କଂଗ୍ରେସ ଖୋଜୁଛି ଗୁଲାମ ନବିଙ୍କ ଉତ୍ତରାଧିକରୀ
Advertisement

କଂଗ୍ରେସ ଖୋଜୁଛି ଗୁଲାମ ନବିଙ୍କ ଉତ୍ତରାଧିକରୀ

ଏବେ କଂଗ୍ରେସ ଗୁଲାମ ନବିଙ୍କ ଉତ୍ତରାଧିକରୀ ଖୋଜୁଛି। ଏହି ରେସରେ ୪ ଜଣ ଯୋଗ୍ୟ ନେତା ଥିବା ବେଳେ ଦଳ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେବେ।

ଫାଇଲ ଫଟୋ
ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ଶେଷ ହେବ ଦୀର୍ଘ ୪ ଦଶନ୍ଧିର ରାଜନୈତିକ ଯାତ୍ରା! ରାଜ୍ୟସଭାରୁ ଅବସର ନେବେ ବରିଷ୍ଠ କଂଗ୍ରେସ ନେତା ତଥା ଗୃହର ବରୋଧି ଦଳ ନତୋ ଗୁଲାମ ନବି ଆଜାଦ। ଏବେ କଂଗ୍ରେସ ଗୁଲାମ ନବିଙ୍କ ଉତ୍ତରାଧିକରୀ ଖୋଜୁଛି। ଏହି ରେସରେ ୪ ଜଣ ଯୋଗ୍ୟ ନେତା ଥିବା ବେଳେ ଦଳ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେବେ। 
 
ଗତ ମଙ୍ଗଳବାର ଦିନ ଗୁଲାମ ନବି ଆଜାଦ୍ (Ghulam Nabi Azad) ରାଜ୍ୟସଭାରେ ତାଙ୍କ ବିଦାୟକାଳୀନ ଭାଷଣ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ତାଙ୍କ ପ୍ରଶଂସା କରିବା ସହ ଭାବୁକ ହୋଇଯାଇଥିଲେ। ଆସନ୍ତା ୧୫ ତାରିଖ ଦିନ ଗୁଲାମ ନବି ବିଧିବଦ୍ଧ ଭାବେ ରାଜ୍ୟସଭା (Rajyasabha) ସଦସ୍ୟତାରୁ ଅବସର ନେବେ। ଯାହା ଏବେ କଂଗ୍ରେସ (Congress)ର ଟେନସନକୁ ବଢାଇ ଦେଇଛି। ସେପଟେ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସ ସହ ରହିବି ବୋଲି ଆଜାଦ କହିଛନ୍ତି।
 
 
ଗୁଲାମ ନବି କେବଳ ଯେ ଜଣେ ସ୍ପଷ୍ଟବାଦୀ କଂଗ୍ରେସ ନେତା ଥିଲେ ତାହା ନୁହଁ, ସେ ରାଜ୍ୟସଭାରେ ବିରୋଧି ଦଳ ନେତାର ଦାୟୀତ୍ୱରେ ଅଛନ୍ତି। ତାଙ୍କର ଅବସର ପରେ ଏହି ପଦବୀ ଖାଲି ପଡିବ। ତେବେ ଏହି ଫାଙ୍କା ସ୍ଥାନକୁ କିଏ ପୂରଣ କରିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ବିରୋଧି ଦଳ ନେତା ପାଇଁ ପି. ଚିଦାମ୍ବରମ (P.Chidambaram) , ମଲ୍ଲିକାର୍ଜୁନ ଖାଡଗେ, ଦିଗବିଜୟ ସିଂହ, ଆନନ୍ଦ ଶର୍ମା ପରି ବରିଷ୍ଠ, ଅଭିଜ୍ଞ ଓ ଯୋଗ୍ୟ ନେତା ଅଛନ୍ତି। କିନ୍ତୁ ଦଳ ଏଥିପାଇଁ ବର୍ତ୍ତମାନ ସୁଦ୍ଧା କାହାର ନାମ ଘୋଷଣା କରିନଥିବା ବେଳେ ଆସନ୍ତା ୧୫ ତାରିଖରେ ସୁପ୍ରିମୋ ସୋନିଆ (Sonia Gandi) ନିଷ୍ପତ୍ତି ନେଇପାରନ୍ତି।
 
କଂଗ୍ରେସ ଅନ୍ତଃକଳହ ଲଗି ରହିଛି। ସଂଗଠନ ହେଉ କିମ୍ୱା ବ୍ୟକ୍ତିଗତ ମାମଲାରେ ପ୍ରାୟ ସମସ୍ତଙ୍କ ମଧ୍ୟରେ ମତଭେଦ ରହଛି। ସେଥିପାଇଁ ଦଳର ସାଙ୍ଗଠାନିକ ପରିବର୍ତ୍ତନ କରିବାକୁ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ଚିଠି ଲେଖିଥିଲେ। ସେହି ନେତାଙ୍କ ମଧ୍ୟରେ ଗୁଲାମ ନବି ଆଜାଦ ମଧ୍ୟ ଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ତାହାଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।