Advertisement
Article Detail0/zeeodisha/odisha763331
Zee OdishaOdisha Politicsବିହାର ନିର୍ବାଚନରେ ​​ବିଜେପିଠୁ ପ୍ରତିଶୋଧ ନେବେ ଉଦ୍ଧବ-ପାୱାର ?

ବିହାର ନିର୍ବାଚନରେ ​​ବିଜେପିଠୁ 'ପ୍ରତିଶୋଧ' ନେବେ ଉଦ୍ଧବ-ପାୱାର ?

Bihar Assembly Election 2020: କୋରୋନା ସଂକ୍ରମଣର ବଢ଼ୁଥିବା ମାମଲା, ଲକଡାଉନ୍ ଯୋଗୁଁ ଘରକୁ ଫେରିଥିବା ଲକ୍ଷ ଲକ୍ଷ ବେକାର ପ୍ରବାସୀ, ବନ୍ୟାର ବିଭୀଷିକା ମଧ୍ୟରେ ଥିବା ବିହାରବାସୀଙ୍କୁ ଗତ ଚାରିମାସ ଧରି କେବଳ ଗୋଟିଏ କଥା ପରସା ଯାଇଥିଲା । ତାହା ହେଉଛି ବିହାରର ପୁଅ ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା କରାଯାଇଛି ଓ ମହାରାଷ୍ଟ୍ର ସରକାର ଏବଂ ମୁମ୍ବ

ବିହାର ନିର୍ବାଚନରେ ​​ବିଜେପିଠୁ 'ପ୍ରତିଶୋଧ' ନେବେ ଉଦ୍ଧବ-ପାୱାର ?

ନୂଆଦିଲ୍ଲୀ: Bihar Assembly Election 2020: କୋରୋନା ସଂକ୍ରମଣର ବଢ଼ୁଥିବା ମାମଲା, ଲକଡାଉନ୍ ଯୋଗୁଁ ଘରକୁ ଫେରିଥିବା ଲକ୍ଷ ଲକ୍ଷ ବେକାର ପ୍ରବାସୀ, ବନ୍ୟାର ବିଭୀଷିକା ମଧ୍ୟରେ ଥିବା ବିହାରବାସୀଙ୍କୁ ଗତ ଚାରିମାସ ଧରି କେବଳ ଗୋଟିଏ କଥା ପରସା ଯାଇଥିଲା । ତାହା ହେଉଛି ବିହାରର ପୁଅ ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା କରାଯାଇଛି ଓ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସ ତାଙ୍କୁ ନ୍ୟାୟ ଦେବା ପାଇଁ କିଛି କରିନାହାଁନ୍ତି । ବିଜେପି ଏହି ବିଷୟକୁ ଏକ ପ୍ରସଙ୍ଗ କରିଥିଲା ​​ଏବଂ କିଛି ନ୍ୟୁଜ୍ ଚ୍ୟାନେଲ ମଧ୍ୟ ଏହି କାର୍ଯ୍ୟରେ ସାଥ୍ ଦେଇଥିଲା ।

ସୁଶାନ୍ତ ମାମଲାକୁ ବାହାନା କରି ଶିବସେନା ଓ ଉଦ୍ଧବ ଠାକରେ ସରକାରରେ ସାମିଲ ଏନସିପି ଓ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ବିହାରର ପରିଚୟ ସହିତ ଯୋଡ଼ା ଯାଇଥିଲା । ବିଜେପି ସୁଶାନ୍ତଙ୍କ ଚେହେରା ସହ 'ନା ଭୁଲିଛି- ନା ଭୁଲିବାକୁ ଦେବି'ର ପୋଷ୍ଟର-ମାସ୍କ ଛପାଇ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ବିହାର ନିର୍ବାଚନର ପ୍ରଭାରୀ କରି ସ୍ଥିର କରିଦେଇଥିଲା ଯେ ଏହି ନିର୍ବାଚନ ଏହି ପ୍ରସଙ୍ଗରେ ଲଢ଼ାଯିବ ।

ଅଧିକ ପଢ଼ନ୍ତୁ:-ଚୀନକୁ ମିଳିବ ଉଚିତ ଶିକ୍ଷା, ଭାରତ ସୀମାରେ ପରମାଣୁ କ୍ଷେପଣାସ୍ତ୍ର ସହ ସଜ୍ଜିତ ୨ଟି ଅସ୍ତ୍ର ପଠାଇଲା ଆମେରିକା

Add Zee News as a Preferred Source

ଯେପରି ବିଜେପି ଯୋଜନା କରିଥିଲା, ଠିକ୍ ସେହିପରି ଏହା ଘଟୁଥିଲା । ଏବଂ ବିହାରର ବହୁ ସଂଖ୍ୟକ ଲୋକ ବିଶ୍ୱାସ କରିବାକୁ ଲାଗିଥିଲେ ଯେ ହଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ଏବଂ ଦୁଇ ମାସ ଧରି ମୁମ୍ବାଇ ପୋଲିସ ତଦନ୍ତ ନାମରେ କିଛି କରିନାହିଁ । କିନ୍ତୁ AIIMS ରିପୋର୍ଟ ବିଜେପିର ଯୋଜନାକୁ ପଣ୍ଡ କରିଦେଇଛି । ଏହି ରିପୋର୍ଟ ହତ୍ୟାକାଣ୍ଡର ସମ୍ଭାବନାକୁ ଖାରଜ କରିବା ସହ ହତ୍ୟା ଏବଂ ବିଷ ଦେବାର କଥାକୁ ମଧ୍ୟ  ଖଣ୍ଡନ କରିଛି । ଯେଉଁ ସିବିଆଇ ଦ୍ୱାରା ତଦନ୍ତ କରାଇବାକୁ ନେଇ ବିହାର ବିଜେପି ନେତାମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଚିଠି ଲେଖିବା ଠାରୁ ଆରମ୍ଭ କରି ରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିଲେ, ବର୍ତ୍ତମାନ ସେହି ଏଜେନ୍ସି କହିଛି ଯେ ସୁଶାନ୍ତଙ୍କୁ ହତ୍ୟା କରିବାର ସିଦ୍ଧାନ୍ତ ଭୁଲ ଅଟେ ।

ଯେଉଁଭଳି ଭାବରେ ସୁଶାନ୍ତ ମାମଲାରେ ମହାରାଷ୍ଟ୍ର ସରକାର ଓ ଶିବସେନାକୁ ଟାର୍ଗେଟ କରିଯାଇଛି, ସେଥିରୁ ଶିବସେନା ସୁଯୋଗ ଅପେକ୍ଷାରେ ରହିଛି । ଦଳ ବିଜେପିକୁ ଏପରି ନକରିବା ପାଇଁ ଚେତାବନୀ ଦେଇଥିଲା । କିନ୍ତୁ ବିଜେପି ଏହାକୁ ଅଣଦେଖା କରିବା ସହ ଆକ୍ରମଣ ଜାରି ରଖିଥିଲା । କିନ୍ତୁ ସମୟ ବଦଳି ଯାଇଛି । ବର୍ତ୍ତମାନ ଶିବସେନାକୁ ପ୍ରତିଶୋଧ ନେବାର ସୁଯୋଗ ମିଳିଛି ।

ବିହାର ନିର୍ବାଚନରେ ​​୫୦ଟି ଆସନ ପାଇଁ ପ୍ରାର୍ଥୀ ଦେବେ ବୋଲି ଶିବସେନା ଘୋଷଣା କରିଛି । ଏହାସହ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ, ମୁଖପାତ୍ର ସଞ୍ଜୟ ରାଉତ, ଅନିଲ ଦେଶାଇ, ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସାମିଲ ଅଛନ୍ତି । ପ୍ରଚାରକ ତାଲିକାରେ ଉଦ୍ଧବ, ଆଦିତ୍ୟ ଏବଂ ସଞ୍ଜୟ ରାଉତଙ୍କ ନାଁ ରହିବା ଅର୍ଥ ସୁଶାନ୍ତ ମାମଲାର ଚର୍ଚ୍ଚା ହେବ । ଉଲ୍ଲେଖଥାଉ କି, ବିହାରରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ୁଥିବା ଶିବସେନା ବିଷୟରେ ମଧ୍ୟ ଚର୍ଚ୍ଚା ଜାରି ରହିଛି ।

ଏହା ବ୍ୟତୀତ ଶରଦ ପାୱାରଙ୍କ ଏନସିପି ମଧ୍ୟ ସମସ୍ତ ବଳ ସହ ବିହାର ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ଯାଉଛି । ଏନସିପି ପୂର୍ବରୁ ବିହାର ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିସାରିଛି । ଦଳ ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି । ଶରଦ ପାୱାରଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ଅନେକ ନେତା ସାମିଲ ଅଛନ୍ତି । ମହାମେଣ୍ଟ ସହ ମିଶି କଂଗ୍ରେସ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ତେବେ ବିହାରରେ ଶିବସେନା ଏବଂ ଏନସିପି ଏକ ବଡ଼ ଶକ୍ତି ନୁହେଁ । କିନ୍ତୁ ସେ ବାରମ୍ବାର ବାର୍ତ୍ତା ପଠାଇବେ ଯେ ସୁଶାନ୍ତଙ୍କ ନାମରେ ଏକ ମିଛ କାହାଣୀ ଗଢ଼ାଯାଇଛି ଓ  ବିହାରର ଲୋକଙ୍କ ଭାବନା ସହିତ ଖେଳାଯାଇଛି । ସେମାନେ ମଧ୍ୟ ଏହି ବାର୍ତ୍ତା ଦେବେ ଯେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବିହାରର ଲୋକଙ୍କ ବିଷୟରେ ଆଲୋଚନା ନକରି ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ପ୍ରସଙ୍ଗଟି ତିଳକୁ ତାଳ କରାଯାଇଛି ।

About the Author