! କଂଗ୍ରେସକୁ ସଦବୁଦ୍ଧି ଦିଅ'

ସମ୍ବଲପୁର: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଜନୀତି ଜୋରସୋରରେ ଚାଲିଛି। ଉଭୟ ଶାସକ ବିରୋଧି ଆରୋପ ପ୍ରତ୍ୟାରୋପରେ ଲାଗିଛନ୍ତି। ଏହାରି ଭିତରେ ଶନିବାର ବିଜେପି, ମହାତ୍ମା ଗାନ୍ଧୀଙ୍କ ଶରଣ ପସିଛି। କଂଗ୍ରେସର ଘୃଣ୍ୟ ମାନସିକା ଅଭିଯୋଗ ଆଣି ତାର ପ୍ରତିବାଦ ସ୍ୱରୂପ ସମ୍ବଲପୁରରେ ବିଜେପି କର୍ମୀମାନେ ମୌନବ୍ରତ ପାଳନ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପିର କଂଗ୍ରେସକୁ ସଦବୁଦ୍ଧି ପାଇଁ ମୌନବ୍ରତ ଧାରଣ କରିଛି। ଗତ ପାଞ୍ଚ ତାରିଖ ଦିନ ପଞ୍ଜାଵରେ ପ୍ରଧାନମନ୍ତ୍ରୀଙ୍କର କାରକେଡକୁ ପ୍ରାୟ ୨୦ ମିନିଟ ଅଟକାଇ ହତ୍ୟାର ଷଡଯନ୍ତ୍ର ରଚା ଯାଇଥିବା ଦଳ ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପଛରେ କଂଗ୍ରେସର ଘୃଣ୍ୟ ମାନସିକତା ରହିଥିବା ସମ୍ବଲପୁର ବିଜେପି କହିବା ସହ କହାକୁ ନିନ୍ଦା କରିଛି।

Also Read: PMs Security Breach: ଉପମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ରୋକିଲେ ଲୋକ

କଂଗ୍ରେସର ଘୃଣ୍ୟ ମାନସିକତା ଅଭିଯୋଗର ପ୍ରତିବାଦରେ କମିଶନର କଲୋନୀସ୍ଥିତ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ତଳେ ବିଜେପି ପକ୍ଷରୁ ମୌନ ଧାରଣା ଦିଆଯାଇଛି। କଂଗ୍ରେସରକୁ ସଦବୁଦ୍ଧି ଦେବା ପାଇଁ କର୍ମୀମାନେ କାମନା କରିଛନ୍ତି। ଗୋଟିଏ ଘଣ୍ଟା ପାଇଁ ଏହି ମୌନବ୍ରତ ପାଳନ କରାଯାଇଥିଲା। ଦେଶ ପ୍ରଧାନମନ୍ତ୍ରୀଙ୍କ ସହ ରହିଥିବା ବେଳେ କେବଳ ପଞ୍ଜାଵରେ ଏଭଳି ବ୍ୟତିକ୍ରମ ଦେଖାଦେଇଛି ବୋଲି ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି ନାଉରୀ ନାୟକ କହିଛନ୍ତି।

ପଞ୍ଜାଵରେ କଂଗ୍ରେସ ସରକାର ରହିଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ଘୃଣ୍ୟ ଆଚରଣ ଦେଖାଦେଇଥିବା ବିଜେପି କହିଛି। କମିଶନର କଲୋନୀସ୍ଥିତ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ତଳେ ଦିଆଯାଇଥିବା ଧରଣାରେରେ ବିଜେପି ରାଜ୍ୟ ଉପ ସଭାପତି ନାଉରୀ ନାୟକଙ୍କ ସମେତ ଜିଲ୍ଲା ସଭାପତି ଏବଂ ଅନେକ ମହିଳା କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।