• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

ଦିଦିଙ୍କ ରାସ୍ତାରେ ଉଦ୍ଧବ, ଯାଞ୍ଚ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ଉଦ୍ଧବ ସରକାର (Uddhav Government) ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସିବିଆଇ (CBI) କୁ କୌଣସି ତଦନ୍ତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।

ଦିଦିଙ୍କ ରାସ୍ତାରେ ଉଦ୍ଧବ, ଯାଞ୍ଚ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ କରିବା ଦିନଠାରୁ କେନ୍ଦ୍ରର ମୋଦି ସରକାର (Modi Government), ରାଜ୍ୟପାଳ ଓ ବିଜେପି (BJP) ର ଟାର୍ଗେଟ ସାମ୍ନା କରିଆସୁଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଜୋରଦାର ପାଲଟା ଆକ୍ରମଣ କରିଛନ୍ତି । ଉଦ୍ଧବ ସରକାର (Uddhav Government) ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସିବିଆଇ (CBI) କୁ କୌଣସି ତଦନ୍ତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ସାଧାରଣତଃ ସିବିଆଇକୁ ରାଜ୍ୟ ସରକାରଙ୍କଠାରୁ ଏପରି ଅନୁମତିର ଆବଶ୍ୟକତା ପଡ଼ି ନଥାଏ । ଉଦ୍ଧବଙ୍କ ପୂର୍ବରୁ ଏପରି ନିଷ୍ପତ୍ତି ମମତା ବାନାର୍ଜୀ (Mamta Banerjee) ମଧ୍ୟ ନେଇଥିଲେ । ଏହାପୂର୍ବରୁ ରାଜସ୍ଥାନ ସରକାର ମଧ୍ୟ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଖୁସି ଖବର: ମୋଦି ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା, ମିଳିବ ୫୦୦୦ ଟଙ୍କା !

କିଛି ଦିନ ପୂର୍ବେ ଠାକରେ ସରକାର ଅନ୍ୟ ଏକ ପାଲଟା ଆକ୍ରମଣ କରି କହିଥିଲେ ଯେ ଯଦି ବଲିଉଡ ଡ୍ରଗ୍ସ ମାମଲାରେ ବିଜେପି ନେତାଙ୍କ ସଂପୃକ୍ତିର ତଦନ୍ତ ଏନସିବି ଅର୍ଥାତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନ କରେ, ତେବେ ଆସନ୍ତା ସପ୍ତାହରେ ଏହି ମାମଲା ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ବାସ୍ତବରେ, ଏକ ବିଜ୍ଞାପନ କମ୍ପାନୀ ଗୋଲଡେନ୍ ରେବିଟ୍ କମ୍ୟୁନିକେସନ୍ ଅଭିଯୋଗ ଉପରେ ଦୁଇ ଦିନ ପୂର୍ବେ ଲକ୍ଷ୍ନୌ ପୋଲିସ ଟିଆରପି ସ୍କାମ ସମ୍ପର୍କରେ ଏଫ୍ଆଇଆର୍ ରୁଜୁ କରିଥିଲା ​। ​ଏବଂ ତୁରନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

ଅଧିକ ପଢ଼ନ୍ତୁ:-ଆମେରିକା ଛାଡିବା କଥା କାହିଁକି କହୁଛନ୍ତି ଟ୍ରମ୍ପ?

ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକମାନେ ମଧ୍ୟ ଚକିତ ହୋଇଯାଇଥିଲେ, ଯେତେବେଳେ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ସିବିଆଇ ଦ୍ୱାରା ଏହାର ଯାଞ୍ଚ କରିବାକୁ ଅନୁମତି ଦେଇଥିଲେ । ଏଜେନ୍ସି ମଧ୍ୟ ତୁରନ୍ତ ଏକ ମାମଲା ରୁଜୁ କରିନେଇଥିଲା । ଏହା ସନ୍ଦେହ ସୃଷ୍ଟି କରୁଛି ଯେ ସିବିଆଇ ପରି ଏକ ପ୍ରତିଷ୍ଠିତ ସଂସ୍ଥା କାହାକୁ ବଞ୍ଚାଇବା ପାଇଁ ବ୍ୟବହୃତ ହେଉଛି କି ?