Punjab Election ପୂର୍ବରୁ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଭଉଣୀ ସୁମନ ତୂର
Advertisement

Punjab Election ପୂର୍ବରୁ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଭଉଣୀ ସୁମନ ତୂର

ଯିଏ ପରିବାରର ହେଲା ନାହିଁ ସେ ଅନ୍ୟ କାହାର କ'ଣ ହେବ।

Punjab Election ପୂର୍ବରୁ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଭଉଣୀ ସୁମନ ତୂର

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାଇ ତଥା ରାଜ୍ୟ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଭଉଣୀ ସୁମନ ତୂର। ଭାଇ ସିଦ୍ଧୁ ପାରିବାରିକ ସମ୍ପତ୍ତି ଜବରଦଖଲ କରି ରଖିଥିବା ନେଇ ଅଭିଯୋଗ କରିଛନ୍ତି ଭଉଣୀ ତୂର।

ଭାଇ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଭଉଣୀ ସୁମନ ତୂର କହିଛନ୍ତି ସେ ପାରିବାରିକ ସମ୍ପତ୍ତିକୁ ଜବରଦଖଲ କରି ରଖିଛନ୍ତି। ଏହାକୁ ନିଜ ଅଧିକାରରେ ରଖିବା ପାଇଁ ସିଦ୍ଧୁ ତାଙ୍କ ମାଆଙ୍କୁ ଗୃହହୀନ କରିଦେଇଥିଲେ।

Also Read: 'ହାଇକମାଣ୍ଡ କହିଲେ ସିଦ୍ଧୁଙ୍କ ପାଦ ତଳେ ରଖି ଦେବି ମୋର ଇସ୍ତଫା'

ନିଜକୁ ସିଦ୍ଧୁଙ୍କ ଭଉଣୀ ବୋଲି ଦାବି କରୁଥିବା ତୂର ଆମେରିକାରେ ରହନ୍ତି। ତାଙ୍କର କହିବା କଥା ୧୯୮୬ ମସିହାରେ ପିତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ଭାଇ ସିଦ୍ଧୁ ତାଙ୍କ ମାଆଙ୍କୁ ଘରୁ ବାହାର କରିଦେଇଥିଲେ। ଏହା ପରେ ୧୯୮୯ ମସିହାରେ ଦିଲ୍ଲୀ ରେଳ ଷ୍ଟେସନ ଠାରେ ଏକ ପରିତ୍ୟକ୍ତ ଅବସ୍ଥାରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ମୁଁ ସିଦ୍ଧୁଙ୍କୁ ଭେଟିବାକୁ ଯାଇଥିଲେ ହେଲେ ସେ ଘରର ଦ୍ୱାର ଖୋଲିନଥିଲେ।  

୧୯୯୦ ମସିହାରେ ମୁଁ ଆମେରିକା ପଳାଇଥିଲି। ସିଦ୍ଧୁ ତାଙ୍କ ମାଆଙ୍କ ପ୍ରତି ଅନେକ ଅନ୍ୟାୟ କରିଛନ୍ତି। ମୁଁ ସିଦ୍ଧୁଙ୍କୁ କହିବାକୁ ଚାହେଁ ସେ ସର୍ବସାଧାରଣରେ ତାଙ୍କ ମାଆଙ୍କ ବିଷୟରେ ଯାହା କହିଥିଲେ ସେଥିପାଇଁ କ୍ଷମା ମାଗନ୍ତୁ। ମାତ୍ର ସେ କଥାବାର୍ତ୍ତା କରିବାକୁ ମନା କରିଦେଇଥିଲେ। ଯିଏ ପରିବାରର ହେଲା ନାହିଁ ସେ ଅନ୍ୟ କାହାର କ'ଣ ହେବ। ସମ୍ପତ୍ତି ପାଇଁ ସିଦ୍ଧୁ ମାଆଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡି଼ ଦେଇଥିଲେ ବୋଲି କହିଛନ୍ତି ସୁମନ ତୂର।