)
ଭୁବନେଶ୍ୱର: ନୂଆପଡା ଉପ ନିର୍ବାଚନ ଭୋଟ୍ ଗଣତି ନେଇ ବିଜେଡି ଆଣିଛି ସାଂଘାତିକ ଅଭିଯୋଗ । ବିଜେଡି ଟିକଟରୁ ନୂଆପଡା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମ ସାମ୍ନାରେ ବଡ଼ ଅଭିଯୋଗ ରଖିଛନ୍ତି ।
ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ଯେଉଁ ଭୋଟ ମେସିନ୍ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି । କେବଳ ସେତିକି ନୁହେଁ ଫଳାଫଳକୁ ମୁଁ ଖଣ୍ଡନ କରୁଛି ଏବଂ ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି ବୋଲି ସ୍ନେହାଙ୍ଗିନୀ କହିଛନ୍ତି । ନିର୍ବାଚନ ଦିନ ସଂଧ୍ୟା ୫ରେ ୭୫% ତାପରେ ୭ଟାରେ ୭୭% ମତଦାନ ଜଣାଇଲେ ଏବଂ ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ । ନୂଆପଡ଼ା ନିର୍ବାଚନରେ ଅନେକ ଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି । ସ୍ବାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ୭୦% ଭିତରେ ରହିଛି । ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍ରେ ୯୦%ରୁ ଅଧିକ ଭୋଟ୍ ବୋଲି ସ୍ନେହାଙ୍ଗିନୀ ପ୍ରଶ୍ନ କରିଛନ୍ତି ।