ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମାଇଣ୍ଡ ଗେମ୍। ସରକାରଙ୍କ ବିରୁଦ୍ଧରେ ୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସେପଟେ କଥିତ ମନିଲଣ୍ଡ୍ରିଂ ମାମଲାରେ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦଙ୍କୁ ED ଗିରଫ କରିଛି। ରାଜନୈତିକ କ୍ଷେମତା ପାଇଁ ବିଜେପିର ଏହା ଏକ ଚିରାଚରିତ ହୀନନୀତି ବୋଲି ତୃଣମୂଳ କଂଗ୍ରେସ କହିଛି।
ଗତ ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କୁ ପଞ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର (Jagdeep Dhankhar) ଙ୍କୁ ଭେଟିଥିଲେ। ସେତେବେଳେ ସେ ମମତା ସରକାରରେ ୨ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ଆଣିଥିଲେ। ଏହି ଘୋଟାଲାକୁ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ମଧ୍ୟ ସ୍ୱିକାର କରିଥିବା ସେ ଦାବି କରିଥିଲେ। ଏପରି କି ସରକାରୀ କର୍ମୀଚାରୀଙ୍କୁ ରାଜ୍ୟରେ ରାଜନୈତୀକ ଦଳର କର୍ମୀ ଭାବେ ବ୍ୟବହାର କରାଯାଉଥିବା ରାଜ୍ୟପାଲ ଅଭିଯୋଗ କରିଛନ୍ତି।
Also Read: 'ଅଳିଆ ପାର୍ଟିରେ ପରିଣତ ହୋଇଛି ବିଜେପି, ହାରିବା ପରେ ତାଙ୍କ ଲୋକମାନେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ପରି କରିବେ ହଙ୍ଗାମା'
ସେପଟେ ତୃଣମୂଳ କଂଗ୍ରେସ (TMC) ର ପୂର୍ବତନ ସାଂସଦ କେଡି ସିଂହ (KD Singh) ଙ୍କୁ ବୁଧବାର ED ଗିରଫ କରିଛି। କଥିତ ମନିଲଣ୍ଡ୍ରିଂ ମାମଲାରେ ତାଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି। ୨୦୧୪ରେ କେଡି ସିଂହ ତୃଣମୂଳ କଂଗ୍ରେସ ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେବେ ମନିଲଣ୍ଡ୍ରିଂ ମାମଲାରେ EDର ଜେରା ବେଳେ କେଡି ସନ୍ତୋଷ ଜନକୁ ଉତ୍ତର ଦେଇନଥିଲେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
୨୦୧୯ରେ କେଡି ସିଂହଙ୍କ ଦିଲ୍ଲୀ ଓ ଚଣ୍ଡୀଗଡସ୍ଥିତ କାର୍ଯ୍ୟାଳୟ ଓ ଘରେ ED ରେଡ୍ କରିଥିଲା। ଏହି ସମୟରେ ୧୦ ହଜାର ଡଲାରର ବିଦେଶୀ ମୂଦ୍ରା ଓ ନଗଦ ୩୨ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ଇନ୍ଫ୍ରା କମ୍ପାନୀ ଉପରେ PMLA ଅନୁସାରେ ମାମଲା ରୁଜୁ କରାଯାଇଥିଲା। ପରେ କେଡି ସିଂହ ୨୩୯ କୋଟି ଟଙ୍କାର ସମ୍ପତ୍ତିରୁ ED ଜବତ କରିଥିଲା।