• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

କଣ ଥିଲା ଅଜିତଙ୍କ ଶେଷ ସ୍ୱପ୍ନ? ଖୁଲାସା କଲେ ସୁର ରାଉତରାୟ

ଜଣେ ଯୁବ ନେତାଙ୍କୁ ହରାଇ କଂଗ୍ରେସ ଭାଙ୍ଗି ପଡିଛି। ରାଜ୍ୟ ତଥା କେନ୍ଦ୍ରର ନେତା-ମନ୍ତ୍ରୀମାନେ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସୁର ରାଉତ ରାୟ ମଧ୍ୟ ଅଜିତଙ୍କ ବିୟୋଗ ଖବର ଶୁଣି ମ୍ରିୟମାଣ ହୋଇ ପଡିଛନ୍ତି।

କଣ ଥିଲା ଅଜିତଙ୍କ ଶେଷ ସ୍ୱପ୍ନ? ଖୁଲାସା କଲେ ସୁର ରାଉତରାୟ
ଡିଜାଇନ ଫଟୋ

ପୁରୀ: ପିପିଲି ଉପ ନିର୍ବାଚନ (Pipili By poll) ରେ ମାତ୍ର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। ଜଣେ ଯୁବ ନେତାଙ୍କୁ ହରାଇ କଂଗ୍ରେସ ଭାଙ୍ଗି ପଡିଛି। ରାଜ୍ୟ ତଥା କେନ୍ଦ୍ରର ନେତା-ମନ୍ତ୍ରୀମାନେ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସୁର ରାଉତ ରାୟ ମଧ୍ୟ ଅଜିତଙ୍କ ବିୟୋଗ ଖବର ଶୁଣି ମ୍ରିୟମାଣ ହୋଇ ପଡିଛନ୍ତି। ସେପଟେ ପିପିଲିରେ ଶୋକାକୂଳ ପରିବେଶ ଦେଖାଦେଇଛି।

ଅଜିତ ମଙ୍ଗରାଜ (Ajit Mangaraj) ଙ୍କ ପାଇଁ ସକ୍ରିୟ ଭାବେ ପ୍ରଚାର କରୁଥିବା ସୁର ରାଉତରାୟ (Sura Rautray) କହିଛନ୍ତି, 'ମତେ ଅଜିତ ବଡ ଭାଇ ବୋଲି ମାନୁଥିଲା। ତାର ବେପାରରେ ମଧ୍ୟ ସୁବିଧା ଅସୁବିଧା ବେଳେ ସାହାଯ୍ୟ କରେ। ଏଥର ଟିକଟ ପାଇଁ ସେ ବହୁତ ଅନୁରୋଧ କରିଥିଲା। ଭାଇ ମୋର ଶେଷ ସ୍ୱପ୍ନ ଟିକେ ଠିଆ ହେବା ପାଇଁ ବୋଲି କହିଥିଲା। ମୁଁ ମଧ୍ୟ ନିରଞ୍ଜନ ପଟ୍ଟନାୟକ ଓ AICC ଉପରେ ଚାପ ପକାଇଥିଲି। ସେ ମୋ ସହିତ ୨୦ ବର୍ଷ କଂଗ୍ରେସ (Congress) ପାଇଁ କାମ କରିଛି। ଆଉ ସେ ଟିକଟ ମଧ୍ୟ ପାଇଲା।'

Also Read: Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ସୁର ପୁଣି କହିଛନ୍ତି, ' ମୁଁ ଅଜିତଙ୍କ ପାଇଁ ୫ଟି ପଞ୍ଚାୟତରେ ନେତୃବୃନ୍ଦଙ୍କ ସହ ମିଶି ଡୋର ଟୁ ଡୋର କ୍ୟାମ୍ପେନ କରିଛି। ଆଜି ଗୋଟିଏ ହନୁମାନ ମନ୍ଦିର ପାଖରେ ପହଞ୍ଚିଲା ବେଳକୁ କାବୁ ମଙ୍ଗରାଜ ମରି ଗଲେ ବୋଲି ଖବର ପାଇ ସ୍ତବ୍ଧ ହୋଇଗଲି। ପ୍ରଥମ ପ୍ରଚାର ଦିନ ଆମେ ବାଇକ ରାଲି କରିଥିଲୁ। ସେଇଠୁ ଅଜିତର ବେମାର ଷ୍ଟାର୍ଟ ହେଇଛି। ସେ ଦେହ ଖରାପ ବୋଲି କହିବାରୁ ତାକୁ ଘରକୁ ଯିବାକୁ କହିଥିଲି। ସେହି ଦିନଠୁ ପ୍ରାୟ ୧୧ ଦିନ ହେଲା ମୁଁ ତା ପାଇଁ ପ୍ରଚାର କରୁଥିଲି। ଜଗନ୍ନାଥଙ୍କ ବରାଦ ନାହିଁ ଆଜି ମୋର ସାନ ଭାଇକୁ ହରାଇଛି।'

'ଅଜିତ ଜଣେ ସରଳ, ଭଦ୍ର ଲୋକ। ତାର ରାଗ ନାହିଁ, ରୁସା ନାହିଁ। ଯେତେବେଳେ ସାମ୍ବାଦିକମାନେ ପଚାରି ଥିଲେ, ବିଜେଡି-ବିଜେପିର ଏତେ ଷ୍ଟାର ଆସି ବୁଲୁଛନ୍ତି, ତମର? ମୋର ଆଗରେ କହିଲା, ମୋ ସୁର ଭାଇ ସଫିସେଣ୍ଟ। କି ବାଧା, କି ଦୁଃଖ! ହେ ଜଗନ୍ନାଥ (Lord Jagannath) ତା ପରିବାରକୁ ଶକ୍ତି ଦିଅ, ତାର ଆତ୍ମାର ସଦଗତି ହେଉ' ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି।