ସିଏମ୍ ଯୋଗୀଙ୍କ ବଡ଼ ଘୋଷଣା; ଏଣିକି ମଥୁରାରେ ମଦ-ମାଂସ ବିକ୍ରି ମନା
Advertisement

ସିଏମ୍ ଯୋଗୀଙ୍କ ବଡ଼ ଘୋଷଣା; ଏଣିକି ମଥୁରାରେ ମଦ-ମାଂସ ବିକ୍ରି ମନା

ମଥୁରା (Mathura) ରେ ମଦ-ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ଏହିପରି ବାଣିଜ୍ୟରେ ନିୟୋଜିତ ଥିବା ବ୍ୟକ୍ତିମାନେ ବହୁ ପରିମାଣର କ୍ଷୀର ଉତ୍ପାଦନ କରନ୍ତୁ। ଏହା ମଥୁରାର ଗୌରବକୁ ପୁନର୍ଜୀବିତ କରିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) କହିଛନ୍ତି।

ଡିଜାଇନ୍ ଫଟୋ

ମଥୁରା: ମଥୁରାରେ କୃଷ୍ଣଉତ୍ସବ ୨୦୨୧ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ସୋମବାର ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷେଧାଦେଶ ସହ ଅନ୍ୟାନ୍ୟ ବାଣିଜ୍ୟରେ ଏଭଳି କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ଯୋଗଦାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମଥୁରା (Mathura) ରେ ମଦ-ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ଏହିପରି ବାଣିଜ୍ୟରେ ନିୟୋଜିତ ଥିବା ବ୍ୟକ୍ତିମାନେ ବହୁ ପରିମାଣର କ୍ଷୀର ଉତ୍ପାଦନ କରନ୍ତୁ। ଏହା ମଥୁରାର ଗୌରବକୁ ପୁନର୍ଜୀବିତ କରିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) କହିଛନ୍ତି। ବ୍ରିଜ ଭୁମିର ବିକାଶ ପାଇଁ ସମସ୍ତ ପ୍ରୟାସ କରାଯିବ ଏବଂ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ। ଏହି ଅଞ୍ଚଳର ବିକାଶ ପାଇଁ ଆମେ ଆଧୁନିକ ଜ୍ଞାନକୌଶଳ ଏବଂ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ମିଶ୍ରଣକୁ ଦେଖୁଛୁ ବୋଲି ସେ କହିଛନ୍ତି।

Also Read: BJP ଛାଡ଼ିବେ ବିଧାୟକ ଦୀନାନାଥ ଭାସ୍କର! ରାଜନୀତିରୁ ସନ୍ୟାସ ପୂର୍ବରୁ ଲେଖିଲେ କୋହ ଭରା ପୋଷ୍ଟ୍

ସୂଚାଯୋଗ୍ୟ, ୨୦୧୭ ମସିହାରେ ଯୋଗୀ ସରକାର ବୃନ୍ଦାବନ (Vrindavan) ଏବଂ ବର୍ସନା ଅଞ୍ଚଳରେ ମାଂସ ଏବଂ ମଦ୍ୟ ବିକ୍ରି ଉପରେ ପ୍ରତିବନ୍ଧକ (Alcohol Bans) ଲଗାଇ ସାରିଥିଲେ। ବୃନ୍ଦାବନ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ବଡ଼ ଭାଇ ବଳରାମଙ୍କ ଜନ୍ମସ୍ଥାନ ଏବଂ ଏହା ଏକ ବିଶ୍ୱ ପ୍ରସିଦ୍ଧ ସ୍ଥାନ। ବର୍ସନା ହେଉଛି ରାଧାଙ୍କ ଜନ୍ମସ୍ଥାନ। ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏହି ସ୍ଥାନ ପରିଦର୍ଶନ କରିବାକୁ ଆସନ୍ତି। ସେମାନଙ୍କର ଗୁରୁତ୍ୱ ଏବଂ ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ପବିତ୍ର ତୀର୍ଥସ୍ଥାନ ଭାବରେ ଘୋଷଣା କରାଯାଇଛି ବୋଲି ଏକ ସରକାରୀ ପ୍ରକାଶନରେ କୁହାଯାଇଥିଲା।