ନିର୍ବାଚନ ଫଳାଫଳରୁ ମିଳିଲା ଝଟକା; ପରାଜୟର ରେକର୍ଡ ମୁଣ୍ଡାଇଲେ ସିହ୍ନା ପରିବାର
Advertisement

ନିର୍ବାଚନ ଫଳାଫଳରୁ ମିଳିଲା ଝଟକା; ପରାଜୟର ରେକର୍ଡ ମୁଣ୍ଡାଇଲେ ସିହ୍ନା ପରିବାର

ନିର୍ବାଚନ ହାରିବାରେ ରେକର୍ଡ କରିଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ପରିବାର। 
 

ନିର୍ବାଚନ ଫଳାଫଳରୁ ମିଳିଲା ଝଟକା; ପରାଜୟର ରେକର୍ଡ ମୁଣ୍ଡାଇଲେ ସିହ୍ନା ପରିବାର

ପାଟନା: ପ୍ରଥମ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Poll 2019) ପରାସ୍ତ ହୋଇଥିଲେ ବାପା ଓ ମାଆ। ଆଉ ଏବେ ବିଧାନସଭା ନିର୍ବାଚନରେ ହାରିଗଲେ ପୁଅ। ଲଗାତାର ଭାବେ ଏଭଳି ପରାଜୟ ରେକର୍ଡ ମୁଣ୍ଡାଇ ଚାଲିଛନ୍ତି ସିହ୍ନା ପରିବାର। ସେମାନେ କେହି ନୁହଁନ୍ତି ବଲିଉଡ ଅଭିନେତା (Bollywood Actor) ତଥା ବିହାରୀ ବାବୁ (Bihari Babu) ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା (Shatrughan Sinha)ପରିବାର।  

ବିହାରୀ ବାବୁଙ୍କ ପରିବାରର ସଦସ୍ୟ ବିଗତ ସହ ଚଳିତ ବର୍ଷ ମଧ୍ୟରେ ୩ଟି ନିର୍ବାଚନ ହାରିସାରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ବିହାରର ପାଟନା ସାହିବ ଲୋକସଭା (Patna Sahib Lok Sabha)ଆସନରୁ  ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ ଶତ୍ରୁଘ୍ନ ସିହ୍ନା। ଅନ୍ୟପଟେ ତାଙ୍କ ପତ୍ନୀ ପୁନମ ସିହ୍ନା (Poonam Sinha)ଲକ୍ଷ୍ନୌ ସଂସଦୀୟ (Lucknow Lok Sabha)କ୍ଷେତ୍ରରୁ ନିର୍ବାଚନ ଲଢି ହାରିଯାଇଥିଲେ। ଏବେ ତାଙ୍କ ପୁଅ ଲବ ସିହ୍ନା (Luv Sinha)ବାଙ୍କୀପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟର ସାମ୍ନା କରିଛନ୍ତି।

ଆଉ ଏବେ ତାଙ୍କ ପୁଅ ଲବ ସିହ୍ନା ବିହାରର ବାଙ୍କୀପୁର ବିଧାନସଭା (Bankipur Assembly Constituency)ଆସନରୁ ବିଜେପି ପ୍ରାର୍ଥୀ (BJP Candidate) ନୀତିନ ନବୀନ (Nitin Nabin) ଙ୍କ ପାଖରୁ ୩୯୭୬୭ ଭୋଟରେ ପରାସ୍ତ ହୋଇଛନ୍ତି। ଲବଙ୍କୁ ୪୩୯୦୮ ଏବଂ ନୀତିନଙ୍କୁ ୮୨୮୭୩ ଭୋଟ ମିଳିଥିଲା।

୨୦୧୯ ଲୋକସଭା ନିର୍ବାଚନରେ ସିହ୍ନା ଦମ୍ପତ୍ତିଙ୍କୁ ଦୁଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ (Ravishankar Prasad)ଏବଂ ରାଜନାଥ ସିଂହ (Rajnath Singh) ପରାସ୍ତ କରିଥିଲେ। ପାଟିନ ସାହିବ ଆସନରୁ ଶତ୍ରୁଘ୍ନ ସିହ୍ନାଙ୍କୁ ପରାସ୍ତ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। ଅନ୍ୟପଟେ ଲକ୍ଷ୍ନୌ ଲୋକସଭାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୁନମ ସିହ୍ନାଙ୍କୁ ପରାସ୍ତ କରିଥିଲେ।

ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଏବଂ ତାଙ୍କ ପତ୍ନୀ ସମାଜବାଦ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିଲେ। ହେଲେ ଉଭୟେ ଦୁଇ କେନ୍ଦ୍ରମନ୍ତ୍ରୀ ଅର୍ଥାତ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ପୂର୍ବରୁ ବିଜେପି ଟିକେଟରେ ଶତ୍ରୁଘ୍ନ ପାଟନ ସାହିବ ଲୋକସଭା ଆସନରୁ  ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବିଜେପିରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି (PM Modi)ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବାକୁ ପଛାଇନଥିଲେ ସେ। ଏପରିକି ଦୁଇ ଥର ୨୦୦୯-୨୦୧୯ ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ଧରି ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇ ଶେଷରେ ଦଳ ଛାଡି କଂଗ୍ରେସରେ ଯୋଗଦାନ କରିଥିଲେ।  

ସାଂସଦ ଥିବା ସମୟରେ ନିଜ ନିର୍ବାଚନମଣ୍ଡଳୀରେ ଲୋକସମ୍ପର୍କ ରକ୍ଷା କରିବାରେ ସଫଳ ହୋଇନଥିଲେ ସେ। ଏପରିକି ଦଳୀୟ ସଙ୍ଗଠନ ସହ ଯୋଗାଯୋଗରେ ନଥିଲେ। କେବଳ ଦଳ ପକ୍ଷରୁ ଆୟୋଜିତ ହେଉଥିବା ବଡ ବଡ ରାଲିରେ ସାମିଲ ହେଉଥିଲେ। ଦଳ ଠାରୁ ଦୂରେଇ ଯିବା କାରଣରୁ ତାଙ୍କୁ ନେଇ ଦଳୀୟ ମହଲରେ ଅସନ୍ତୋଷ ତେଜିବାରେ ଲାଗିଥିଲା।