• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

କୋରୋନା ସମୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଭଳି ସମସ୍ୟା, ବିଦ୍ୟୁତ ବିଭାଗର ଦୌରାତ୍ମା ଏବଂ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ ଯାଏଁ ଗତକାଲି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

ସମ୍ବଲପୁର: ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଗତକାଲି ସନ୍ଧ୍ୟାରେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଯୁବ ମୋର୍ଚ୍ଚା ଏକ ରାଲିର ଆୟୋଜନ କରିଥିଲା। 

କୋରୋନା ସମୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଭଳି ସମସ୍ୟା, ବିଦ୍ୟୁତ ବିଭାଗର ଦୌରାତ୍ମା ଏବଂ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକରୁ ଗୋଲବଜାର ଛକ ଯାଏଁ ଗତକାଲି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯୁବ ମୋର୍ଚ୍ଚାର କାର୍ଯ୍ୟକାର୍ତ୍ତାମାନେ ଗୋଲବଜାର ଛକରେ ପହଞ୍ଚି ରାଜ୍ୟ ସରକାର ଓ ଟାଟା ପାୱାର ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ  କରିଥିଲେ। 

Also Read: ପାଣିରେ ୨୫ ଲକ୍ଷ ଟଙ୍କା! ୨ ବର୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛୁଲୁଛି ତାଲା

ଟିକିଏ ବର୍ଷା କିମ୍ବା ପବନ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାୱାର କଟ ହେଉଥିବା, ବିଭିନ୍ନ ଅଞ୍ଚଳରେ ଲୋ ଭୋଲ୍ଟେଜ ସମସ୍ୟା ଏବଂ ବିଦ୍ୟୁତ ବିଭାଗର କର୍ମଚାରୀଙ୍କର ମନମୁଖୀ କାର୍ଯ୍ୟକଳାପ ଉପରେ ବିଶେଷ କରି କ୍ୟାଣ୍ଡଲ ଶୋଭାଯାତ୍ରା ମାଧ୍ୟମରେ ଯୁବ ମୋର୍ଚ୍ଚା ବିରୋଧ ପ୍ରକଟ କରିଥିଲା।