UP BJP Unit: ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଲେ ସ୍ୱତନ୍ତ୍ର ଦେବ ସିଂହ
Advertisement

UP BJP Unit: ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଲେ ସ୍ୱତନ୍ତ୍ର ଦେବ ସିଂହ

Uttar Pradesh BJP Unit: ବର୍ତ୍ତମାନ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖାର ନୂତନ ସଭାପତି କିଏ ହେବ ତାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ତାଲିକାରେ ଦଳର ଅନେକ ପୁରୁଖା ନେତାଙ୍କ ନାଁ ରହିଛି।

UP BJP Unit: ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଲେ ସ୍ୱତନ୍ତ୍ର ଦେବ ସିଂହ

Swatantra Dev Singh Resigns: ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବରେ ତାଙ୍କର ୩ ବର୍ଷର କାର୍ଯ୍ୟକାଳ ଗତ ଜୁଲାଇ ୧୬ ତାରିଖରେ ଶେଷ ହୋଇଥିଲା। ସଭାପତି ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ବିଜେପି ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଜେପି ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଥିଲା। 

ଗତ ୨୦୧୯ ଜୁଲାଇ ୧୬ ତାରିଖରେ ଉତ୍ତର ପ୍ରଦେଶ ବିଜେପି (Uttar Pradesh BJP Unit) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ସ୍ୱତନ୍ତ୍ର ଦେବ ସିଂହ (Swatantra Dev Singh)। ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ପ୍ରଥମ ପାଳି ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ (UP Transport Minister) ଏବଂ ଦ୍ୱିତୀୟ ପାଳି ସରକାରରେ ଜଳ ସମ୍ପଦ ମନ୍ତ୍ରୀ (UP Jal Shakti Minister) ଭାବେ କାର୍ଯ୍ୟରତ ଅଛନ୍ତି ସେ। ରାଜ୍ୟ ବିଧାନ ପରିଷଦରେ (Uttar Pradesh Legislative Council) ବିଜେପି ବିଧାୟକ ଦଳ ନେତା (BJP Legislature Party Leader) ହେଉଛନ୍ତି ସେ।

ବର୍ତ୍ତମାନ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖାର ନୂତନ ସଭାପତି କିଏ ହେବ ତାହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ତାଲିକାରେ ଦଳର ଅନେକ ପୁରୁଖା ନେତାଙ୍କ ନାଁ ରହିଛି। ହେଲେ ରାଜ୍ୟ ବିଜେପି ମଙ୍ଗୁଆଳ କିଏ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ମୁଁ ମଙ୍ଗଳବାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କୁ ଭେଟି ତାଙ୍କ ମୋର ଇସ୍ତଫା ପ୍ରଦାନ କରିଛି। ନୂତନ ରାଜ୍ୟ ସଭାପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ରାଜ୍ୟ ସଭାପତିଙ୍କ ଦାୟିତ୍ୱ ତାଙ୍କ ପାଖରେ ରହିବ। ରାଜ୍ୟ ସଭାପତି ଭାବେ ଦଳ ପକ୍ଷରୁ ମିଳିଥିବା ଫର୍ଚୁନର କାର ଦଳକୁ ଫେରାଇ ଦେଇଛ ସେ। ଆସନନ୍ତ ୨୯ ତାରିଖରୁ ୩୧ ପର୍ଯ୍ୟନ୍ତ ରାଜ୍ୟର ଚିତ୍ରକୂଟ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ରାଜ୍ୟ ସଭାପତି ଭାବେ ଉପସ୍ଥିତ ରହିବେ।

ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି କିଏ ହେବେ ତାହା ଖୁବ ଶୀଘ୍ର ଘୋଷଣା କରାଯିବ। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତହେଲେ ଦଳର ନୂତନ ରାଜ୍ୟ ଶାଖା ସଭାପତି ଦୌଡରେ ରାଜ୍ୟରେ ବିଜେପି ସରକାରଙ୍କ ୨ ମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ସାମିଲ ଅଚନ୍ତି। ଦଳର ୨ ପୁରୁଖା ନେତା ବିଏଲ୍ ବର୍ମା ଏବଂ ଭୁପେନ୍ଦ୍ର ଚୌଧୁରୀ ସବୁଠାରୁ ମଜବୁତ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଅନ୍ୟପଟେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ ଦଳର ଲୋକସବା ସାଂସଦ ସୁବ୍ରତ ପଠକଙ୍କ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି।

Also Read: Mission 2024: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତ ପ୍ରସ୍ତୁତ କରୁଛି ବିଜେପି