UP election 2022 : ସମାଜବାଦୀ ପାର୍ଟିର ବଡ଼ ଘୋଷଣା, ବିଜେପି-କଂଗ୍ରେସକୁ ଲାଗିଲା ଝଟକା
Advertisement

UP election 2022 : ସମାଜବାଦୀ ପାର୍ଟିର ବଡ଼ ଘୋଷଣା, ବିଜେପି-କଂଗ୍ରେସକୁ ଲାଗିଲା ଝଟକା

ସପା ମୁଖ୍ୟ ଅଖିଳେଶ ଯାଦବ ବର୍ତ୍ତମାନ ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ କନ୍ନୌଜ ଲୋକସଭା ଆସନରୁ ନିର୍ବାଚିତ ହୋଇ ଅଖିଳେଶ ସଂସଦ ପହଞ୍ଚିଥିଲେ। 

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନରେ ଏକ ବଡ ଟ୍ୱିଷ୍ଟ ଆସିଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲଢିବାକୁ ଘୋଷଣା କରିଛନ୍ତି। ଗୋରଖପୁରରୁ CM ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେବା ପରେ ଅଖିଳେଶ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଅଖିଳେଶ ଯାଦବ ପ୍ରଥମ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ସପା ମୁଖ୍ୟ ଅଖିଳେଶ ଯାଦବ ବର୍ତ୍ତମାନ ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ କନ୍ନୌଜ ଲୋକସଭା ଆସନରୁ ନିର୍ବାଚିତ ହୋଇ ଅଖିଳେଶ ସଂସଦ ପହଞ୍ଚିଥିଲେ। ୨୦୦୪ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ​​ବି ସମାନ ସିଟରୁ ବିଜୟ ହୋଇଥିଲେ। ୨୦୧୨ରେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଫଳରେ ତାଙ୍କୁ କନ୍ନୌଜ ଲୋକସଭା ଆସନରୁ ଇସ୍ତଫା ଦେବାକୁ ପଡିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ଅଖିଳେଶ ଯାଦବ ବିଧାନ ପରିଷଦର ସଦସ୍ୟ ହୋଇଥିଲେ।

Also Read: ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରଜେକ୍ଟ; କଣ୍ଟ ପୁରି ଗଡ଼ିଲା ମାସ , ଏହି ଦିନ ହୋଇପାରେ ଉଦଘାଟନ

ଅଖିଳେଶ ଯାଦବ ପ୍ରଥମ ଥର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କିନ୍ତୁ ସେ କୈଉ ଆସନରେ ପ୍ରତିଦ୍ୱନ୍ଦିତା କରିବେ ତାହା ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। ସୂଚନାନୁସାରେ, ଅଖିଳେଶ ଯାଦବ, ପୁର୍ବାଞ୍ଚଳ କିମ୍ବା ସେଣ୍ଟ୍ରାଲ ୟୁପିର ଯେକୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ସପା ସୁପ୍ରିମୋ ଅଖିଳେଶ, ଆଜମଗଡ କିମ୍ବା ଗାଜିପୁର ବିଧାନସଭା ଆସନରୁ ନିର୍ବାଚନୀରେ ପ୍ରବେଶ କରିପାରିବେ।

ଏଥର ଉତ୍ତର ପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ୪୦୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି। ଯୋଗୀଙ୍କ ଆସନ ଘୋଷଣା ହୋଇଥିବା ବେଳେ ଅଖିଳେଶଙ୍କୁ ନେଇ ସସ୍ପେନ୍ସ ଲାଗିରହିଛି। ତେବେ ସାଂସଦ ପଦବୀ ଛାଡି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଅଖିଳେଶ ମନ ବଳାଥିବା କୁହାଯାଉଛି।