ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା
Advertisement

ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

ଏଠାରେ କହି ରଖୁଛୁ ଯେ, ଡୋନା କୋଲକାତାର ଏକ ଶାସ୍ତ୍ରୀୟ ନୃତ୍ୟ ବିଦ୍ୟାଳୟ ଚଳାନ୍ତି । ଶାହା ଶୁକ୍ରବାର ଗାଙ୍ଗୁଲିଙ୍କ ଘରକୁ ଯାଇଥିଲେ । ତାଙ୍କ ଗସ୍ତ ପରେ କଳ୍ପନାଜଳ୍ପନା ଅଧିକ ଜୋର ଧରିଛି । ପରଦିନ ସୌରଭ ଓ ଡୋନା କୋଲକାତା ମେୟର ଫିରହାଦ ହାକିମଙ୍କ ସହ ଏକ ମଞ୍ଚରେ ଦେଖିବାକୁ ମିଳିଥିଲା ।

ରାଜ୍ୟସଭା ଯିବେ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା! ଅମିତ ଶାହଙ୍କ ସହ ସାକ୍ଷାତ ପରେ ଜୋର ଧରିଲା ଚର୍ଚ୍ଚା

କୋଲକାତା: ବିସିସିଆଇ ଅଧ୍ୟକ୍ଷ (BCCI President) ତଥା ପୂର୍ବତନ ଭାରତୀୟ ଅଧିନାୟକ (Former India Captain) ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି (Dona Ganguly) ଙ୍କୁ ରାଜ୍ୟସଭା (Rajya Sabha) ପଠାଯାଇପାରେ । ଓଡ଼ିଶୀ ନୃତ୍ୟଶିଳ୍ପୀ ଡୋନା (Odissi dancer Dona Ganguly) ସର୍ବଦା ଲାଇମଲାଇଟ୍ ଠାରୁ ଦୂରରେ ରହିଆସିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସୌରଭ ଗାଙ୍ଗୁଲିଙ୍କ ଘରେ ରାତ୍ରୀ ଭୋଜନ କରିବା ପରେ କୁହାଯାଉଛି ଯେ ବିଜେପି (BJP) ତାଙ୍କୁ ରାଜ୍ୟସଭା ସାଂସଦ (Rajya Sabha MP) ଭାବେ ମନୋନୀତ କରିପାରେ ।

ଅନୁଚ୍ଛେଦ ୮୦ (୧)(ଏ)  ଅନୁସାରେ ରାଷ୍ଟ୍ରପତି (President) ରାଜ୍ୟସଭାରେ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରିପାରନ୍ତି । ରୁପା ଗାଙ୍ଗୁଲି (Roopa Ganguly) ଓ ସ୍ୱପନ ଦାସଗୁପ୍ତ (Swapan Dasgupta) ଙ୍କ ସମେତ ୧୨ରୁ ପାଞ୍ଚ ଜଣ ମାର୍ଚ୍ଚ ଓ ଏପ୍ରିଲରେ ସେମାନଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଛି । ଯେଉଁ ଅନ୍ୟମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି ସେମାନଙ୍କ ମଧ୍ୟରେ ମେରି କୋମ (Mary Kom) ଓ ସୁବ୍ରମଣ୍ୟନ୍ ସ୍ୱାମୀ (Subramanian Swamy) ସାମିଲ ଅଛନ୍ତି ।

ଯେତେବେଳେ ଏ ବିଷୟରେ ପଚରାଗଲା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ (Dilip Ghosh) କହିଛନ୍ତି ଯେ, ମୋତେ ଏହି ବିଷୟରେ ସୂଚନା ନାହିଁ । ମୁଁ ଜାଣେ ନାହିଁ ଯେ ବଙ୍ଗଳାରୁ କାହାକୁ ରାଜ୍ୟସଭା ପାଇଁ ମନୋନୀତ କରାଯାଉଛି କି ନାହିଁ । ନା ତ ଘୋଷ ନା ପଶ୍ଚିମ ବଙ୍ଗର ବିଜେପି କୌଣସି ନେତା ଆଧିକାରୀକ ଭାବେ ଏହି ଗୁଜବକୁ ଖଣ୍ଡ କରିଛନ୍ତି । ସେପଟେ ତୃଣମୂଳ କଂଗ୍ରେସ (TMC) ଏହା ଉପରେ କିଛି କହିବାକୁ ମନା କରିଦେଇଛି ।

ସୂତ୍ରାନୁସାରେ, ଡୋନାଙ୍କ ଘନିଷ୍ଠ ପରିଚିତ ବ୍ୟକ୍ତି ମଧ୍ୟ ଏହାକୁ ରାଜନୈତିକ କଳ୍ପନାଜଳ୍ପନା ବୋଲି କହି ଖଣ୍ଡନ କରିଛନ୍ତି । ଡୋନା କହିଛନ୍ତି ଯେ, ଅମିତ ଶାହ ଜଣେ ପରିବାରର ବନ୍ଧୁ ଓ ଦୀର୍ଘ ସମୟରୁ ଗାଙ୍ଗୁଲି ପରିବାର ତାଙ୍କୁ ଜାଣେ । ତାଙ୍କୁ ରାତ୍ରୀ ଭୋଜନ ପାଇଁ ଡାକିବାର ଅର୍ଥ ନୁହେଁ ଯେ ଏହାର ରାଜନୀତି ସହିତ କିଛି ସମ୍ପର୍କ ଅଛି । ଡୋନାଙ୍କୁ ତୁରନ୍ତ ରାଜନୀତିରେ ପ୍ରବେଶ କରିବା ପାଇଁ କୌଣସି ପ୍ରସ୍ତାବ କିମ୍ବା ଯୋଜନା ନାହିଁ ।

ଏହା ବି ପଢ଼ନ୍ତୁ:-ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ଏହା ବି ପଢ଼ନ୍ତୁ:-'ଯଦି ଭାରତ ଶତ୍ରୁ ତେବେ ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ'

ଏହା ବି ପଢ଼ନ୍ତୁ:-ତାଜମହଲର ବନ୍ଦ ପଡ଼ିଥିବା ୨୨ କୋଠରୀରର କାହାଣୀ: 'ରାଜା ଜୟ ସିଂଙ୍କ ଠାରୁ ୧୭ ଏକର ଜମି କିଣିଥିଲେ ଶାହାଜାହାନ'