ଅଖିଳେଶଙ୍କୁ 'ଜ୍ୟୋତିଷ' କହିଲେ ପ୍ରିୟଙ୍କା, ନିର୍ବାଚନୀ ଇସ୍ତାହାରକୁ ନେଇ ଦେଲେ ଏହି ସୂଚନା
X

ଅଖିଳେଶଙ୍କୁ 'ଜ୍ୟୋତିଷ' କହିଲେ ପ୍ରିୟଙ୍କା, ନିର୍ବାଚନୀ ଇସ୍ତାହାରକୁ ନେଇ ଦେଲେ ଏହି ସୂଚନା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ (Congress) ଉପରେ ଆକ୍ରମଣ କରୁଥିବାବେଳେ ଅଖିଳେଶ (Akhilesh Yadav) କହିଥିଲେ ଯେ, "ଆସନ୍ତା ବିଧାନସଭା ନିର୍ବାଚନରେ ​​ଲୋକମାନେ କଂଗ୍ରେସକୁ ଖାରଜ କରିବେ ଓ ଦଳକୁ ଶୂନ ଆସନ ମିଳିବ ।" 

ଅଖିଳେଶଙ୍କୁ 'ଜ୍ୟୋତିଷ' କହିଲେ ପ୍ରିୟଙ୍କା, ନିର୍ବାଚନୀ ଇସ୍ତାହାରକୁ ନେଇ ଦେଲେ ଏହି ସୂଚନା

ନୂଆଦିଲ୍ଲୀ: UP Assembly Election 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ (Congress) ଜୋରସରରେ ପ୍ରସ୍ତୁତିରେ ଲାଗିଛି । ଦଳୀୟ ନେତାଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ (Congress General Secretary) ତଥା ଦଳର ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଲଗାତର ବୈଠକ କରୁଛନ୍ତି । ଏହି କ୍ରମରେ ଆଜି (ମଙ୍ଗଳବାର) ସେ କହିଛନ୍ତି ଯେ, "ୟୁପି ନିର୍ବାଚନ ସମ୍ପର୍କରେ କଂଗ୍ରେସ କର୍ମୀଙ୍କ ସହ ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି । ଅଖିଳେଶ ଯାଦବ (Akhilesh Yadav) ଜଣେ ଜ୍ୟୋତିଷ ହୋଇପାରନ୍ତି ଯେ ସେ ଭାବନ୍ତି କଂଗ୍ରେସ ଶୂନ୍ୟ ଆସନ ପାଇବ, ଆମେ ଦେଖିବା କ'ଣ ହେଉଛି । ରାଜ୍ୟରେ ମହିଳାଙ୍କ କଲ୍ୟାଣ ଉପରେ ପୃଥକ ପୃଥକ ସାର୍ବଜନୀନ ଘୋଷଣା କରାଯିବ ।"

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ (Congress) ଉପରେ ଆକ୍ରମଣ କରୁଥିବାବେଳେ ଅଖିଳେଶ (Akhilesh Yadav) କହିଥିଲେ ଯେ, "ଆସନ୍ତା ବିଧାନସଭା ନିର୍ବାଚନରେ ​​ଲୋକମାନେ କଂଗ୍ରେସକୁ ଖାରଜ କରିବେ ଓ ଦଳକୁ ଶୂନ ଆସନ ମିଳିବ ।" 

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, "ଆମେ ମହିଳାମାନଙ୍କ ପାଇଁ ଏକ ପୃଥକ ଇସ୍ତାହାର ପ୍ରସ୍ତୁତ କରିଛୁ, ଆମେ ମହିଳାମାନଙ୍କ ପାଇଁ ଯାହା କରିବାକୁ ଚାହୁଁଛୁ ତାହା ସେହି ମନିଫେଷ୍ଟୋରେ ରହିବ । ଆସନ୍ତାକାଲି ଆମେ ଏହି ମନିଫେଷ୍ଟୋ ପ୍ରକାଶ କରିବୁ ।"

ପ୍ରିୟଙ୍କା ଗାନ୍ଧୀ ପ୍ରସ୍ତୁତି ବିଷୟରେ ସୂଚନା ନେଇଥିଲେ

ଏହାପୂର୍ବରୁ ଲକ୍ଷ୍ନୌରେ ଇସ୍ତାହାର କମିଟି ଓ ଅଭିଯାନ କମିଟି ସହିତ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ବୈଠକ କରି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଜନତାଙ୍କ ମତରୁ ପ୍ରସ୍ତୁତ ଇସ୍ତାହାରକୁ ଚୂଡାନ୍ତ କରିବା ଉପରେ ଏକ ଆଲୋଚନା ହୋଇଥିଲା ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, "ୟୁପି କଂଗ୍ରେସର ଇସ୍ତାହାରରେ ଯୁବକ, କୃଷକ, ମହିଳା, ବ୍ୟବସାୟୀ, ବଞ୍ଚିତ ବର୍ଗ ସମେତ ସମସ୍ତ ବର୍ଗର ସ୍ୱରକୁ ସ୍ଥାନ ଦିଆଯାଇଛି ।  ସେ କହିଛନ୍ତି ଯେ କଂଗ୍ରେସର ଇସ୍ତାହାର ଉତ୍ତରପ୍ରଦେଶର ଅଗ୍ରଗତି ପାଇଁ ପଥ ପରିଷ୍କାର କରିବାର ଏକ ଦସ୍ତାବିଜ ହେବ ।

ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ନିର୍ବାଚନ ପାଇଁ 'ଲଡ଼କୀ ହୁଁ, ଲଢ଼ ସକତୀ ହୁଁ' ନାରା ଦେଇଛନ୍ତି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଚାଷୀଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ ଓ ମହିଳାମାନଙ୍କୁ ଗୋଟିଏ ବର୍ଷରେ ତିନିଟି ଘରୋଇ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ ।

ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ କୋରୋନା ଅବଧିରେ ଆର୍ଥିକ ସଙ୍କଟ କାରଣରୁ ଯେଉଁମାନେ ବିଦ୍ୟୁତ୍ ବିଲ୍ ପୈଠ କରି ନାହାଁନ୍ତି ସେମାନଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ଛାଡ କରାଯିବ । ଏହାସହ ସେ ଏହା ମଧ୍ୟ କହିଛନ୍ତି କଂଗ୍ରେସ ସରକାର ଗଠନ ହେବା ପରେ ଯଦି କୌଣସି ରୋଗ ହୁଏ, ତେବେ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇବେ ।

ଏହା ବି ପଢ଼ନ୍ତୁ:-ମମତାଙ୍କୁ ଶକ୍ତ ଧକ୍କା, UPA କୁ ମିଳିବ ଆଉ ଏକ ସାଥୀ!

ଏହା ବି ପଢ଼ନ୍ତୁ:-ଓମିକ୍ରନ୍ ଭାରିଆଣ୍ଟକୁ ଡେଲ୍ଟା ଅପେକ୍ଷା ଅଧିକ ସଂକ୍ରାମକ କରିଥାଏ ଏହି ୩ଟି ଜିନିଷ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା, ଏହିପରି ଚେକ୍ କରନ୍ତୁ ବାଲାନ୍ସ

ଏହା ବି ପଢ଼ନ୍ତୁ:-କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଜାଣନ୍ତୁ କିପରି...

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

Trending news