ପଞ୍ଚିମବଙ୍ଗ BJP ମୁଖ୍ୟ ଦିଲୀପ ଘୋଷ (Dilip Ghosh) ଙ୍କ ଉପସ୍ଥିତିରେ ଜିତେନ୍ଦ୍ର ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଜିତେନ୍ଦ୍ର କହିଛନ୍ତି ଯେ, ଗତ ୨ ବର୍ଷ ଧରି TMC ତାଙ୍କୁ ଚାପି ରଖିଥିଲା।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal assembly election 2021) ଯେତିକି ପାଖେଇ ଆସୁଛି ସେତିକି ପଲିଟିକାଲ ଡ୍ରାମା ଦେଖିବାକୁ ମିଳୁଛି। ପୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଧକ୍କା ଲାଗିଛି। ୩ ମାସ ପୂର୍ବେ ଯେଉଁ TMC ବିଧାୟକ ଦଳ ଛାଡି ପୁଣି ଫେଇଥିଲେ, ସେ ଆଜି BJPରେ ସାମିଲ ହୋଇଛନ୍ତି। ସେହି ଦଳ ଡିଆଁ ନେତା ଆଉ କେହି ନୁହଁ, ସେ ହେଉଛନ୍ତି ପାଣ୍ଡବେଶ୍ୱର ବିଧାୟକ ଜିତେନ୍ଦ୍ର ତିୱାରୀ।
ବିଧାୟକ ଜିତେନ୍ଦ୍ର ତିୱାରୀ (Jitendra Tewari) ଆଜି ପୁଣି TMCରୁ ଇସ୍ତଫା ଦେଇଛନ୍ତି। ପ୍ରଥମ ଥର ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏବେ ଦିଦି (Mamata Baerjee) ଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ BJP ପଲାରେ ପଡିଛନ୍ତି। ପଞ୍ଚିମବଙ୍ଗ BJP ମୁଖ୍ୟ ଦିଲୀପ ଘୋଷ (Dilip Ghosh) ଙ୍କ ଉପସ୍ଥିତିରେ ଜିତେନ୍ଦ୍ର ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଜିତେନ୍ଦ୍ର କହିଛନ୍ତି ଯେ, ଗତ ୨ ବର୍ଷ ଧରି TMC ତାଙ୍କୁ ଚାପି ରଖିଥିଲା। ଆଜି ସେ BJP ଯୋଗ ଦେଇ ନିଜର ଭାବନା ବ୍ୟକ୍ତ କରିବାକୁ ସୁଯୋଗ ପାଇଛନ୍ତି। ଆଉ BJP ନିଜ ପରିବାରରେ ସାମିଲ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।
Also Read: West Bengal Election 2021: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ TMC
ଗତ ଡିସେମ୍ବରରେ ପ୍ରଥମ ଥର ଜିତେନ୍ଦ୍ର ତିୱାରୀ TMCରୁ ଇସ୍ତଫା ଦେଇଥିଲେ। ତାଙ୍କର ପରେ ପରେ ଅନ୍ୟ ୫ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। କିନ୍ତୁ ବରିଷ୍ଠ ନେତାଙ୍କ ବୁଝାସୁଝା ପରେ ଜିତେନ୍ଦ୍ର TMC କୁ ଫେରିଥିଲେ। ସେ ସେହି ଇସ୍ତଫା ଦେବାକୁ ତାଙ୍କର ଭୁଲ ବୋଲି କହିବା ସହ ମମତା ବାନାର୍ଜୀଙ୍କ ଉପରେ ଓ BJPରେ ସାମିଲ ହେବା ନେଇ କିଛି କହିବେ ନାହିଁ ବୋଲି କହିଥିଲେ। ଆସନସୋଲରେ ଜିତେନ୍ଦ୍ର TMCର ଚେହେରା ଥିଲେ। ତାଙ୍କୁ ସେଠାକାର ପୌରାଞ୍ଚଳ ଅଧ୍ୟକ୍ଷ ମଧ୍ୟ କରାଯାଇଥିଲା।