• ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
  • ୨୪ ଘଣ୍ଟାରେ ୩,୪୦୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ
  • ନକଲି ଔଷଧ ପ୍ରସଙ୍ଗ : କ୍ରାଇମବ୍ରାଞ୍ଚ STFର ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି
  • ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ
  • ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ ହେବ : ପୋଲିସ ଡିଜି
  • ବଲାଙ୍ଗୀର ଶାନ୍ତିପଡାରେ ବନ୍ଦ ଘରେ ଯୁବକଙ୍କ ଆତଙ୍କରାଜ
  • ବନ୍ଦ ଘରୁ ପରିବାରର ୩ ବନ୍ଧକଙ୍କୁ ଉଦ୍ଧାର କଲା ପୋଲିସ
  • ଝରକା ଭାଙ୍ଗି ଘର ଭିତରେ ପଶିଥିଲେ ଏସଡିପିଓ ଓ ଅଗ୍ନିଶମ ବାହିନୀ
  • ବନ୍ଧୁକ ଧରି ଦୁର୍ବୃତ୍ତର ଆତ୍ମହତ୍ୟା ଉଦ୍ୟମ
  • ଯୁବକକୁ ବୁଝାଇବାକୁ ଘର ଭିତରକୁ ଗଲେ ଦୁଇ ସାଙ୍ଗ

Kerala Politics: ସରକାର ଗଠନ କରିବାକୁ ନେଇ LDF ମେଣ୍ଟରେ ଚାଲିଛି ଛକାପଞ୍ଝା

ଏଥର ସମସ୍ତ ମେଣ୍ଟ ସହଯୋଗୀକୁ ନେଇ ସରକାର ଗଠନ କରିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଲାଗି ଏକ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

Kerala Politics: ସରକାର ଗଠନ କରିବାକୁ ନେଇ LDF ମେଣ୍ଟରେ ଚାଲିଛି ଛକାପଞ୍ଝା

ନୂଆଦିଲ୍ଲୀ: ପ୍ରକାଶ ପାଇସାରିଛି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା କେରଳ ବିଧାନସଭା ନିର୍ବାଚନର ଫଳାଫଳ। ଏଥର ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଶାସକ ବାମମେଣ୍ଟ। ଦ୍ୱିତୀୟ ପାଳି ସରକାର ଗଠନ କରିବାକୁ ବାମଦଳ ସହ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ମେଣ୍ଟରେ ଅଂଶୀଦାର ରହିଥିବା ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି କଥାବାର୍ତ୍ତା।      

କେରଳ ମୁଖ୍ୟମନ୍ତ୍ରୀ (Kerala Chief Minister) ପିନାରାୟୀ ବିଜୟନଙ୍କ (CM Pinarayi Vijayan) ନେତୃତ୍ୱରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଧାନସଭା ନିର୍ବାଚନରେ (Kerala Assembly Election 2021) ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି ରାଜ୍ୟରେ କ୍ଷମତାସୀନ ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ମେଣ୍ଟ-ଏଲଡିଏଫ (Left Democratic Front-LDF)। 

Also Read: Kerala Assembly Election 2021: ବାଜିମାରିନେଲା LDF, ପୁଣି UDF ହତାଶ

ମୋଟ ୧୪୦ ସଦସ୍ୟ ବିଶିଷ୍ଟ କେରଳ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୧ ଜଣ ମନ୍ତ୍ରୀ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇପାରିବେ। ଏହା ବ୍ୟତୀତ ରାଜ୍ୟ ବିଧାନସଭାରେ ଅନ୍ୟ ତିନୋଟି ପଦ ରହିଛି ଯାହା କ୍ୟାବିନେଟ ସ୍ତରର ବୋଲି ପରିଗଣିତ ହୋଇଥାଏ। ତାହା ହେଉଛି ବାଚସ୍ପତି, ଉପବାଚସ୍ପତି ଏବଂ ସରକାରୀ ଦଳ ମୁଖ୍ୟ ସଚେତକ। 

ଏଥରର ନିର୍ବାଚନରେ ଶାସକ ଏଲଡିଏଫ ମେଣ୍ଟକୁ ୯୯ ଆସନ ମିଳିଛି। ନିବର୍ତ୍ତମାନ କେରଳ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହିତ ଏଲଡିଏଫ ମେଣ୍ଟର ନେତୃତ୍ୱ ନେଉଥିବା ସିପିଏମ ପକ୍ଷରୁ ୧୨ ବିଧାୟକ ମନ୍ତ୍ରୀ ହୋଇଥିଲେ। ଏହି ମେଣ୍ଟର ଅନ୍ୟତମ ମୁଖ୍ୟ ସହଯୋଗୀ ସିପିଆଇ ପକ୍ଷରୁ ୪, ଏନସିପି, କଂଗ୍ରେସ ସେକ୍ୟୁଲାର, ଜେଡିଏସ ପକ୍ଷରୁ ଜଣେ ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ବିଦାୟୀ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 

Also Read: Kerala Election 2021: 'Captain' ପଦକୁ ନେଇ CPM ରେ ଫାଟ

ସିପିଏମ (CPM) ନେତୃତ୍ୱାଧିନ ଏଲଡିଏଫ ମେଣ୍ଟରେ (LDF Alliance) ସାମିଲ ଥିବା ଦଳ ହେଉଛନ୍ତି ସିପିଆଇ (CPI), କେରଳ କଂଗ୍ରେସ ମଣି (Kerala Congress Mani), ଜନତା ଦଳ ସେକ୍ୟୁଲାର-ଜେଡିଏସ (Janata Dal Secular-JDS), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଏନସିପି (Nationalist Congress Party), ଲୋକତାନ୍ତ୍ରିକ ଜନତା ଦଳ-ଏଲଜେଡି (Loktantrik Janta Dal-LJD), ଇଣ୍ଡିଆନ ନେସନାଲ ଲିଗ୍-ଆଇଏନଏଲ (Indian National League), କଂଗ୍ରେସ ସେକ୍ୟୁଲାର (Congress Secural), କେରଳ କଂଗ୍ରେସ ବାଲକ୍ରୀଷ୍ଣନ (Kerla Congress Balakrishna), ଜନାଧିପତ୍ୟ କେରଳ କଂଗ୍ରେସ-ଜେକେସି (Janadhipathiya Kerala Congress-JKC), ନେସନାଲ ସେକ୍ୟୁଲାର କନଫରେନ୍ସ-ଏନଏସସି (National Secular Conference)।   

Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ

ଏଥର ସମସ୍ତ ମେଣ୍ଟ ସହଯୋଗୀକୁ ନେଇ ସରକାର ଗଠନ କରିବା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଲାଗି ଏକ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କାରଣ ଏଥର ନିର୍ବାଚନରେ ଶାସକ ବାମମେଣ୍ଟରେ ସାମିଲ ହୋଇଥିବା କେରଳ କଂଗ୍ରେସ ବାଲକ୍ରୀଷ୍ଣନ, ଆଇଏନଏଲ, କେରଳ କଂଗ୍ରେସ ମଣି, ଏଲଜେଡି ଭଳି କେତେକ ଦଳ ବିରୋଧି କଂଗ୍ରେସ (Congress) ନେତୃତ୍ୱାଧିନ ସଂଯୁକ୍ତ ଗଣତାନ୍ତ୍ରିକ ମେଣ୍ଟ-ୟୁଡିଏଫ (United Democratic Front-UDF) ମେଣ୍ଟର ଅଂଶୀଦାର ଦଳ ଥିଲେ। ଏଥର ଏହି ଦଳ ବିରୋଧ ପରିବର୍ତ୍ତେ ଶାସକ ମେଣ୍ଟରେ ସାମିଲ ହୋଇଛନ୍ତି।