• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଦାୟିତ୍ୱ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ Sidhu

ପଞ୍ଜାବରେ କଂଗ୍ରେସ ଗଡ଼କୁ ମଜବୁତ କରିବା ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ସହ ମିଶି ମୁଁ କାର୍ଯ୍ୟ କରିବି।       

ଦାୟିତ୍ୱ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଦେଲେ Sidhu

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବାରୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ରାଜ୍ୟ କଂଗ୍ରେସ ସଭାପତି ପଦକୁ ନେଇ ଦଳର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଥି୍ଲା। ଯାହାକୁ ନେଇ ସରଗରମ ହୋଇଉଠିଥିଲା ରାଜ୍ୟ ରାଜନୀତି।    

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ଭାବେ ଦାୟିତ୍ୱ ଗ୍ରହଣ ଅବସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ (First Indian Prime Minister) ଜବାହାର ଲାଲ ନେହେରୁଙ୍କୁ (Jawaharlal Nehru) ସହ ନିଜ ବାପାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନବଜୋତ ସିଂହ ସିଦ୍ଧୁ (Navjot Singh Sidhu)। ଏନେଇ ଟ୍ୱିଟ କରି ସେ କହିଛନ୍ତି ମୋ ବାପା ଜଣେ କଂଗ୍ରେସ କର୍ମକର୍ତ୍ତା (Congress Worker) ଥିଲେ। ପଞ୍ଜାବରେ କଂଗ୍ରେସ ଗଡ଼କୁ (Punjab Congress Fort) ଆହୁରି ମଜବୁତ କରିବା ପାଇଁ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ସହ ମିଶି ମୁଁ କାର୍ଯ୍ୟ କରିବି।   

Also Read: PPCC ଅଧ୍ୟକ୍ଷ ହେଲେ Sidhu; ଗ୍ରହଣ କରିବେ ତ CM Amarinder?

ସମସ୍ତଙ୍କ ସାଥ ଦେବା ଭଳି ଜଣେ କଂଗ୍ରେସ କର୍ମକର୍ତ୍ତା ଥିଲେ ମୋ ବାପା। ରାଜ ପରିବାର ଛାଡି ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଦେଶ ଭକ୍ତି ଲାଗି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ପରେ ସେ କଂଗ୍ରେସ ଅଧ୍ୟକ୍ଷ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ଆଡଭୋକେଟ ଜେନେରାଲ ହୋଇଥିଲେ।   

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

ପଞ୍ଜାବରେ କଂଗ୍ରେସର ଅଭେଦ୍ୟ ଗଡ଼କୁ ଆହୁରି ମଜବୁତ କରିବା ଲାଗି ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଲାଗି କାମ କରିବି। ମୋ ଉପରେ ବିଶ୍ୱାସ ରଖିଥିବାରୁ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ମୁଁ କୃତଜ୍ଞ। ଜିତିବ ପଞ୍ଜାବ ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟର ପ୍ରତ୍ୟେକ କଂଗ୍ରେସ କର୍ମକର୍ତ୍ତାଙ୍କ ପରିବାରର ସଦସ୍ୟଙ୍କ ସହ ମିଶି କାମ କରିବି। ଜଣେ ବିନମ୍ର କଂଗ୍ରେସ କର୍ମକର୍ତ୍ତା ଭାବେ ପଞ୍ଜାବ ମଡେଲ ଏବଂ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ୧୮ ସୂତ୍ରୀୟ କାର୍ଯ୍ୟପନ୍ଥା ମାଧ୍ୟମରେ ଲୋକଙ୍କ ଶକ୍ତି ସେମାନଙ୍କୁ ଫେରାଇ ଦେବା ଲାଗି  ମୋ ଯାତ୍ରା ଏବେ ଆରମ୍ଭ ହୋଇଛି।