ଋଣ ଛାଡ଼ ପ୍ରସଙ୍ଗ; ଲୋକସଭାରେ ଜବାବ ରଖିଲେ ଅର୍ଥରାଷ୍ଟ୍ର ମନ୍ତ୍ରୀ, କହିଲେ...
X

ଋଣ ଛାଡ଼ ପ୍ରସଙ୍ଗ; ଲୋକସଭାରେ ଜବାବ ରଖିଲେ ଅର୍ଥରାଷ୍ଟ୍ର ମନ୍ତ୍ରୀ, କହିଲେ...

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଗତ ୨୦୦୮ ମସିହା ପର ଠାରୁ କେନ୍ଦ୍ର ସରକାର କୌଣସ ପ୍ରକାର ଋଣ ଛାଡ଼ ଯୋଜନା କାର୍ଯ୍ୟକାରୀ କରିନାହାଁନ୍ତି।           

ଋଣ ଛାଡ଼ ପ୍ରସଙ୍ଗ; ଲୋକସଭାରେ ଜବାବ ରଖିଲେ ଅର୍ଥରାଷ୍ଟ୍ର ମନ୍ତ୍ରୀ, କହିଲେ...

ନୂଆଦିଲ୍ଲୀ: ଦେଶର ରାଜନୀତି ତଥା ନିର୍ବାଚନରେ କୃଷକଙ୍କ ଋଣଛାଡ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ବିଭିନ୍ନ ସମୟରେ ଉଭା ହୋଇସାରିଛି। ସଦ୍ୟ ଏ ପ୍ରସଙ୍ଗରେ ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼। 

ସୋମବାର ଲୋକସଭାରେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଅନୁସୂଚିତ ଜାତି କିମ୍ବା ଜନଜାତି ଅଥବା କୌଣସି ବର୍ଗର ଚାଷୀଙ୍କ ଋଣ ଛାଡ (Farming Loan Waive) କରିବାକୁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ (Union Govt) ନିକଟରେ ବିଚରାଧିନ ରହିନାହିଁ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ (Union Minister of State for Finance) ଭାଗବତ କରାଡ (Bhagwat Karad) କହିଛନ୍ତି କେନ୍ଦ୍ର ସରକାର ୨୦୦୮ ପର ଠାରୁ କୌଣସ ପ୍ରକାର ଋଣ ଛାଡ଼ ଯୋଜନା କାର୍ଯ୍ୟକାରୀ କରିନାହାଁନ୍ତି। 

Also Read: Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC         

ଏହା ସହିତ ମନ୍ତ୍ରୀଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କୃଷି ଋଣରୁ (Farming Loan) କୃଷକଙ୍କୁ (Farmer) ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ତଥା ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ପ୍ରମୁଖ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ।   

କୃଷକଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦୀ ଫସଲ ରଣ (Short term Crop Loan) ଲାଗି ସୁଧ ସହାୟତା, ରିଜର୍ଭ ବ୍ୟାଙ୍କର ବନ୍ଧକ କିମ୍ବା ବନ୍ଧକମୁକ୍ତ କୃଷି ଋଣ ସୀମା ୧ ଲକ୍ଷରୁ ୧.୬ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ଏବଂ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ନିଧି ଯୋଜନାରେ କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରତ୍ୟକ୍ଷ ଆୟ ସହାୟତା ଭଳି ଯୋଜନାର କାର୍ଯ୍ୟକାରିତା ବାବଦରେ ଗୃହକୁ ଜଣାଇଥିଲେ।
 

Trending news