Advertisement
Article Detail0/zeeodisha/odisha772555
Zee OdishaOdisha Politicsବିହାରକୁ ମାଗଣା କୋରୋନା ଟୀକା ମିଳୁ, କିନ୍ତୁ ବାକି ରାଜ୍ୟ କଣ ପାକିସ୍ତାନରେ?

'ବିହାରକୁ ମାଗଣା କୋରୋନା ଟୀକା ମିଳୁ, କିନ୍ତୁ ବାକି ରାଜ୍ୟ କ'ଣ ପାକିସ୍ତାନରେ?'

ବିହାରରେ ମାଗଣା କୋରୋନା ଭ୍ୟାକ୍ସିନ (Coronavirus Vaccine) ବଣ୍ଟନକୁ ନେଇ ଶିବସେନା (Shiv Sena) ମୁଖପାତ୍ର 'ସାମାନା' (Saamana) ରେ ବିଜେପି (BJP) କୁ ଟାର୍ଗେଟ କରାଯାଇଛି ।

'ବିହାରକୁ ମାଗଣା କୋରୋନା ଟୀକା ମିଳୁ, କିନ୍ତୁ ବାକି ରାଜ୍ୟ କ'ଣ ପାକିସ୍ତାନରେ?'

ମୁମ୍ୱାଇ: ଶିବସେନା (Shiv Sena) ନିଜର ମୁଖପତ୍ର 'ସାମାନା' (Saamana) ରେ ବିହାରରେ କୋରୋନା ଭ୍ୟାକ୍ସିନ ବା ଟୀକା  (Coronavirus Vaccine) ନେଇ ବିଜେପି (BJP) ର ପ୍ରତିଶ୍ରୁତିକୁ ଟାର୍ଗେଟ କରିଛି । ସାମନାର ସମ୍ପାଦକୀୟରେ ଏହା ଲେଖାଯାଇଛି ଯେ, ବିଜେପି (BJP) ଲୋକଙ୍କ ମନରେ କୋରୋନା ଭୟ ବଢ଼ାଇ ମାଗଣା ଟୀକା ଲଗାଇବାର ଅଯଥା ଉଦ୍ୟମ ଆରମ୍ଭ କରିଛି । "ତୁମେ ଆମକୁ ଭୋଟ୍ ଦିଅ, ଆମେ ତୁମକୁ ମାଗଣାରେ କୋରୋନା ଟୀକା ଲଗାଇବୁ, ଏହି ହେଉଛି ଏକ ପ୍ରକାରର ଚୁକ୍ତି ।" ଏହା ସହ ପ୍ରଶ୍ନ ଉଠାଯାଇଛି ଯେ, "ମତଦାତାଙ୍କୁ ଭୟଭୀତ କରାଇ ଟୀକା ଲଗାଇବାର ଏହି ପ୍ରସଙ୍ଗ ନିର୍ବାଚନ ଆୟୋଗର ନଜରରୁ କିପରି ଆସିନାହିଁ?"

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ପାଇଁ ବିଜେପି (BJP) ନିଜର ଘୋଷଣାପତ୍ରରେ କହିଛି ଯେ, "କୋରୋନା ଭୂତାଣୁ (Coronavirus) ବିରୋଧ ଲଢ଼େଇରେ ବିହାରର ଏନଡିଏ ସରକାର (NDA Government) ଦେଶ ସମ୍ମୁଖରେ ଏକ ଉଦାହରଣ ସୃଷ୍ଟି କରିଛି । ବିଜେପି ଶପଥ ନେଇଛି ଯେ ଆଇସିଏମଆ (ICMR) ର ଅନୁମୋଦନ ପରେ କୋରୋନା ଭୂତାଣୁ ଟୀକା (COVID-19 Vaccine) ଉପଲବ୍ଧ ହେବା ମାତ୍ରେ ଆମେ ବିହାରର ଲୋକଙ୍କୁ ମାଗଣା ଟୀକାକରଣ କରାଇବୁ ।"

ଅଧିକ ପଢ଼ନ୍ତୁ:-ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?

Add Zee News as a Preferred Source

ସାମନାର ସମ୍ପାଦକୀୟରେ ଲେଖାଯାଇଛି ଯେ, "ମାଗଣା ଟୀକା କେବଳ ବିହାର ପାଇଁ କାହିଁକି? କାହିଁକି ସମଗ୍ର ଦେଶ ପାଇଁ ନୁହେଁ? ପ୍ରଥମେ ଏହାର ଉତ୍ତର ଦିଅ । ସମଗ୍ର ଦେଶରେ କୋରୋନା ତାଣ୍ଡବଲୀଳା କରୁଛି ।"

ଏହା ଆଗରେ ଆହୁରି ଲେଖାଯାଇଛି ଯେ, "ବିହାର ନିର୍ବାଚନରୁ 'ବିକାଶ' ହଜିଯାଇଛି, ରୁଟି, ବସ୍ତ୍ର, ଘର ଏବଂ ରୋଜଗାର ବିଷୟ ଉଭେଇ ଯାଇଛି କାରଣ ସେଗୁଡ଼ିକ ବିଷୟରେ ଦୁର୍ଭିକ୍ଷ ପଡ଼ିଛି । ବେକାରୀ ଏବଂ ଦାରିଦ୍ର ସବୁଆଡେ ହାହାକାର ସୃଷ୍ଟି କରିଛି । ଏହାର କାଟ୍ ପାଇଁ ମାଗଣା ଟୀକା ଲଗାଇବାର ପ୍ରୟୋଗ ଆରମ୍ଭ ହୋଇଛି ।"

ଅଧିକ ପଢ଼ନ୍ତୁ:-'ଯଦି ମୋ ପଛରେ ଇଡି ଲଗାଇବେ, ତେବେ ତୁମର ସିଡି ଚାଲାଇଦେବି'

ନାଗରିକଙ୍କୁ ବଞ୍ଚାଇବାର ଦାୟିତ୍ୱକୁ କେନ୍ଦ୍ର ସରକାର ଅସ୍ୱୀକାର କରିପାରିବେ ନାହିଁ ବୋଲି ଶିବସେନା କହିଛି । ଏହା ବ୍ୟତୀତ କୁହାଯାଇଛି ଯେ, "ବିହାରକୁ 'ଟୀକା' ମିଳୁ, ଏଥିରେ ଦ୍ୱିମତ ନାହିଁ କିନ୍ତୁ ଅନ୍ୟ ରାଜ୍ୟ ପାକିସ୍ତାନରେ ନାହାଁନ୍ତି । କୋରୋନା ଟୀକା ପ୍ରସଙ୍ଗ ବିଜେପିର ବିହାର ଘୋଷଣାପତ୍ରରେ ଆଣିବା ଠିକ୍ ନୁହେଁ ।"

About the Author