'ଧୋନି ଜଣେ ଭଲ ଲିଡର, ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ'
Advertisement

'ଧୋନି ଜଣେ ଭଲ ଲିଡର, ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ'

ବିଜେପି ନେତା(BJP Leader) ସୁବ୍ରମଣ୍ୟମ ସ୍ୱାମୀ ରବିବାର ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କୁ ପରାମର୍ଶ ଦେଇ ଏକ ଟ୍ୱିଟ କରିଛନ୍ତି । 

'ଧୋନି ଜଣେ ଭଲ ଲିଡର, ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ'

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ତାଙ୍କ ଅବସର ପରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ(Subramaniam Swamy) ତାଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ ଏମଏସ ଧୋନି ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାଁନ୍ତି ।

ବିଜେପି ନେତା(BJP Leader) ସୁବ୍ରମଣ୍ୟମ ସ୍ୱାମୀ ରବିବାର ନିଜ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କୁ ପରାମର୍ଶ ଦେଇ ଏକ ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, "ଏମଏସ ଧୋନି କ୍ରିକେଟରୁ ଅବସର ନେଉଛନ୍ତି, କିନ୍ତୁ ଅନ୍ୟ କୌଣସି ଜିନିଷରୁ ନୁହେଁ । ଚ୍ୟାଲେଞ୍ଜ ସହ ଲଢ଼ିବା ପାଇଁ ତାଙ୍କର ପ୍ରତିଭା ଏବଂ ଏକ ଟିମର ନେତୃତ୍ୱ କରିବାର ଯେଉଁ କ୍ଷମତା କ୍ରିକେଟରେ ପ୍ରଦର୍ଶନ କରିଛନ୍ତି । ତାହା ସାର୍ବଜନିନ ଜୀବନରେ ଆବଶ୍ୟକ । ତାଙ୍କୁ ୨୦୨୪ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ।"

ଅଧିକ ପଢ଼ନ୍ତୁ:-ଦିନେ ସଚିନ ପାଇଲଟଙ୍କୁ କହିଥିଲେ 'ନିକମ୍ମା', ଏବେ ପ୍ରଶଂସାରେ ପୋତି ପକାଇଲେ ଗେହଲଟ୍

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ମହେନ୍ଦ୍ର ସିଂ ଧୋନିଙ୍କ ଏହି ନିଷ୍ପତ୍ତି ସହିତ କ୍ରିକେଟର ଆଉ ଏକ ଯୁଗ ଶେଷ ହୋଇଯାଇଛି । ଧୋନି ନିଜ ଅଧିନାୟକତ୍ୱ ଏବଂ ଖେଳ ମାଧ୍ୟମରେ ଭାରତୀୟ କ୍ରିକେଟ୍ ଇତିହାସରେ ଅନେକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ । ଏମଏସ ଧୋନି ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, '"ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ । ସନ୍ଧ୍ୟା ୭.୨୯ ପରଠାରୁ ମୋତେ ଅବସରପ୍ରାପ୍ତ ବୋଲି ଭାବନ୍ତୁ ।"