'ଅପରାଧୀଙ୍କୁ ଟିକେଟ ଦେଇ ଆତଙ୍କ ସୃଷ୍ଟି କରିବାର ଟ୍ରେଲର ଦେଖାଇଛି ସମାଜବାଦୀ ପାର୍ଟି'
Advertisement

'ଅପରାଧୀଙ୍କୁ ଟିକେଟ ଦେଇ ଆତଙ୍କ ସୃଷ୍ଟି କରିବାର ଟ୍ରେଲର ଦେଖାଇଛି ସମାଜବାଦୀ ପାର୍ଟି'

ପ୍ରାର୍ଥୀ ଚୟନ କରିବାକୁ ନେଇ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି ବିଜେପି କହିଛି ଏହି ତାଲିକାରେ ଅପରାଧି ଭରି ରହିଛନ୍ତି।

 

'ଅପରାଧୀଙ୍କୁ ଟିକେଟ ଦେଇ ଆତଙ୍କ ସୃଷ୍ଟି କରିବାର ଟ୍ରେଲର ଦେଖାଇଛି ସମାଜବାଦୀ ପାର୍ଟି'

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ୧୫୯ ଜଣ ଦଳୀୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି ସମାଜବାଦୀ ପାର୍ଟି। ଏହି ତାଲିକାରେ ଜେଲରେ ଥିବା ରାମପୁର ଲୋକସଭା ଆସନର ସାଂସଦ    ଆଜମ ଖାନଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ପ୍ରାର୍ଥୀ ଚୟନ କରିବାକୁ ନେଇ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି ବିଜେପି କହିଛି ଏହି ତାଲିକାରେ ଅପରାଧି ଭରି ରହିଛନ୍ତି।

ଏନେଇ ମତ ରଖି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଏହି ତାଲିକା ନୂଆ ହୋଇପାରେ ହେଲେ ପ୍ରାର୍ଥୀ ସମାନ ଅଛନ୍ତି। ଏ ହେଉଛି ସପା ଯାହା ଉପରେ ଯାହା ଉପରେ ଜନସାଧାରଣ ହୋଇଉଠିଛନ୍ତି ଖପ୍ପା। ସମାଜବାଦୀ ପାର୍ଟି ଭଳି ଦଳର ଇତିହାସ ଏପରି ହୋଇଛି ଯେ ଅପରାଧି ଯେତେ ବଡ଼ ହେଉ ନାଁ କାହିଁକି ତାକୁ ମନ୍ତ୍ରୀ କରାଯାଉଛି।

Also Read: UP Poll 2022: ନିର୍ବାଚନ ମୈଦାନରେ ଦଳ, ଜେଲରେ ଦଳୀୟ ପ୍ରାର୍ଥୀ!

ରାଜ୍ୟରେ ସେହି ସମାଜବାଦୀ ପାର୍ଟି ରହିଛି। ମୁଲାମୟ ସିଂହ ଯାଦବ ଏବଂ ଅଖିଲେଶ ଯାଦବଙ୍କ ନେତୃତ୍ୱରେ ଗଠିତ ସମାଜବାଦୀ ସରକାର ମଧ୍ୟରେ କୌଣସି ପାଥର୍କ୍ୟ ନାହିଁ। ସପା ଅର୍ଥାତ ସମାଜବାଦୀ ପାର୍ଟି ଶାସନ କାଳରେ ରାଜ୍ୟରେ ୧ ହଜାରରୁ ଅଧିକ ଦଙ୍ଗା ହୋଇଛି। ଏ ହେଉଛି ସପା ଯାହା ଉପରେ ଯାହା ଉପରେ ଜନସାଧାରଣ ହୋଇଉଠିଛନ୍ତି ଖପ୍ପା।     

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଛନ୍ତି ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛୁ କାରଣ ସେ ତାଙ୍କ ସମାଜବାଦୀ ଦଙ୍ଗାକାରୀ, ଗୁଣ୍ଡାରାଜ, ଦୁର୍ନୀତିଗ୍ରସ୍ତ ବ୍ରାଣ୍ଡ ଆମ୍ବାସାଡର ଙ୍କ ତାଲିକା ପ୍ରକାଶ କରିଛନ୍ତି। ସମାଜବାଦୀ ପାର୍ଟି ଏପରି ଲୋକଙ୍କୁ ଟିକେଟ ପ୍ରଦାନ କରିଛି ଯେଉଁମାନଙ୍କ ବିରୋଧରେ ମାମଲା ଭରି ରହିଛି। 

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଟାକ୍ଷ: କହିଲେ ଦଙ୍ଗାକାରୀଙ୍କୁ ଟିକେଟ ଦେଉଛି ସମାଜବାଦୀ ପାର୍ଟି

ଅପରାଧୀଙ୍କୁ ଟିକେଟ ଦେଇ ସମାଜବାଦୀ ପାର୍ଟି ଆତଙ୍କ ସୃଷ୍ଟି କରିବାର ଟ୍ରେଲର ଦେଖାଇଛି। ଏହି ଦଳରୁ ଦଙ୍ଗାକାରୀ, ଲୁଟେରା, ବଳତ୍କାରୀ, ଠକେଇ କରିଥିବା ଲୋକ ଦଳୀୟ ବିଧାୟକ ଭାବେ ନିର୍ବାଚନ ଲଢିବେ। ମହିଳା ବିରୋଧି ହିଂସାରେ ଜଡିତ ରହିଥିବା ଅପରାଧି ଏବଂ ଯୌନ ହିଂସା ଭଳି ଘଟଣାରେ ଜଡିତ ରହିଥିବା ଲୋକଙ୍କୁ ସପା ପକ୍ଷରୁ ଟିକେଟ ମିଳିଛି। ହିଷ୍ଟ୍ରିସିଟର, ଗ୍ୟାଙ୍ଗଷ୍ଟାର,ଦଙ୍ଗାକାରୀ ବଳତ୍କାରୀ, ଠକେଇ କରିଥିବା ଲୋକଙ୍କ ତାଲିକା ଜାରି କରି ସମାଜବାଦୀ ପାର୍ଟି ଏହାର ପୁରୁଣା ରେକର୍ଡ ଭାଙ୍ଗିଛି।