Advertisement
Article Detail0/zeeodisha/odisha2745550
Zee OdishaOdisha Politicsସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ କହିଲେ ଜୁଏଲ ଓରାମ୍‌

ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ କହିଲେ ଜୁଏଲ ଓରାମ୍‌

ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଜୁଏଲ କହିଛନ୍ତି ଯେ, ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସତ୍ୟ ଖବର ଉପରେ ବିଶ୍ବାସ କରନ୍ତୁ, ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛି, ମୁଁ ପୂରା ଫିଟ୍‌ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ’

ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ କହିଲେ ଜୁଏଲ ଓରାମ୍‌

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଚାରିତ ଖବରକୁ ଗୁଜବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ । ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଜୁଏଲ କହିଛନ୍ତି ଯେ, ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସତ୍ୟ ଖବର ଉପରେ ବିଶ୍ବାସ କରନ୍ତୁ, ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛି, ମୁଁ ପୂରା ଫିଟ୍‌ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ’

ସୂଚନାଯୋଗ୍ୟ ଯେ, ମେ ୩ ତାରିଖ ଦିଲ୍ଲୀରୁ ଗୋଣ୍ଡୱାନ ଏକ୍‍ସପ୍ରେସରେ ଜବଲପୁର ଯାଉଥିବା ଜଣେ କେନ୍ଦ୍ରମନ୍ତ୍ରୀ ତିନିଘଣ୍ଟା ପାଇଁ ଗାଏବ ହୋଇଯାଇଥିଲେ ବୋଲି ଖବର ପ୍ରଚାରିତ ହୋଇଥିଲା । ଏହି ଖବର ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା। ରେଳବାଇ ମୁଖ୍ୟାଳୟଠାରୁ ସ୍ଥାନୀୟ ଷ୍ଟେସନ ସବୁଠାରେ ହଇଚଇ ସୃଷ୍ଟି ହୋଇଥିଲା। ଉଦ୍ଧାର କାଳରେ ମନ୍ତ୍ରୀଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା ବୋଲି ଚର୍ଚ୍ଚା ହେଉଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ତିନିଘଣ୍ଟା ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଖୋଜ ହୋଇଯାଇଥିଲେ। 

Also Read- Shukra Gochar 2025: ମେଷରେ ଶୁକ୍ରଙ୍କ ଚଳନ, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇବେ ୫ ରାଶି

Also Read- Dubai Gold Rate: ଦୁବାଇରେ ବଢିଲା ସୁନାଦର, ୧୦ ଗ୍ରାମକୁ ଏତିକି, ଭାରତରେ ପଡିବ କି ପ୍ରଭାବ ?

About the Author