ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇଲେ ସୋନୁ ସୁଦ, ପ୍ରଚାର ସମୟରେ କହିଲେ ଏହି ବଡ଼ କଥା
Advertisement

ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇଲେ ସୋନୁ ସୁଦ, ପ୍ରଚାର ସମୟରେ କହିଲେ ଏହି ବଡ଼ କଥା

ମାଲଭିକା ସୁଦ (Malvika Sood) କହିଛନ୍ତି ଯେ ମୁଁ ମୋ ଭାଇଙ୍କ ସହ କଥା ହୋଇଛି, ଯେପର୍ଯ୍ୟନ୍ତ ଆମ ମଧ୍ୟରୁ କେହି ସିଷ୍ଟମର ଅଂଶ ନ ହେବା, ଆମେ ମୋଗାରେ ବିକାଶ କରିପାରିବୁ ନାହିଁ ।

ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇଲେ ସୋନୁ ସୁଦ, ପ୍ରଚାର ସମୟରେ କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: Punjab Election 2022: ଅଭିନେତା ସୋନୁ ସୁଦ (Bollywood Actor Sonu Sood) ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇପଡ଼ିଛନ୍ତି । ତାଙ୍କ ଭଉଣୀ ମାଲଭିକା ସୁଦ (Malvika Sood Sachar) କଂଗ୍ରେସ ଟିକେଟରେ ମୋଗାରୁ ନିର୍ବାଚନ ଲଢ଼ୁଛନ୍ତି । ନିଜ ଭଉଣୀ ପାଇଁ ପ୍ରଚାର ସମୟରେ ସୋନୁ ସୁଦ (Sonu Sood) କହିଛନ୍ତି ଯେ, ମୋ ମା' ଜଣେ ପ୍ରଫେସର ଥିଲେ ଓ ସେ ସାରା ଜୀବନ ପିଲାମାନଙ୍କୁ ଶିକ୍ଷା ଦେଇଛନ୍ତି । ମୋ ବାପା ଜଣେ ସାମାଜିକ କର୍ମୀ ଥିଲେ । ଏଠାରେ ଆମ ଜମିରେ ବିଦ୍ୟାଳୟ, କଲେଜ ଏବଂ ଧର୍ମଶାଳା ନିର୍ମାଣ କରାଯାଇଛି । ଏହା ଆମ ରକ୍ତରେ ଅଛି ।

ସୋନୁ ସୁଦ (Sonu Sood) କହିଛନ୍ତି ଯେ, ମୋ ଭଉଣୀ (Malvika Sood) ଏହାଠାରୁ ଅଧିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମ ସହରରେ ସର୍ବାଧିକ ଟିକାକରଣ ସୁବିଧା ତାଙ୍କ ମାଧ୍ୟମରେ ଦିଆଯାଇଥିଲା । ଯେଉଁଠି ଶିକ୍ଷା ଓ ଲୋକଙ୍କୁ ସାହାଯ୍ୟ କରିବା କଥା ଆସୁଛି ସେ ମୋଗାରେ ବହୁ ପରିଶ୍ରମ କରିଛନ୍ତି । ଲୋକମାନେ ତାଙ୍କୁ ସିଷ୍ଟମର ଏକ ଅଂଶ ହେବାକୁ ପ୍ରେରଣା ଦେଇଛନ୍ତି ।

ଅନ୍ୟପଟେ ମାଲଭିକା ସୁଦ (Malvika Sood) କହିଛନ୍ତି ଯେ ମୁଁ ମୋ ଭାଇଙ୍କ ସହ କଥା ହୋଇଛି, ଯେପର୍ଯ୍ୟନ୍ତ ଆମ ମଧ୍ୟରୁ କେହି ସିଷ୍ଟମର ଅଂଶ ନ ହେବା, ଆମେ ମୋଗାରେ ବିକାଶ କରିପାରିବୁ ନାହିଁ । ମୁଁ ଭାବିଲି ମୁଁ ଏଠାରେ ରହେ, ଏହାର ଏକ ଅଂଶ କାହିଁକି ହେବି ନୁହେଁ? ଯାହାଦ୍ୱାରା ଆମେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବା ଓ ସେମାନଙ୍କୁ ସାହାଯ୍ୟ କରିପାରିବା । ମୁଁ ମୋଗା ସହରରେ ରହେ । ଆମେ ଏଠାରେ ଏକ ସିଭିଲ୍ ହସ୍ପିଟାଲ୍ ନିର୍ମାଣ କରିବାକୁ ଚିନ୍ତା କଲୁ । ମୁଁ ଅନେକ ଲୋକଙ୍କ ପାଇଁ COVID ଟିକାକରଣର ସୁବିଧା ପ୍ରଦାନ କରିଛି ଓ ଶିବିର ଲଗାଇଛି । ପ୍ରସଙ୍ଗ ଥିଲା, କିନ୍ତୁ ବିକାଶ ସେପରି ହୋଇ ନଥିଲା ଯେମିତି ଆମେ ଚାହୁଁଥିଲୁ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-କୋରୋନାର ଅନ୍ତକୁ ନେଇ ବହୁତ ବଡ଼ ବୟାନ ଦେଲା WHO

ଏହା ବି ପଢ଼ନ୍ତୁ:-'ସିଦ୍ଧୁଙ୍କୁ କ୍ୟାବିନେଟରେ ରଖିବା ପାଇଁ ପାକିସ୍ତାନରୁ ଆସିଥିଲା ମେସେଜ୍'

ଏହା ବି ପଢ଼ନ୍ତୁ:-'ଯଦି ମୁଁ କୋହଲିଙ୍କ ସ୍ଥାନରେ ଥା'ନ୍ତି, ମୁଁ କେବେ ବିବାହ କରି ନ ଥା'ନ୍ତି', ଜାଣନ୍ତୁ କାହିଁକି ଏପରି କହିଲେ ଏହି ଭେଟେରାନ୍ କ୍ରିକେଟର

 

ଏଠାରେ କହି ରଖୁଛୁ ଯେ, ନିକଟ ଅତୀତରେ ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସରେ ଯୋଗ ଦେଇଥିଲେ । ପଞ୍ଜାବର ସିଏମ୍ ଚରଣଜିତ୍ ସିଂ ଚନ୍ନି (Punjab CM Charanjit Singh Channi) ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜାତ ସିଂ ସିଦ୍ଧୁ (Punjab Congress President Navtoj Singh Singh) ମାଲଭିକା ସୁଦଙ୍କ ଘରେ ପହଞ୍ଚି ତାଙ୍କୁ କଂଗ୍ରେସର ସଦସ୍ୟତା ପ୍ରଦାନ କରିଥିଲେ । ଏହି ସମୟରେ ସୋନୁ ସୁଦ ମଧ୍ୟ ଘରେ ଉପସ୍ଥିତ ଥିଲେ ।