ଯେଉଁ ଲୋକ ସର୍ଦ୍ଦାର ପଟେଲଙ୍କ ସହ ଜିନ୍ନାଙ୍କୁ ତୁଳନା କରୁଛନ୍ତି ସେମାନଙ୍କ ଠାରୁ ସତର୍କ ରହିବାକୁ ହେବ।
Trending Photos
ଲକ୍ଷ୍ନୌ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ପୁନର୍ବାର ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ପୁଣି ଥରେ ମୁହିାଁମୁହିଁ ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ (Uttar Pradesh Assembly Election 2022) ଲାଗି ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା (Samajwadi Rath Yatra) ନେଇ ଗତ ରବିବାର ରାଜ୍ୟର ହରଦୋଇ (Hardoi) ଜିଲ୍ଲା ଠାରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav)। ଏହି ଅବସରରେ ସେ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜୟନ୍ତୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ (Muhammad Ali Jinnah) ସ୍ମରଣ କରି କରିଥିଲେ। ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ।
Also Read: Muhammad Ali Jinnah ଙ୍କୁ ନେଇ ସରଗରମ UP Politics; CM Yogi ଙ୍କ ଟାର୍ଗେଟରେ Akhilesh Yadav
ସର୍ଦ୍ଦାର ପଟେଲ ଭାରତ ଭୂମିକୁ ଜାଣିଥିଲେ। ଏହାକୁ ନଜରରେ ରଖି ନିଷ୍ପତ୍ତି ନେଉଥିଲେ। ସେ ତୃମମୂଳସ୍ତରର ସ୍ଥିତିକୁ ବୁଝିବା ପରେ ନିଷ୍ପତ୍ତି ନେଉଥିଲେ ସେଥିପାଇଁ ସେ ଦେଶର ଲୌହ ମାନବ ଭାବେ ଜଣାଶୁଣା ଥିଲେ।। ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ।
ଅଖିଲେଶ ଯାଦବଙ୍କ ଏହି ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ସେ କହିଛନ୍ତି ସର୍ଦ୍ଦାର ପଟେଲ ଦେଶକୁ ଏକଜୁଟ କରିନ୍ତି ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ଅଖଣ୍ଡ ଭାରତ ବର୍ଷକୁ ବିଭାଜିତ କରିଛନ୍ତି। ଉଭୟ କେବେ ହେଲେ ଏକ ହୋଇପାରିବେ ନାହିଁ। ସର୍ଦ୍ଦାର ପଟେଲ ଜଣେ ରାଷ୍ଟ୍ରନାୟକ ହେଲେ ଜିନ୍ନା ଭାରତ ବର୍ଷକୁ ବିଭାଜିତ କରିଥିବା ଲୋକ। ଯେଉଁ ଲୋକ ସର୍ଦ୍ଦାର ପଟେଲଙ୍କ ସହ ଜିନ୍ନାଙ୍କୁ ତୁଳନା କରୁଛନ୍ତି ସେମାନଙ୍କ ଠାରୁ ସତର୍କ ରହିବାକୁ ହେବ।
Also Read: ମୁସଲିମଙ୍କୁ ଖୁସି କରିବା ପାଇଁ ଇସଲାମ ଗ୍ରହଣ କରିପାରନ୍ତି Akhilesh Yadav: Anand Swaroop Shukla
ଯଦି ବୁଲଡୋ଼ଜର ଯଦି ବୁଲଡୋଜର ମାଫିଆଙ୍କ ଉପରେ ଚାଲୁଛି ତାହେଲେ ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ଉପରେ ମଧ୍ୟ ବୁଲଡୋଜର ଚାଲିବ। ସମସ୍ତେ ଜାଣନ୍ତି ଯେ ଅପରାଧ ଏବଂ ଅପରାଧିଙ୍କ ପ୍ରତି ବିଜେପି ସରକାରଙ୍କ ନୀତି ଶୂନ୍ୟ ସହନଶୀଳତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
କୌଣସି ପର୍ବପର୍ବାଣୀ ଆସିବା ମାତ୍ରେ ରାଜ୍ୟରେ ଦଙ୍ଗା ଆରମ୍ଭ ହୋଇଯାଉଥିଲା। ଲୋକଙ୍କ ଆସ୍ଥା ଉପରେ ଆଘାତ ପହଞ୍ଚାଯାଉଥିଲା। ମିଥ୍ୟା ମାମଲା ଦାଏର କରାଯାଇଥିଲା। ହେଲେ ଗତ ସାଢେ ୪ ବର୍ଷରେ ଗୋଟିଏ ମଧ୍ୟ ଦଙ୍ଗା ହୋଇନାହିଁ। ଯଦି କେହି ରାଜ୍ୟରେ ଦଙ୍ଗା କରେ ତାହେଲେ ଦଙ୍ଗକାରୀକୁ ତା'ର ଆଗାମୀ ୭ ପିଢି ପର୍ଯ୍ୟନ୍ତ କ୍ଷତି ଭରଣା ହେବାକୁ ହେବ। ଯଦି କେହି ପର୍ବ ପର୍ବାଣୀ ସମୟରେ ଦଙ୍ଗା କରେ ତାହେଲେ ଦଙ୍ଗକାରୀ ବିରୁଦ୍ଧରେ ନିଶ୍ଚିଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।