ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଜାରି ରହିଛି ଭୋଟ ଗଣତି। ଯଦି ନିର୍ବାଚନ ଫଳାଫଳକୁ ଦେଖାଯାଏ ତାହେଲେ ଏପରି କିଛି ଆକର୍ଷଣୀୟ ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୌଣସି ରହସ୍ୟ ଠାରୁ କମ ନୁହେଁ। ରାଜ୍ୟରେ ଏପରି ୧୨୬ ଆସନ ରହିଛି ଯେଉଁଠି ସମାଜବାଦୀ ପାର୍ଟି ତୁଳନାରେ ବିଜେପି ପଲ୍ଲା ଭାରୀ ରହିଛି। ଏହି ନିର୍ବାଚନମଣ୍ଡଳୀରେ ମୁସଲମାନ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠ ମତାଦାତା ଭାବେ ପରିଗଣିତ ହୋଇଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶର ଅମରୋହା, ବୁଲନ୍ଦ ଶହର, ବରେଲି, ବାଦାୟୁଁ, ବାଗପତ, ବହରାଇଚ୍, ଲକ୍ଷ୍ନୌ, ବଳରାମପୁର, ସିଦ୍ଧାର୍ଥନଗର, ବାରାବଙ୍କୀ, ପୀଲୀଭୀତ, ସହାରନପୁର, ଶ୍ରାବସ୍ତୀ, ରାମପୁର, ମୁଜାଫରନଗର, ବିଜନୌର, ସନ୍ତ କବୀର ନଗର, ମୁରାଦାବାଦ ପ୍ରଭୃତି ଜିଲ୍ଲାକୁ ମୁସଲମାନ ପ୍ରାଧାନ୍ୟ ବୋଲି ବିବେଚନା କରାଯାଏ। ଏହି ୨୨ ଜିଲ୍ଲାରେ ମୁସଲମାନ ଜନସଂଖ୍ୟା ୨୦ ପ୍ରତିଶତରୁ ଅଧିକ ଏବଂ ସେଠାରେ କୌଣସି ନିର୍ବାଚନରେ ​​ମୁସଲିମ ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। 


ଖବର ଲେଖା ସରିବା ପର୍ଯ୍ୟନ୍ତ ଏହି ୨୨ ଜିଲ୍ଲାର ୧୨୬ ଆସନରେ ସମାଜବାଦୀ ପାର୍ଟି ଅପେକ୍ଷା ବିଜେପି ଆଗୁଆ ରହିଛି। ଏହା ମଧ୍ୟରୁ ଅନୁପ ଶହାର, ଆୱଁଲା, ବାଗପତ, ବହରାଇଚ୍, ବକ୍ସି କା ତାଲାବ, ବହ୍ଲା, ବଳରାମପୁର, ବଂସୀ, ବରେଲି, ବରେଲି କ୍ୟାଣ୍ଟ, ବାରହାପୁର, ବରେଖଡା, ଭୋଜିପୁରା, ବିଜନୌର, ବିଲାରୀ, ବିଲ୍ସି, ବିସାଲପୁର, ବୁଲନ୍ଦ ଶହର, ଚରଥାୱଲ, ଦରିୟାବାଦ, ଦାତାଗଞ୍ଜ, ଡିବାଇ, ଦେଓବନ୍ଦ, ଧାମପୁର, ଘଙ୍ଗଟା, ଧୌରାହା, ଫରୀଦପୁର, ଗୌସାଂରୀ, ଗଙ୍ଗୋହା, ଗାଜିଆବାଦ, ଗୋଲା ଗୋକର୍ଣ୍ଣନାଥ, ହୈଦରଗଡ଼, ହାସନପୁର, ହାସ୍ତିନାପୁର, ଇସୌଲି, ଇଟାୱା, କଦୀପୁର, କୈସରଗଞ୍ଜ, କସ୍ତା, ଖାତୌଲି, ଖୁର୍ଜା, କୁର୍ସୀ, ଲଖିମପୁର, ଲମ୍ଭୁଆ, ଲୋନି, ଲକ୍ଷ୍ନୌ କ୍ୟାଣ୍ଟ, ଲକ୍ଷ୍ନୌ ପୂର୍ବ, ଲକ୍ଷ୍ନୌ ପଶ୍ଚିମ, ମହାସି, ମଲିହାବାଦ, ମୀରଗଞ୍ଜ, ମେରଠ, ମେରଠ କ୍ୟାଣ୍ଟ, ମୋଦି ନାଗର, ମହମ୍ମଦୀ, ମୁରାଦ ନଗର,  ନିଗହସନ୍, ପଲିଆ, ପୀଲୀଭୀତ, ପୁରାଣପୁର, ରାମ ନାଗର, ରାମପୁର ମନିହାର, ସଦର, ସହସୱାନ୍, ସାହିବାବାଦ, ସରଧନା, ସରୋଜିନୀ ନଗର, ଶେଖୁପୁର, ଶିକାରପୁର, ଶ୍ରୀନଗର, ସ୍ୟାନା, ତୁଲସୀପୁର, ଉତରୌଲା ଆସନରେ ବିଜେପି ଅଗ୍ରଣୀ ରହିଥିବା ମତଗଣନାରୁ ଜଣାପଡି଼ଛି।  


ଏହି ସମସ୍ତ ବିଧାନସଭା ଆସନ ମୁସଲମାନ ବହୁଳ ଭାବେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ନିର୍ବାଚନ ରାଜନୀତିରେ ବିଜେପି ଅଗ୍ରଣୀ ରହିବା ଏକ ବଡ଼ ସଙ୍କେତ ବୋଲି ବିବେଚନା କରାଯାଉଛି। ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ଏହି ଆସନରେ କିଛି ପ୍ରତିଶତ ମୁସଲମାନ ଭୋଟ୍ ମଧ୍ୟ ବିଜେପି ଖାତାକୁ ଯାଇଛି। ଯେଉଁଥିପାଇଁ ସମାଜବାଦୀ ପାର୍ଟି ଭଳି ଦଳର ସରକାର ଗଠନ କରିବାର ସ୍ୱପ୍ନ ଅଧାରେ ଅଟକି ରହିଯିବା ଭଳି ସ୍ଥିତିରେ ରହିଛି।