BJP ଛାଡ଼ିବେ ବିଧାୟକ ଦୀନାନାଥ ଭାସ୍କର! ରାଜନୀତିରୁ ସନ୍ୟାସ ପୂର୍ବରୁ ଲେଖିଲେ କୋହ ଭରା ପୋଷ୍ଟ୍
Advertisement

BJP ଛାଡ଼ିବେ ବିଧାୟକ ଦୀନାନାଥ ଭାସ୍କର! ରାଜନୀତିରୁ ସନ୍ୟାସ ପୂର୍ବରୁ ଲେଖିଲେ କୋହ ଭରା ପୋଷ୍ଟ୍

ବର୍ତ୍ତମାନ ଆଗାମୀ ବିଧାନସଭା ନିର୍ବାଚନ (UP Election) କୁ ନେଇ ଉତ୍ତର ପ୍ରଦେଶର ରାଜନୈତିକ ମାହୋଲ ସରଗରମ ହୋଇଛି। କିନ୍ତୁ ଶୁକ୍ରବାର ବିଧାୟକ ଦୀନାନାଥ ଭାସ୍କର (Dinanath Bhaskar) କରିଥିବା ଏକ ଟ୍ୱିଟ୍ ବିଜେପିକୁ ଏକ ଶକ୍ତ ଧକ୍କା ଦେଇଛି। 

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନକୁ ମାତ୍ର ଆଉ କେଇଟା ମାସ ବାକି ରହିଛି। ବିଭିନ୍ନ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ୟୁପି ବିଜେପିରେ ଫାଟ ସୃଷ୍ଟି ହୋଇଛି। ଯାହାର ପ୍ରମାଣ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦୀନାନାଥ ଭାସ୍କରଙ୍କ ଏକ ଟ୍ୱିଟରୁ ସ୍ପଷ୍ଟ ହେଉଛି। ସେ ରାଜନୀତିରୁ ସନ୍ୟାସ ନେଇ ପାରନ୍ତି ବୋଲି କହିଛନ୍ତି।

ବର୍ତ୍ତମାନ ଆଗାମୀ ବିଧାନସଭା ନିର୍ବାଚନ (UP Election) କୁ ନେଇ ଉତ୍ତର ପ୍ରଦେଶର ରାଜନୈତିକ ମାହୋଲ ସରଗରମ ହୋଇଛି। କିନ୍ତୁ ଶୁକ୍ରବାର ବିଧାୟକ ଦୀନାନାଥ ଭାସ୍କର (Dinanath Bhaskar) କରିଥିବା ଏକ ଟ୍ୱିଟ୍ ବିଜେପିକୁ ଏକ ଶକ୍ତ ଧକ୍କା ଦେଇଛି। ସେ ରାଜନୀତିରୁ ସନ୍ୟାସ ନେବା ସମ୍ଭାବନା ଜଣାଇ ନିଜର କୋହ ଭରା ଭାବନାକୁ ସେହି ଟ୍ୱଟରେ ବାଖ୍ୟା କରିଛନ୍ତି। ବିଧାୟକଙ୍କ ଏହି ଟ୍ୱିଟ ପରେ ଲୋକେ ତାଙ୍କର ମନବଳ ବଢାଉଥିବା ଦେଖିବାକୁ ମିଳୁଛି।

ବିଜେପି ବିଧାୟକ (BJP MLA) ଦୀନାନାଥ ଟ୍ୱଟର ପୋଷ୍ଟରେ ଲେଖିଛନ୍ତି, 'କାମ କରିବା ସତ୍ତ୍ୱେ କିଛି ଲୋକ ମୋତେ ଅପମାନୀତ କରୁଛନ୍ତି। କୌଣସି ଦାୟିତ୍ୱବାନ ବ୍ୟକ୍ତି ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି। ଆସନ୍ତା ଦିନରେ ମୁଁ ରାଜନୀତିରୁ ବାହାର ହୋଇପାରେ। ବାହାରୁ ଦଳର ସେବା କରୁଥିବି।'

Also Read: ଜାତିଭିତ୍ତିକ ଜନଗଣନା ସପକ୍ଷରେ ଓଡ଼ିଶା: '୫୦% ସଂରକ୍ଷଣ ସୀମା ନ ଉଠିଲେ ଜନକଲ୍ୟାଣ ସମ୍ଭବ ନୁହେଁ'

ଦୀନାନାଥଙ୍କ ଏହି ଟ୍ୱଟରୁ ସ୍ପଷ୍ଟ ହୋଇଯାଇଛି ଯେ ଉତ୍ତର ପ୍ରଦେଶ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। କିଛି ଲୋକ ବିଧାୟକ ଦୀନାନାଥଙ୍କୁ ଟାର୍ଗେଟ କରୁଛନ୍ତି। ନିଜର ନିର୍ଭିକ ବୟାନ ପାଇଁ ଦୀନାନାଥ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କୁ ଷଡଯନ୍ତ୍ର କରି ଦଳରୁ ବାହାର କରାଯିବ ନା ସେ ନିଜେ ବାହାରି ଯିବେ ତାହା ସସ୍ପେନ୍ସ ବଢାଇ ଦେଇଛି। ତେବେ ଏହି ପୋଷ୍ଟ ପରେ ବିଧାୟକ ତାଙ୍କର ସମସ୍ତ ମୋବାଇଲ ବନ୍ଦ କରିଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୀନାନାଥ ଭାସ୍କର, ବହୁଜନ ସମାଜ ପାର୍ଟି (BSP) ର ସଂସ୍ଥାପନା ସଦସ୍ୟ। ମାୟାବତୀଙ୍କ ସରକରରେ ସେ ମନ୍ତ୍ରୀ ଥିଲେ। ବିଏସପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଲା ପରେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଦୀନାନାଥ ସପାରୁ ବିଜେପିକୁ ଡିଆଁ ମାରିଲେ, ଆଉ ଔରାଇ ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।