• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ମୋଦି ବିରୋଧୀ ମେଣ୍ଟ ପାଇଁ ପୁଣି ହୁଙ୍କାର ଭରିବେ କେସିଆର

ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ର ମୁଖ୍ୟ କେଆରସି (KCR) ତାଙ୍କ ଦଳର ନେତାଙ୍କୁ କହିଛି ଯେ, ସେମାନେ ବିଜେପି ବିରୋଧୀ ଦଳ ବ୍ୟତୀତ କୃଷକ ସଂଗଠନ, ଟ୍ରେଡ ୟୁନିଅନକୁ ଏକ ସାଧାରଣ ପ୍ଲାଟଫର୍ମରେ ଆଣନ୍ତୁ । ଯାହା ଦ୍ୱାରା କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିହେବ ।

ମୋଦି ବିରୋଧୀ ମେଣ୍ଟ ପାଇଁ ପୁଣି ହୁଙ୍କାର ଭରିବେ କେସିଆର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ (Lok Sabha Election 2019) ପୂର୍ବରୁ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାରେ ଆସିବାକୁ ରୋକିବା ପାଇଁ ଚଳାଇଥିବା ଅଭିଯାନକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (K. Chandrasekhar Rao) ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ରାଜନୀତିରେ କେସିଆର (KCR) ଭାବେ ଜଣାଶୁଣା ରାଓ ସମଗ୍ର ଦେଶରେ ବିରୋଧୀ ଦଳକୁ ବିଜେପି (BJP) ବିରୋଧରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ୨୦୧୯ରେ ବିଜେପି ଏକ ବୃହତ ବିଜୟ ପାଇବା ପରେ ଅଧିକାଂଶ ବିରୋଧୀ ଦଳଙ୍କ ମନୋବଳ ଭାଙ୍ଗି ଯାଇଛି । 

ଉତ୍ତରପ୍ରଦେଶର ବିଏସପି (BSP) ହେଉ କିମ୍ବା ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ହେଉ କିମ୍ବା ଓଡ଼ିଶାର ବିଜେଡି (BJD) ହେଉ, ଏହି ଦଳଗୁଡ଼ିକ ବିଜେପି (BJP) ସହିତ ଚାଲିବା କିମ୍ବା ତା ବିରୋଧରେ ଚୁପ୍ ରହିବା ରଣନୀତି ଆପଣେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ବାକି ଦଳଗୁଡିକ ଆଗରେ ବଡ଼ ଚ୍ୟାଲେଞ୍ଜ ହେଉଛି ଯେ ସେମାନେ ମଧ୍ୟ ଆତ୍ମସମର୍ପଣ କରିବେ ନା ବିଜେପି ସହିତ ଲଢ଼ିବେ । କାରଣ ମଝି ପରିସ୍ଥିତିରେ ସେମାନଙ୍କୁ ବିଜେପିର 'ବି' ଟିମ୍ କୁହାଯାଉଛି ଏବଂ ଏହା ଯୋଗୁଁ ସେମାନଙ୍କର ରାଜନୈତିକ ଭବିଷ୍ୟତ ବର୍ବାଦ ହେଉଛି । 

ଅଧିକ ପଢ଼ନ୍ତୁ:-୪ ମାସରେ ଭାରତୀୟଙ୍କୁ ମିଳିଯିବ କୋରୋନା ଭ୍ୟାକ୍ସିନ, ଜାଣନ୍ତୁ କେତେ ରହିବ ଏହାର ମୂଲ୍ୟ

ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ର ମୁଖ୍ୟ କେଆରସି (KCR) ତାଙ୍କ ଦଳର ନେତାଙ୍କୁ କହିଛି ଯେ, ସେମାନେ ବିଜେପି ବିରୋଧୀ ଦଳ ବ୍ୟତୀତ କୃଷକ ସଂଗଠନ, ଟ୍ରେଡ ୟୁନିଅନକୁ ଏକ ସାଧାରଣ ପ୍ଲାଟଫର୍ମରେ ଆଣନ୍ତୁ । ଯାହା ଦ୍ୱାରା କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିହେବ ।

ରାଓ ସାର୍ବଜନୀନ କ୍ଷେତ୍ରର କାର୍ଯ୍ୟରେ ନିବେଶ ଓ କୃଷି ଆଇନର ପ୍ରସଙ୍ଗ ଉଠାଇଛନ୍ତି । ଏହି କାର୍ଯ୍ୟଗୁଡ଼ିକର କର୍ମଚାରୀ ଏବଂ କୃଷକ ସଂଗଠନରୁ ଭଲ ପ୍ରତିକ୍ରିୟା ମିଳୁଛି । ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବିଜେପିର 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗକୁ ନେଇ ଚିନ୍ତା ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି  ଯେ ୨୦୨୪ରୁ ଦେଶରେ ଏହି ଢ଼ାଞ୍ଚା କାର୍ଯ୍ୟକାରୀ କରାଯାଉ । କିନ୍ତୁ ବିରୋଧୀ ଦଳ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ।

ରାଓ ଖୁବ୍ ଶୀଘ୍ର ଚେନ୍ନାଇ, ଦିଲ୍ଲୀ, ଲକ୍ଷ୍ନୌ ଏବଂ କୋଲକାତା ଗସ୍ତରେ ଆସି ଅନେକ ଆଞ୍ଚଳିକ ଦଳର ନେତାଙ୍କୁ ଭେଟିବେ । ଏ ବାବଦରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ବରିଷ୍ଠ ମାର୍କ୍ସବାଦୀ ନେତା ସୀତାରାମ ୟେଚୁରୀ ଏବଂ ସିପିଆଇ ନେତା ଡି.ରାଜାଙ୍କ ସହ ଆଲୋଚନା କରିସାରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେ ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ଜଗନ୍ ମୋହନ ରେଡ୍ଡୀ, ଷ୍ଟାଲିନ, ଅଖିଳେଶ ଯାଦବ, ମେହବୁବା ମୁଫତିଙ୍କୁ ଭେଟି ପାରନ୍ତି ।

ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

କେସିଆର ଜାଣନ୍ତି ଯେ NDA ଲଗାତର ଦୁର୍ବଳ ହେଉଛି । ଶିବସେନା ଏବଂ ଶିରୋମଣି ଅକାଳୀ ଦଳ ଏନଡିଏ ଛାଡିବା ପରେ କେବଳ ଜେଡିୟୁରେ ଏକ ରାଜ୍ୟ ସ୍ତରୀୟ ଦଳ ରହିଯାଇଛି । ବିହାରରେ ମୋଦିଙ୍କ ସଂପୂର୍ଣ୍ଣ ବଳ ପ୍ରୟୋଗ ସତ୍ତ୍ୱେ ପ୍ରାୟ ୧୩ ହଜାର ଭୋଟରେ ଏନଡିଏ ଜିତିଛି । ଆସନ୍ତା କିଛି ମାସ ମଧ୍ୟରେ ବଙ୍ଗଳା, ଆସାମ, କେରଳ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କୃଷି ଆଇନ, CAA, NRC-NPR କୁ ନେଇ ପୁଣି ଥରେ ହଙ୍ଗମା ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଐତିହାସିକ ପରିବର୍ତ୍ତନ

କେସିଆର ଏହା ମଧ୍ୟ ଜାଣନ୍ତି ଯେ କଂଗ୍ରେସ (Congress) ବର୍ତ୍ତମାନ ଦୁର୍ବଳ ଅଛି । ଏଭଳି ପରିସ୍ଥିତିରେ ସେ ବିଜେପି ବିରୋଧରେ ଗଠନ କରାଯାଇଥିବା କୌଣସି ମେଣ୍ଟର ନେତୃତ୍ୱ ନେବାକୁ ସ୍ଥିତିରେ ନାହିଁ । କିନ୍ତୁ ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ଏକ ଦୃଢ଼ ସ୍ଥିତିରେ ଅଛନ୍ତି ଏବଂ ଏଭଳି ପରିସ୍ଥିତିରେ ଏହି ଦଳମାନେ ବିଜେପି ସହିତ ଲଢ଼ିପାରିବେ ।