UP Assembly Poll 2022: ପୁରୁଣା ନିର୍ବାଚନୀ ଇସ୍ତାହାର ଦୋହରାଇଲା AAP, ମିଳିବ ମାଗଣା ବିଜୁଳି
Advertisement

UP Assembly Poll 2022: ପୁରୁଣା ନିର୍ବାଚନୀ ଇସ୍ତାହାର ଦୋହରାଇଲା AAP, ମିଳିବ ମାଗଣା ବିଜୁଳି

ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆପ୍ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା।

UP Assembly Poll 2022: ପୁରୁଣା ନିର୍ବାଚନୀ ଇସ୍ତାହାର ଦୋହରାଇଲା AAP, ମିଳିବ ମାଗଣା ବିଜୁଳି

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବ ଦିଲ୍ଲୀରେ କ୍ଷମତାସୀନ ଶାସକ ଆମ ଆଦମୀ ପାର୍ଟି। ଏନେଇ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରସ୍ତୁତି। ଏପରିକି ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଅଂଶଗ୍ରହଣ କରିବ ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP)। ଏନେଇ ଦଳ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା। ଯଦି ଦଳ ଏହି ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରେ ତାହେଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି।

ଲକ୍ଷ୍ନୌ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ (Delhi Deputy Chief Minister) ମନୀଷ ସିସୋଦିଆ (Manish Sisodia) କହିଛନ୍ତି ଏହି ମାଗଣା ବିଜୁଳି ସୁବିଧା ରାଜ୍ୟର କୃଷକଙ୍କୁ ମଧ୍ୟ ଯୋଗାଇ ଦିଆଯିବ। 

Also Read: Shocking News: ଆଗାମୀ ୧୦ ଦିନ ପାଇଁ ସଂସାରରୁ ଗାଏବ ହୋଇଯିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ!

ପୂର୍ବରୁ ଆମେ ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ସେବା ଯୋଗାଇ ଦେବା ନେଇ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲୁ। ସରକାର ଗଠନ କରିବା ପରେ ଆମେ ଆମର ଦଳ ପକ୍ଷରୁ କରାଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିସାାରିଛୁ। ଦିଲ୍ଲୀ ପରେ ବର୍ତ୍ତମାନ ଉତ୍ତର ପ୍ରଦେଶ ଜନସାଧାରଣଙ୍କୁ ଏହି ସୁବିଧା ଦଳ ଯୋଗାଇଦେବ।

ମାଗଣା ବିଜୁଳି ସେବା କିପରି ମିଳୁଛି ଏହାକୁ ଦେଖି ପଡୋଶୀ ଉତ୍ତର ପ୍ରଦେଶ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। ସେମାନେ ଦିଲ୍ଲୀରେ ମିଳୁଥିବା ଏପରି ମାଗଣା ସେବା ନିଜ ରାଜ୍ୟରେ ପାଇବାକୁ ଚାହୁଁଛନ୍ତି। ବର୍ତ୍ତମାନର ସମୟରେ ବିଜୁଳି କୌଣସି ବିଳାସ ବ୍ୟସନ ସାମଗ୍ରୀ ନୁହେଁ। ଏହାକୁ ହାସଲ କରିବା ହେଉଛି ଲୋକଙ୍କ ମୌଳିକ ଅଧିକାର। ଦୈନନ୍ଦିନ ଜୀବନରେ ସାଧାରଣ ଲୋକଙ୍କ ନିକଟରେ ନିରବିଚ୍ଛିନ୍ନ ବିଜୁଳି ସେବା ପହଞ୍ଚାଇବା ସରକାରଙ୍କ ମୌଳିକ କର୍ତ୍ତବ୍ୟ। କୃଷକଙ୍କୁ ମଧ୍ୟ ଏହାର ଲାଭ ଦିଆଯିବ। ବିଜୁଳି ସେବା ସମ୍ପର୍କିତ କୌଣସି ମାମଲାରେ ଲୋକଙ୍କ ବିଜୁଳି ବିଲ ଛାଡ କରାଯିବ।  

Also Read: ବିବାଦୀୟ ମନ୍ତବ୍ୟ ଦେଇ ୟୁପିରେ ବନ୍ଧା ହେଲେ ଦିଲ୍ଲୀ ଆପ ବିଧାୟକ ସୋମନାଥ ଭାରତୀ

ଉତ୍ତର ପ୍ରଦେଶରେ ଦଳ ପ୍ରତି ଜନସମର୍ଥନ ବଢିବାରେ ଲାଗିଛି। ଏହାର କାରଣ ହେଉଛି ଦଳୀୟ ସରକାର ପକ୍ଷରୁ ଦିଲ୍ଲୀବାସୀଙ୍କୁ ପ୍ରଦାନ କରାଯାଉଥିବା ଉତ୍ତମ ଶାସନର ଫଳ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କଥା ଆଉ କାମ ମଧ୍ୟରେ କୌଣସି ପ୍ରଭେଦ ନଥାଏ।

ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ୧୦୦ ଜଣ ଦଳୀୟ ପ୍ରାର୍ଥାୀଙ୍କ ନାଁ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଆପ ପ୍ରଭାରୀ (Uttar Pradesh AAP Incharge) ତଥା ଦଳର ରାଜ୍ୟସଭା ସାଂସଦ (AAP Rajya Sabha MP) ସଞ୍ଜୟ ସିଂହ (Sanjay Singh)। 

Also Read: ହାଥରସ କଥିତ ଗଣଦୁଷ୍କର୍ମ: ଆପ୍ ନେତା ସଞ୍ଜୟ ସିଂହଙ୍କ ଉପରକୁ କାଳିମାଡ

ଏହି ନିର୍ବାଚନ ପାଇଁ ଟିକେଟ ବାଣ୍ଟିବାରେ ଅନ୍ୟ ଦଳ ଅପେକ୍ଷା ସର୍ବାଗ୍ରେ ରହିଛି ଆପ୍। ହେଲେ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକା ଚୂଡାନ୍ତ ନୁହେଁ। ଆବଶ୍ୟକ ପଡିଲେ ଏହାକୁ ପରିବର୍ତ୍ତନ କରାଯାଇପାରେ। ଲକ୍ଷ୍ନୌ, ସୀତାପୁର, ସୁଲତାନପୁର, ପ୍ରତାପଗଡ, ରାମପୁର, କାନପୁର, ପ୍ରୟାଗରାଜ, ହରଦୋଇ, ଗାଜିଆବାଦ, ଆଗ୍ରା, ଆଲିଗଡ, ଆମେଠୀ, ବହରାଇଚ୍, ବାରାବାଙ୍କୀ, ବଲିଆ ସମେତ ଅନ୍ୟାନ୍ୟ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କୌତୂହଳର ବିଷୟ ଏହା ଯେ କେବଳ ରାଜଧାନୀ ଲକ୍ଷ୍ନୌରେ ଅବସ୍ଥିତ ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ରାଜୀବ ବକ୍ସି ଏବଂ ନାଦିମ ଆଶରଫ ଜୟସିଙ୍କ ନାଁ ଘୋଷଣା କରାଯାଇଛି। ସେମାନେ ଗତବର୍ଷ ଦଳ ଛାଡିଥିବା ପୂର୍ବତନ କଂଗ୍ରେସ ନେତା ଅଟନ୍ତି।