ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କଲା କଂଗ୍ରେସ, ଦେଖନ୍ତୁ କେଉଁମାନଙ୍କୁ ମିଳିଛି ସ୍ଥାନ
Advertisement

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କଲା କଂଗ୍ରେସ, ଦେଖନ୍ତୁ କେଉଁମାନଙ୍କୁ ମିଳିଛି ସ୍ଥାନ

ଉଲ୍ଲେଖନୀୟ କଥା ହେଉଛି ଯେ, ଉତ୍ତର ପ୍ରଦେଶରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀକୁ ଟିକେଟ ଦେବାକୁ କଂଗ୍ରେସ ଦଳ ଘୋଷଣା କରିଛି, ଏପର୍ଯ୍ୟନ୍ତ ଦଳ ଦ୍ୱାରା ୧୨୭ ମହିଳା ପ୍ରାର୍ଥୀ ଘୋଷଣା କରାଯାଇଛି ।

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କଲା କଂଗ୍ରେସ, ଦେଖନ୍ତୁ କେଉଁମାନଙ୍କୁ ମିଳିଛି ସ୍ଥାନ

ନୂଆଦିଲ୍ଲୀ: UP Election 2022: ଆଉ ଅଳ୍ପ ଦିନର ଅପେକ୍ଷା ତା'ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ ।  ଫେବୃଆରୀ ୧୪ରେ ପ୍ରଥମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ପ୍ରସାରରେ ଲାଗିଛନ୍ତି । ଏହି ସମୟରେ କଂଗ୍ରେସ (Congress) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିଛି । କଂଗ୍ରେସ ପ୍ରଚାରକ (Congress Star Campaigners List) ଙ୍କ 30 ନେତାଙ୍କ ତାଲିକାରେ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ସମେତ ଗୁଲାମ ନବୀ ଆଜାଦ (Ghulam Nabi Azad), ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan CM Ashok Gehlot), ସଚିନ୍ ପାଇଲଟ (Sachin Pilot) ଏବଂ ଦିପେନ୍ଦ୍ର ହୁଡ୍ଡା (Deepender Hooda) ଙ୍କ ସାମିଲ ନାମ ରହିଛି । ଏହାପୂର୍ବରୁ ଜାନୁଆରୀ ୨୬ରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୦ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିଲା ।

ତାଲିକାରେ ରହିଛି ଏହି ସମସ୍ତ ନାମ 

ଦ୍ୱିତୀୟ ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ନେତା ତଥା ଉତ୍ତର ପ୍ରଦେଶର ପ୍ରଦେଶାଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ (Uttar Pradesh Congress President Ajay Kumar Lallu), ଆରାଧନା ମିଶ୍ରା, ଭୁପିନ୍ଦ୍ର ସିଂ ହୁଡ୍ଡା, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Bhupesh Baghel), ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ, ଅଭିନେତା ରାଜ ବବ୍ବର, ପ୍ରମୋଦ ତିୱାରୀ, ପିଏଲ ପୁନିଆ, ରାଜୀବ ଶୁକ୍ଲା, ପୂର୍ବତନ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନମ, ରସିଦ ଅଲଭି, ଜାଫର ଅଲି ନାକଭି, କୁଲଦୀପ ବିଷ୍ଣୋଇ, ବର୍ଷା ଗାଇକୱାଡ, ହାର୍ଦ୍ଦିକ ପଟେଲ, ସୁପ୍ରିୟା ଶ୍ରୀନେତ, ଇମ୍ରାନ ପ୍ରତାପଗରୀ, କହ୍ନେୟା କୁମାର, ପରିଣିତ ଶିନ୍ଦେ, ଧୀରଜ ଗୁର୍ଜର ଏବଂ ତାରିକ ଅନବର ସାମିଲ ଅଛନ୍ତି । 

ଏହା ବି ପଢ଼ନ୍ତୁ:-ଭାରତର ଏହି ୯ ଘାତକ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

 

୪୦ ପ୍ରତିଶତ ମହିଳା ପ୍ରାର୍ଥୀହ୍କୁ ଟିକେଟ ଦେବାର ଘୋଷଣା କରିଛି କଂଗ୍ରେସ

ଉଲ୍ଲେଖନୀୟ କଥା ହେଉଛି ଯେ, ଉତ୍ତର ପ୍ରଦେଶରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀକୁ ଟିକେଟ ଦେବାକୁ କଂଗ୍ରେସ ଦଳ ଘୋଷଣା କରିଛି, ଏପର୍ଯ୍ୟନ୍ତ ଦଳ ଦ୍ୱାରା ୧୨୭ ମହିଳା ପ୍ରାର୍ଥୀ ଘୋଷଣା କରାଯାଇଛି । ରବିବାର କଂଗ୍ରେସ ୬୧ ଜଣ ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି । ବର୍ତ୍ତମାନ ଉତ୍ତର ପ୍ରଦେଶର ବିଧାନସଭା ସଭାରେ ୪୦୩ ଜଣ ବିଧାୟକଙ୍କ ମଧ୍ୟରୁ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର 40 ଜଣ ରହିଛି । କଂଗ୍ରେସ ମହିଳା ଓ ଯୁବକମାନଙ୍କ ପାଇଁ ଅନେକ ଘୋଷଣା କରିଛି । ସୋମବାର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉତ୍ତର ପ୍ରଦେଶର ନୋଏଡା ଜିଲ୍ଲାରେ ପଙ୍ଖୁରୀ ପାଠକଙ୍କ ପାଇଁ ଡୋର୍ ଟୁ ଡୋର୍ ପ୍ରଚାର କରିଥିଲେ ।

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।