'କୋରୋନା ସଙ୍କଟ ବେଳେ ହମଲା ପାଇଁ ପ୍ରସ୍ତୁତ ଚୀନ୍, ଅମିତ ଶାହା କରିଛନ୍ତି ଅଣଦେଖା'
Advertisement

'କୋରୋନା ସଙ୍କଟ ବେଳେ ହମଲା ପାଇଁ ପ୍ରସ୍ତୁତ ଚୀନ୍, ଅମିତ ଶାହା କରିଛନ୍ତି ଅଣଦେଖା'

ସୁବ୍ରମଣିୟନ ସ୍ୱାମୀ ଯେତିକି ଆକ୍ରମଣ ବିରୋଧି ଉପରେ କରନ୍ତି, ତାଠାରୁ ଅଧିକ ନିଜ ଦଳର ନେତାଙ୍କୁ କଟାକ୍ଷ କରନ୍ତି। ତେବେ ଏହି ସମୟରେ ସେ କେନ୍ଦ୍ର ସରକାରକୁ ଏକ ସତର୍କବାଣୀ ଶୁଣାଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରାୟତଃ ସମୟରେ ନିଜ଼ର ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି ବିଜେପି ସାଂସଦ ସୁବ୍ରମଣିୟନ ସ୍ୱାମୀ। ସେ ଯେତିକି ଆକ୍ରମଣ ବିରୋଧି ଉପରେ କରନ୍ତି, ତାଠାରୁ ଅଧିକ ନିଜ ଦଳର ନେତାଙ୍କୁ କଟାକ୍ଷ କରନ୍ତି। ତେବେ ଏହି ସମୟରେ ସେ କେନ୍ଦ୍ର ସରକାରକୁ ଏକ ସତର୍କବାଣୀ ଶୁଣାଇଛନ୍ତି। ଆଗାମୀ ଦିନରେ ଚୀନ ଆକ୍ରମଣ କରିବାର ସମ୍ଭାବନା ଥିବା ସ୍ୱାମୀ କହିଛନ୍ତି।

ବିଜେପି ସାଂସଦ ସୁବ୍ରମଣିୟନ ସ୍ୱାମୀ (Subramanian Swamy) ଦେଶବାସୀଙ୍କ ଚିନ୍ତା ବଢାଇଦେଇଛନ୍ତି। ଶୁକ୍ରବାର ସେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଗୁଡାଏ ଟ୍ୱିଟ କରିଛନ୍ତି। ସ୍ୱାମୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ସଙ୍କଟ ସମୟରେ ଅବଗତ କରିବାକୁ ଚାହେଁ, ଚୀନ (China) ଅତିରିକ୍ତ PLA ସୈନ୍ୟଙ୍କୁ ଲଦାଖ (Ladakh) ନିକଟସ୍ଥ LACରେ ମୁୟତୟ କରିଛି। ଆଗାମୀ ଦିନରେ ଆକ୍ରମଣ କରିବାକୁ ଡ୍ରାଗନ ପ୍ରସ୍ତୁତ ଚଳାଉ ଥିବା ସାଂସଦ ଚେତାବନୀ ଦେଇଛନ୍ତି।

Also Read: ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ

ସେହି ଟ୍ୱିଟରେ ସେ ପୁଣି କହିଛନ୍ତି ଯେ, ଆମେ ମଧ୍ୟ ଚୀନକୁ ପ୍ରତିଜବାବ ଦେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଏଥିପାଇଁ ଆମକୁ ବିପୁଳ ମାନବ ମୂଲ୍ୟ ଦେବାକୁ ପଡିବ। ଚୀନ ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଆମକୁ କୈଳାଶ ରେଞ୍ଜ ଛାଡିବାର ନଥିଲା ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସୁବ୍ରମଣିୟନ ସ୍ୱାମୀ କହିଛନ୍ତି ଯେ, ସେ ଏହି ବିଷୟରେ ୨୦୧୫ରେ ପ୍ରଧାନମନ୍ତ୍ରୀ (PM Modi) ଓ ପରେ ଅମିତ ଶାହା (Amit Shah) ଙ୍କୁ ଅବଗତ କରାଇଥିଲେ। କିନ୍ତୁ ଉଭୟେ ଏହା ଉପରେ ଧ୍ୟାନ ଦେଇନଥିବା ସ୍ୱାମୀ ଅଭିଯୋଗ ଆଣିଛନ୍ତି।

 

ତେବେ ସାଂସଦ (BJP MP) ଙ୍କ ଏହି ବୟାନ ପରେ କେନ୍ଦ୍ର ସରକାର (Modi Govt) କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତ କିଛି ଦିନ ହେବ ସୁବ୍ରମଣିୟନ ସ୍ୱାମୀ ଟ୍ୱିଟରରେ ବେଶ ଆକ୍ଟିଭ୍ ଅଛନ୍ତି। ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର (S Jaishankar) ଙ୍କୁ ୱେଟର ବୋଲି କହିଥିଲେ। ଏବା ବ୍ୟତୀତ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟକୁ କୋଭିଡ୍ ହସ୍ପିଟାଲ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।