)
ଭୁବନେଶ୍ୱର: ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି । ପାଟକୁରାରୁ ବିରାଟ ପଟୁଆରରେ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକମାନେ ମେଳି କରିଛନ୍ତି ।
ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରାଯିବା ଉଚିତ ବୋଲି ସମର୍ଥକମାନେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ସମର୍ଥକ କହିଛନ୍ତି ଯେ, ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଆମେ ଭେଟିଛୁ ।'ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି' ଏବଂ ଘଟଣାର 'ପୁନର୍ବିଚାର କରିବାକୁ ସମୟ ମାଗିଛନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ସସପେଣ୍ଡ କରାଗଲା ସେନେଇ ପ୍ରଶ୍ନ କରିଥିଲେ ସମର୍ଥକମାନେ ।
ଅନ୍ୟପଟେ, ଶଙ୍ଖଭବନରେ ମେଳି କାରଣରୁ ନବୀନ ନିବାସ ଚାରିପଟେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି ।