UP Politics: '୧୦୦ ବିଧାୟକ ନେଇ ଆସ ମୁଖ୍ୟମନ୍ତ୍ରୀ ପଦ ଦିଆଯିବ'
Advertisement

UP Politics: '୧୦୦ ବିଧାୟକ ନେଇ ଆସ ମୁଖ୍ୟମନ୍ତ୍ରୀ ପଦ ଦିଆଯିବ'

Akhilesh Challenge To Keshab: ସମାଜବାଦୀ ପାର୍ଟି(SP) ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ୧୦୦ ବିଧାୟକଙ୍କ ସହ ଏସପିରେ ଯୋଗଦେଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya)ଙ୍କୁ ମୁଖ୍ୟମନ୍ତ୍ରୀ ପଦ (Minister Post) ପ୍ରଦାନ କରିବେ ବୋଲି କହିଛନ୍ତି।

ପ୍ରତୀକାତ୍ମକ

Akhilesh Challenge To Keshab: ସମାଜବାଦୀ ପାର୍ଟି(SP) ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ୧୦୦ ବିଧାୟକଙ୍କ ସହ ଏସପିରେ ଯୋଗଦେଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya)ଙ୍କୁ ମୁଖ୍ୟମନ୍ତ୍ରୀ ପଦ (Minister Post) ପ୍ରଦାନ କରିବେ ବୋଲି କହିଛନ୍ତି। ଅଖିଳେଶ ଯାଦବଙ୍କ ଏହି ଅଫରର ପ୍ରତିକ୍ରିୟାରେ ବାରବାଙ୍କିରେ କେଶବ ପ୍ରସାଦ ମୌର୍ଯ୍ୟ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ପାଣିରୁ ବାହାରିବା ପରେ ମାଛ ଯେପରି ଯନ୍ତ୍ରଣାରେ ଛଟପଟ ହୋଇଥାଏ, ସେହିପରି ଅଖିଳେଶ ଯାଦବ ମଧ୍ୟ କ୍ଷମତା ବିନା ଯନ୍ତ୍ରଣା ଭୋଗୁଛନ୍ତି।

ମୌର୍ଯ୍ୟ କହିଛନ୍ତି ଯେ, ସମାଜବାଦୀ ପାର୍ଟି ବର୍ତ୍ତମାନ ଏବେ ସମାପ୍ତବାଦୀ ଦଳରେ ପରିଣତ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୧୦୦ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ, ସେମାନଙ୍କୁ ଭାଙ୍ଗିବାର ଆବଶ୍ୟକତା ନାହିଁ କାରଣ ଆମ ସରକାର ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଭଲ ଭାବରେ ଚାଲୁଛି।

କେଶବ ମୌର୍ଯ୍ୟ କହିଛନ୍ତି ଯେ, ଅଖିଳେଶ ଯାଦବ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମର୍ଥକ ନୁହନ୍ତି, ସେ ବିଜେପି ବିରୋଧୀ ଏବଂ ପଛୁଆ ବର୍ଗଙ୍କ ବିରୋଧି। ଏଭଳି ବୟାନବାଜି କରି ସେ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ବିଧାନସଭା ଅଧିବେଶନରେ ମଧ୍ୟ ଅଖିଳେଶ ଯାଦବ ମୋ ସହିତ ଅଶୋଭନୀୟ ଭାଷାରେ କଥା ହୋଇଥିଲେ। ସେ ଯେଉଁଭଳି ଭାବରେ କହିଥିଲେ, ତାହା କୌଣସି ନେତାଙ୍କ ଭାଷା ନୁହେଁ।

ସେ ଅଭିଯୋଗ କରିଛନ୍ତି, 'ଅଖିଳେଶ (Akhilesh) ଚାହୁଁ ନାହାନ୍ତି ଯେ ପଛୁଆ ବର୍ଗର କୌଣସି ନେତା ଆଗକୁ ବଢନ୍ତୁ ଏବଂ ବଡ ହୁଅନ୍ତୁ। ସେ କେବଳ ଭାଙ୍ଗ ଆଉ ରାଜ କର ସିଦ୍ଧାନ୍ତରେ ରାଜନୀତି କରିବାକୁ ଚାହୁଁଛନ୍ତି। ମୌର୍ଯ୍ୟ ଦାବି କରିଛନ୍ତି ଯେ, ଅଖିଳେଶ ଯାଦବଙ୍କ କ୍ଷମତାକୁ ଫେରିବା ଉଦ୍ଦେଶ୍ୟ ଆସନ୍ତା ୨୫ ବର୍ଷରେ ମଧ୍ୟ ପୂରଣ ହେବନାହିଁ। ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ଏହାର ପାଲଟା ଜବାବ ଦେଇ କହିଥିଲେ ଯେ, ମୌର୍ଯ୍ୟ ସ୍ୱାର୍ଥପର ନେତା ନୁହନ୍ତି। ଅଖିଳେଶ ଯାଦବ ତାଙ୍କ ସହଯୋଗୀ ତଥା ପରିବାର ବିଷୟରେ ଚିନ୍ତା କରିବା ଉଚିତ, କାରଣ ତାଙ୍କର (ଏସପି ସହଯୋଗୀ ଦଳର) ବିଧାୟକ ମାନେ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଙ୍ଗଳବାର ଏକ ଘରୋଇ ନ୍ୟୁଜ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିକଟରେ ଘଟିଥିବା ରାଜନୈତିକ ଘଟଣାକ୍ରମରୁ ଶିକ୍ଷା ନେଇ ଯଦି ତାଙ୍କ ସହ ୧୦୦ ଜଣ ବିଧାୟକଙ୍କୁ ନେଇ ଏସପିରେ ଯୋଗ ଦିଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦିଆଯିବ। 

ଅଖିଳେଶଙ୍କ ଏହି ବୟାନର କଡ଼ା ଜବାବ ଦେବା ବେଳେ ରାଜ୍ୟ ବିଜେପି ସଭାପତି ଏକ ବଡ ଦାବି କରିଛନ୍ତି। ବୁଧବାର ଏକ ଟୁଇଟ୍ ଜରିଆରେ ସେ କହିଛନ୍ତି, ''କେଶବ ଜୀ ସଂଗଠନର, ଦଳ ଦ୍ବାରା ପ୍ରମାଣିତ ଏବଂ ବିଜେପି ବିଚାରଧାରା ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତା ଅଟେ। ସେ ସର୍ବଦା ଆମ ସହିତ ରହିବେ, କୌଣସି ସ୍ବାର୍ଥରେ ପଡିବା ଭଳି ନେତା ନୁହନ୍ତି। ସେ ଯାଦବଙ୍କୁ ଚଳାଇବେ, ଅଖିଳେଶ ତାଙ୍କୁ କଣ ଚଳାଇବେ?''