)
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବିଜେଡିର ଟାଣୁଆ ମହିଳା ନେତା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ଜନତା ଦଳ ନୂଆପଡ଼ାର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଆଜି ନବୀନ ନିବାସଠାରେ ଏକ ଦୀର୍ଘ ସମୟ ଆଲୋଚନା ପରେ ନବୀନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ‘ ତାଙ୍କର ପୂର୍ବ କାର୍ଯ୍ୟସବୁ ତାଙ୍କୁ ନୂଆପଡ଼ାବାସୀଙ୍କୁ ଗ୍ରହଣୀୟ କରିବ। ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସ୍ନେହାଙ୍ଗିନୀ କହିଛନ୍ତି ‘ ନୂଆପଡ଼ାବାସୀଙ୍କ ସୁଖ ଦୁଃଖରେ ଶେଷ ନିଃଶ୍ୱାସ ଯାଏ ରହିବି। ଆଜିଠୁ ମୁଁ ନୂଆପଡ଼ାବାସୀଙ୍କ ପରିବାରର ସଦସ୍ୟ ରହିବି ବୋଲି କହିଛନ୍ତି ସ୍ନେହାଙ୍ଗିନି। ଏହି ନିର୍ବାଚନରେ ଧର୍ମ ସଂସ୍ଥାପନ ହେବ। ଯେଉଁମାନେ ଅଧର୍ମରେ ନିର୍ବାଚନ ଲଢ଼ୁଛନ୍ତି ସୋମନଙ୍କୁ ନୂଆପଡ଼ାବାସୀ ଉଚିତ ଜବାବ ଦେବେ ’ବାଲି ସେ କହିଛନ୍ତି।
୫୬ ବର୍ଷବୟସ୍କା ସ୍ନେହାଙ୍ଗିନୀ ଅତାବିରାରୁ ଦୁଇଥର ବିଧାୟକ ହୋଇଛନ୍ତି। ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ପୂର୍ବରୁ କାର୍ଯ୍ୟ କରିଛନ୍ତି। ୨୦୨୪ ନିର୍ବାଚନରେ ତାଙ୍କର ପରାଜୟ ହୋଇଥିଲା। ଏହାପରେ ସେ ବିଜେଡି ମହିଳା ମୋରଚ୍ଚାର ନେତ୍ରୀ ଭାବେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ନିଜର ମୂଲ୍ୟବାନ ମତ ରଖିଛନ୍ତି।
ନୂଆପଡ଼ଧା ଲାଗି ସ୍ନେହାଙ୍ଗିନୀଙ୍କ ନାଁ ଚର୍ଚ୍ଚ ହେଉ ନଥିଲା। ଆଜି ବିରୋଧୀ ଦଳ ନେତା ତାଙ୍କ ବାସଭବନରେ ନୂଆପଡ଼ା ସସ୍ପେନ୍ସ ଦୂର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ। ଏଥିରେ ନୂଆପଡ଼ାର ଜିଲ୍ଲାସ୍ତରୀୟ ନେତାମାନେ ଯୋଗ ଦେଇଥିଲେ। ତାଙ୍କ ସହ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ନବୀନ ସର୍ବ ସମ୍ମତ୍ତି କ୍ରମେ ନୂଆପଡ଼ା ପାଇଁ ଶ୍ରୀମତୀ ଛୁରିଆଙ୍କ ନାମ ଘୋଷଣା କରିଛନ୍ତି।
ବିଜୁ ଜନତା ଦଳେ ବିଧାୟକ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ଅକାଳ ବିୟୋଗ ହେତୁ ଏହି ପଦବୀ ଖାଲି ପଡ଼ିଛି। ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଏହିସମୟରେ ରାଜେନ୍ଦ୍ରଙଘକ୍ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେବାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା ଚାଲିଥିଲା।
ଆଜି ଜୟ ଢୋଲକିଆଙ୍କୁ ବିଜେପି ନିଜର ପ୍ରାର୍ଥୀ ଭାବେ ବିଧିବଦ୍ଧ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଯାଇଛି।