ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି
Advertisement

ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି

Biplab Kumar Deb Resign: କୁହାଯାଇଛି ଯେ, ଅପରାହ୍ନ ୫ଟାରେ ବିଜେପି (BJP) ବିଧାନସଭା ଦଳର ଏକ ବୈଠକ ଡାକିଛି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ଦଳର ଜେନେରାଲ ସେକ୍ରେଟାରୀ ବିନୋଦ ତାୱଡ଼େଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଉଭୟ ଅଗ୍ରତାଲାରେ ପହଞ୍ଚିଛନ୍ତି । ଏହି ବୈଠକରେ ଦଳ ଏକ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିପାରେ ।

ଆଉ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହଟାଇଲା ବିଜେପି

ନୂଆଦିଲ୍ଲୀ: Biplab Kumar Deb Resign: ଭାରତୀୟ ଜନତା ପାର୍ଟି (BJP) ତ୍ରିପୁରାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । କୁହାଯାଉଛି ଯେ ବିଜେପି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ (Tripura Chief Minister Biplab Kumar Deb) ଙ୍କୁ ହଟାଇବାକୁ ଯାଉଛି । ବର୍ତ୍ତମାନ ତାଙ୍କ ସ୍ଥାନରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ । ଯାହା ପରେ ବିପ୍ଲବ ଦେବ  (Biplab Kumar Deb) ମଧ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ବିପ୍ଲବ ଦେବ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଦିଲ୍ଲୀରେ ଭେଟିଥିଲେ । 

ଇସ୍ତଫା ଦେବା ପରେ ବିପ୍ଲବ ଦେବ (Biplab Kumar Deb) କହିଛନ୍ତି ଯେ, ମୋ ପାଇଁ ଦଳ ସବୁଠାରୁ ଉପରେ ରହିଛି । ସଂଗଠନର ସ୍ୱାର୍ଥରେ ମୁଁ ସିଏମ୍ ପଦରୁ ଇସ୍ତଫା ଦେଇଛି । ଦଳ ଯାହା ଦାୟିତ୍ୱ ଦେବ, ମୁଁ ତାହା ନିର୍ବାହ କରିବି । ଏହି ସମୟରେ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

ଏହା ବି ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ମିଳିଲା ଏଲିଏନଙ୍କ ଘରର ଦ୍ୱାର! ନାସାର ଏହି ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍

ଏହା ବି ପଢ଼ନ୍ତୁ:-ଫସିଲେ ପୁଟିନ​

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଦରମାରେ ପୁଣି ହେବ ବୃଦ୍ଧି! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍

କୁହାଯାଇଛି ଯେ, ଅପରାହ୍ନ ୫ଟାରେ ବିଜେପି (BJP) ବିଧାନସଭା ଦଳର ଏକ ବୈଠକ ଡାକିଛି । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ଦଳର ଜେନେରାଲ ସେକ୍ରେଟାରୀ ବିନୋଦ ତାୱଡ଼େଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଉଭୟ ଅଗ୍ରତାଲାରେ ପହଞ୍ଚିଛନ୍ତି । ଏହି ବୈଠକରେ ଦଳ ଏକ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିପାରେ ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଟିଏମସି ରାଜ୍ୟରେ ବହୁତ ସକ୍ରିୟ ଥିବା ଦେଖାଯାଉଛି । ଏଥିପାଇଁ ମନେ କରାଯାଉ ଯେ ନିର୍ବାଚନ ପୂର୍ବରୁ ବିଜେପି ଦଳକୁ ମଜବୁତ କରିବା ପାଇଁ ରାଜ୍ୟର କମାଣ ନୂଆ ଚେହେରାକୁ ହସ୍ତାନ୍ତର କରିବାର ପଦକ୍ଷେପ ନେଇଛି ।

ବିପ୍ଲବ କୁମାର ଦେବଙ୍କ ଇସ୍ତଫା ପରେ ବିଜେପିର ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ବିଜେପି ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ନେତୃତ୍ୱରେ ତ୍ରିପୁରା ଗତ ୪ ବର୍ଷ ମଧ୍ୟରେ ସ୍ଥିରତା, ଶାସନ, ପ୍ରଶାସନ ଏବଂ ବିକାଶ ଦିଗରେ ଅନେକ ଭଲ କାମ କରିଛି । ତ୍ରିପୁରାରେ ସରକାର ଗଠନ କରିବା ପୂର୍ବରୁ ବିପ୍ଲବ ଦେବ ଦଳର ସଂଗଠନରେ ପ୍ରଭାବଶାଳୀ ଯୋଗଦାନ ଦେଇଛନ୍ତି । ଦଳର ସାଂଗଠନିକ କାର୍ଯ୍ୟକଳାପରେ ନିଜର ଭୂମିକାକୁ ବଢ଼ାଇବା ପାଇଁ ଆଜି ବିପ୍ଲବ ଦେବ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ଆଜି ଅପରାହ୍ନ ୫ଟାରେ ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହେବ ଓ ଏକ ନୂତନ ଚେହେରାକୁ ବଛା ଯିବ । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ଶାସକ ମେଣ୍ଟରେ ବିଜେପିର ୩୬ ଜଣ ବିଧାୟକ ରହିଛି । ଅନ୍ୟପଟେ ସହଯୋଗୀ IPFT ପାଖରେ ୮ ଜଣ ବିଧାୟକ ଅଛି ।