)
Lok Sabha Election 2024: ଆସନ୍ତା ମାସରେ ନିର୍ବାଚନ ଆୟୋଗ ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ତାରୀଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେପି (Bharatiya Janata Party) ୧୦୦ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିପାରିବ। ସୂଚନାନୁସାରେ ଦଳର ଉଭୟ ଶକ୍ତିଶାଳୀ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଏବଂ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଏହି ତାଲିକାରେ ସାମିଲ ହେବେ ବୋଲି ଆଶା କରାଯାଉଛି। 'NDTV' ର ଏକ ରିପୋର୍ଟ ଅନୁଯାୟୀ, ୨୯ ଫେବୃଆରୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୌଠକ ହେବାର ସମ୍ଭାବନା ରହିଛି। ଏହା ପରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରାଯାଇପାରେ। ବିଜେପିର ପ୍ରଥମ ତାଲିକା ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଶାସକ ଦଳ ୫୪୩ ଲୋକସଭା ଆସନ ମଧ୍ୟରୁ ୩୭୦ଟି ଆସନ ଜିତିବା ନେଇ ଏକ ବଡ଼ ଲକ୍ଷ୍ୟ ରଖିଛି ଏବଂ ଏନଡିଏ ପାଇଁ ୪୦୦ଟି ଆସନ ପାଇବା ଦିଗରେ କାର୍ଯ୍ୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀର ଜଣେ ସାଂସଦ, ଯେଉଁଠାରୁ ସେ ଦୁଇଥର ନିର୍ବାଚନ ଜିତିଛନ୍ତି। ସେ ୨୦୧୪ ରେ ୩.୩୭ ଲକ୍ଷ ଭୋଟ ବ୍ୟବଧାନରେ ଏଠାରୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୯ ରେ ଏହି ଭୋଟ ବ୍ୟବଧାନ ୪.୮ ଲକ୍ଷ ଭୋଟକୁ ବୃଦ୍ଧି ପାଇଥିଲା। ଅମିତ ଶାହା ଗାନ୍ଧିନଗରରୁ ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ପୂର୍ବରୁ ଏହି ଆସନରୁ ଭେଟେରାନ ବିଜେପି ନେତା ଏଲ.କେ ଆଡଭାନୀ ନିର୍ବାଚନ ଲଢ଼ୁଥିଲେ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ନେତା ତଥା କର୍ମୀଙ୍କୁ ୩୭୦ ଟି ଆସନ ଜିତିବା ଲକ୍ଷ୍ୟ ହାସଲ କରିବାକୁ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ ଏବଂ ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଥିଲେ।
ଦଳର ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ ଯୋ କ୍ଷମତାର ଲାଭ ଉପଭୋଗ କରିବାକୁ ସେ ତୃତୀୟ ଥର ପଦବୀ ଖୋଜୁ ନାହାଁନ୍ତି ବରଂ ସେ ଦେଶ ପାଇଁ ବିକାଶ କାର୍ଯ୍ୟ ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ “ଜଣେ ବରିଷ୍ଠ ନେତା ଥରେ ମୋତେ କହିଥିଲେ ଯେ ମୁଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଭାବରେ ବହୁତ କାମ କରିଛି ଏବଂ ମୋତେ ବିଶ୍ରାମ ନେବା ଉଚିତ୍। କିନ୍ତୁ ମୁଁ ତାଙ୍କୁ ଉତ୍ତରରେ କହିଥିଲେ ‘ରାଜନୀତି’ ପାଇଁ ନୁହେଁ ବରଂ ‘ଜାତୀୟ ନୀତି’ ପାଇଁ କାମ କରୁଛି।